ଅଧ୍ୟକ୍ଷ ପଦବୀକୁ ନେଇ ଥମୁନି ଅଶାନ୍ତି: ବ୍ଲକରେ ଜନପ୍ରତିନିଧିଙ୍କ ହୋହଲ୍ଲା

ପୁରୁଷୋତ୍ତମପୁର, ୨୦ା୧୨ (ଡି.ଏନ.ଏ.)- ପୁରୁଷୋତ୍ତମପୁର ବ୍ଲକ ଅଧ୍ୟକ୍ଷ ପଦବୀକୁ ନେଇ ଲାଗି ରହିଥିବା ଅଶାନ୍ତି ଥମିବାର ନାଁ ନେଉନାହିଁ। ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ତାଙ୍କୁ ପଦବୀରୁ ହଟାଇବା ଲାଗି ଅଧିକାଂଶ ସରପଞ୍ଚ, ସମିତିସଭ୍ୟ ଲାଗି ପଡିଛନ୍ତି। ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ଆଗତ କରିବାକୁ ୨୫ ଦିନ ତଳେ ବିଡିଓଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇଥିଲା। ତେବେ ଏ ଯାଏ ଅନାସ୍ଥା ବୈଠକ ଡକାଯାଇ ନ ଥିବାରୁ ଗୁରବାର ଜନ ପ୍ରତିନିଧିମାନେ ବ୍ଲକ କାର୍ଯ୍ୟାଳୟକୁ ଆସି ବିଡିଓଙ୍କୁ ଘେରିଥିଲେ। ଅଧ୍ୟକ୍ଷଙ୍କୁ ଘୋଡାଇ ରଖାଯାଉଥିବାରୁ ପଞ୍ଚାୟତଗୁଡିକର ଉନ୍ନୟନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ଦର୍ଶାଇ ହୋହଲ୍ଲା କରିଥିଲେ। ଏହି ସମୟରେ ଜନପ୍ରତିନିଧିଙ୍କ ସାଙ୍ଗରେ ଆସିଥିବା କେତେଜଣ କୁଜିନେତା ବିଡିଓଙ୍କୁ ଅସଦ ବ୍ୟବହାର ପ୍ରଦର୍ଶନ କରିବାକୁ ମଧ୍ୟ ପଛାଇ ନ ଥିଲେ। ଏ ନେଇ ବିଡିଓ ସୀମାଞ୍ଚଳ ମହାନ୍ତିଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଅନାସ୍ଥା ପ୍ରସ୍ତାବ ଉପରେ ଉପଜିଲାପାଳ ପଦକ୍ଷେପ ନେବେ। ଅନାସ୍ଥା ପ୍ରସ୍ତାବ ଆଣିଥିବା ସରପଞ୍ଚ ସମିତିସଭ୍ୟଙ୍କ ଦସ୍ତଖତ ଯାଞ୍ଚ ଓ ଠିକଣା ଜଣାଇବାକୁ ଉପଜିଲାପାଳଙ୍କଠାରୁ ନିର୍ଦ୍ଦେଶ ଆସିଥିଲା। ସେସବୁ କାର୍ଯ୍ୟ ସାରି ସୋମବାର ଉପ ଜିଲାପାଳଙ୍କ ନିକଟକୁ ପଠାଇ ଦିଆଯାଇଛି। ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୫ତାରିଖରେ ବ୍ଲକ ଅଧ୍ୟକ୍ଷ ପଣ୍ଡା ବ୍ୟକ୍ତିଗତ ସମସ୍ୟା ଦର୍ଶାଇ ଜିଲାପାଳଙ୍କ ସମେତ ଛତ୍ରପୁର ଉପଜିଲାପାଳ ଓ ବିଡିଓଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଥିଲେ। ପରେ ଗତ ନଭେମ୍ବର ୨୦ ତାରିଖରେ ତାଙ୍କ ପୁଅ ସୋସିଆଲ ମିଡ଼ିଆରେ ବାପାଙ୍କୁ ଅପହରଣ କରି ନିଆଯାଇଥିବା ଅଭିଯୋଗ କରି ତାଙ୍କୁ ଉଦ୍ଧାର କରିବା ଲାଗି ପ୍ରଶାସନକୁ ନିବେଦନ କରିଥିଲେ। ଉକ୍ତ ସନ୍ଧ୍ୟାରେ ସୂର୍ଯ୍ୟନାରାୟଣ ପୁରୁଷୋତ୍ତମପୁର ଥାନାକୁ ଆସି ପୁଅ କରିଥିବା ଅଭିଯୋଗ ଭିତ୍ତିହୀନ ବୋଲି ପାଲଟା ଅଭିଯୋଗ କରିଥିଲେ। ପରେଜତ ୨୫ ତାରିଖରେ ସୂର୍ଯ୍ୟନାରାୟଣ ବିଡିଓଙ୍କୁ ଭେଟି ତାଙ୍କ ଇସ୍ତଫାପତ୍ର ପ୍ରତ୍ୟାହୃତ କରିନେବେ ବୋଲି ଅନୁରୋଧ କରି ପୂର୍ବଭଳି କାର୍ଯ୍ୟାଳୟକୁ ଆସି ଫାଇଲପତ୍ର ଦସ୍ତଖତ କରି କାର୍ଯ୍ୟ କରିଥିଲେ। ଏହାପରେ ସଂଖ୍ୟାଧିକ ସରପଞ୍ଚ ସମିତିସଭ୍ୟ ନଭେମ୍ବର ୨୬ ତାରିଖରେ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଲାଗି ଜିଲାପାଳଙ୍କଠାରେ ଲିଖିତ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘର ଛାଡ଼ି ପଳାଇଥିଲେ ଅରକ୍ଷିତ: ଆଜି ମିଳିଲା…

ଭଞ୍ଜନଗର,୮।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ ବୁଧବାର ସକାଳେ ଜଣେ ବୃଦ୍ଧଙ୍କ ମରଶରୀର ମୁଜାଗଡ ଗ୍ରାମ ପୋଖରୀରୁ ଉଦ୍ଧାର କରିଛି। ସେ ହେଲେ ବେଲଗୁଣ୍ଠା ଥାନା ଅନ୍ତର୍ଗତ…

ସିଭିଲ ସର୍ଭିସ ଆଶାୟୀଙ୍କ ପାଇଁ ଖବର: ଗଞ୍ଜାମରେ ପ୍ରସ୍ତୁତି ଚାଲିଛି…

ଭଞ୍ଜନଗର,୮।୪(ବାବୁଲା ପ୍ରଧାନ)-ଗଞ୍ଜାମ ଲକ୍ଷ୍ୟ ନିକେତନ ପ୍ରକଳ୍ପ ମାଧ୍ୟମରେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ଯୁବତୀଯୁବକଙ୍କୁ ତାଲିମ ଦିଆଯିବ। ତେଣୁ ଗଞ୍ଜାମ ଜିଲାପାଳ କିର୍ତ୍ତୀ ଭାସନ ଭିଙ୍କ ପ୍ରଚେଷ୍ଟାରେ…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ନିଆରା ଜନ୍ମଦିନ ପାଳନ କଲେ ସମାଜସେବୀ ସୁନିଲ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଐତିହାସିକ ଲବଣ ସତ୍ୟାଗ୍ରହର ଅନ୍ୟତମ ପୀଠ ହୁମ୍ମାଠାରେ ଜନ କଲ୍ୟାଣ ସ୍ବେଛାସେବୀ ସଂସ୍ଥା ଓ ବଜରଙ୍ଗୀ ଦଳର ମିଳିତ ଆନୁକୁଲ୍ୟରେ…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri