Categories: ଜାତୀୟ

ଅନନ୍ତନାଗ ହାଇଓ୍ବେରେ ଆଇଇଡି ସନ୍ଦେହ: ଅମରନାଥଯାତ୍ରା ସ୍ଥଗିତ

ଶ୍ରୀନଗର,୨୩।୭: ଜମ୍ମୁ କଶ୍ମୀର ଅନନ୍ତନାଗ ହାଇଓ୍ବେରେ ଆଇଇଡି ଥିବା ସନ୍ଦେହରେ ଅମରନାଥ ଯାତ୍ରାକୁ କିଛି ସମୟ ପାଇଁ ବନ୍ଦ କରି ଦିଆଯାଇଛି। ମଙ୍ଗଳବାର ମୀର ବଜାରରେ ଆଇଇଡି ଥିବା ନେଇ ସୁରକ୍ଷାକର୍ମୀଙ୍କୁ ସନ୍ଦେହ ହୋଇଥିଲା। ଏହାପରେ ସ୍ନିପର ଡଗ୍‌ଙ୍କ ସହାୟତାରେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେଶନ୍‌ କରାଯାଇଛି। ଏଥିଯୋଗୁ ଯାତ୍ରୀଙ୍କ ଅମରନାଥଯାତ୍ରାକୁ ବନ୍ଦ କରିଦିଆଯାଇଛି। ସୋମବାର ଜମ୍ମୁରୁ ୩,୧୭୮ ଶ୍ରଦ୍ଧାଳୁ ମହାଦେବଙ୍କ ଦର୍ଶନ ପାଇଁ ବାହାରିଛନ୍ତି।

Share