ଅନନ୍ୟା-ବିଜୟଙ୍କ ଯୋଡି ଏବେ ଚର୍ଚ୍ଚାରେ: ପ୍ରଶଂସକ ଦେଲେ ନୂଆ ନାମ ‘ଆନାକୋଣ୍ଡା’

ତେଲୁଗୁ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଏବଂ ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଯୋଡି ଏବେ ଚର୍ଚ୍ଚାରେ। ବର୍ତ୍ତମାନ ଏହି ଯୋଡି ମୁମ୍ବାଇରେ ଫିଲ୍ମ ‘ଫାଇଟର’ର ଶୁଟିଂ କରୁଛନ୍ତି। ଇତିମଧ୍ୟରେ ଫିଲ୍ମର ଶୁଟିଂ ସମୟର କିଛି ଦୃଶ୍ୟ ସମ୍ମୁଖକୁ ଆସିଛି। ଯେଉଁଥିରେ ବିଜୟ ଅନନ୍ୟାଙ୍କୁ କୋଳାଇ ଧରିଛନ୍ତି। ହେଲେ ଅନନ୍ୟା ନିଜକୁ ଅସହଜ ମନେ କରୁଥିବା ପରି ଲାଗୁଥିବା ଜଣାପଡୁଛି। ଏହି ଫଟୋରେ ଅନେକ ପ୍ରକାରର କମେଣ୍ଟ ଆସୁଛି। କେହି କେହି ସେମାନଙ୍କ ନାମକୁ ମିଶାଇ ‘ଆନାକୋଣ୍ଡା’ ରଖିଛନ୍ତି। ପୂର୍ବରୁ ସେମାନଙ୍କ ଆଉ ଏକ ଫଟୋ ସମ୍ମୁଖକୁ ଆସିଥିଲା। ଯେଉଁଥିରେ ଅନନ୍ୟା ବିଜୟଙ୍କ ସହ ଏକ ବାଇକ ଉପରେ ବସିଥିଲେ।

Share