ଅଧ୍ୟାପକଙ୍କୁ ହତ୍ୟା ଅଭିଯୋଗ: ପୋଲିସର ତଦନ୍ତ ଆରମ୍ଭ

ସମ୍ବଲପୁର,୬।୯(ବ୍ୟୁରୋ): ସମ୍ବଲପୁର ଜିଲା ଶାସନ ଥାନା ଅନ୍ତର୍ଗତ ମୁରା କଲେଜ ଅଧ୍ୟାପକ ହୃଦାନନ୍ଦ ପ୍ରଧାନଙ୍କୁ ହତ୍ୟା କରାଯାଇଥିବା ଶୁକ୍ରବାର ପରିବାର ଲୋକେ ଅଭିଯୋଗ କରିଛନ୍ତି। କଲେଜ ନିକଟରେ ଏକ ଭଡ଼ା ଘରୁ ହୃଦାନନ୍ଦଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପୋଲିସ ଉଦ୍ଧାର କରିଛି।
ସୂଚନାଯୋଗ୍ୟ, ହୃଦାନନ୍ଦ ମୁରା କଲେଜରେ ଅଧ୍ୟାପକ ଥିବାବେଳେ କଲେଜ ନିକଟ ଏକ ଭଡାଘରେ ଏକାକୀ ରହୁଥିଲେ। ତେବେ ଶୁକ୍ରବାର ଭଡାଘର କବାଟ ଉଭୟପଟୁ ବନ୍ଦ ଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ମୃତଦେହ ଉଦ୍ଧାରକରି ତଦନ୍ତ ଚଳାଇଛି।