Categories: ଜାତୀୟ

ଅଧୀରଙ୍କ ଅଫିସ ଭଙ୍ଗାରୁଜା

ନୂଆଦିଲ୍ଲୀ,୪ା୩: ଲୋକ ସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ଦିଲ୍ଲୀ କାର୍ଯ୍ୟାଳୟରେ ମଙ୍ଗଳବାର ସନ୍ଧ୍ୟାରେ ୪ ଜଣ ଅଜଣା ବ୍ୟକ୍ତି ପ୍ରବେଶ କରି ଭଙ୍ଗାରୁଜା କରିବା ସହ ତାଙ୍କ କର୍ମଚାରୀଙ୍କୁ ଗାଳିଗୁଲଜ କରିଛନ୍ତି। ଅଧୀରଙ୍କ ବ୍ୟକ୍ତିଗତ ସଚିବ ପ୍ରଦୀପ୍ତୋ ରାଜପଣ୍ଡିତ ଥାନାରେ ଦେଇଥିବା ଏତଲା ଅନୁଯାୟୀ, ୪ ଜଣ ଦୁର୍ବୃତ୍ତ କାର୍ଯ୍ୟାଳୟରେ ପ୍ରବେଶ କରି କଂଗ୍ରେସ ନେତାଙ୍କୁ ଖୋଜିଥିଲେ। ସେଠାରେ ଥିବା କର୍ମଚାରୀମାନଙ୍କୁ ସେମାନେ ଅଧୀରଙ୍କ ଫୋନ ନମ୍ବର ମାଗିଥିଲେ। କର୍ମଚାରୀ ଫୋନ୍‌ ନମ୍ବର ଦେବାକୁ ମନା କରିବାରୁ ସେମାନେ ଗାଳିଗୁଲଜ କରିବା ସହ ଅଫିସରେ ଭଙ୍ଗାରୁଜା କରିଥିଲେ। ପୋଲିସ ଘଟଣାର ତଦନ୍ତ କରୁଥିବା କହିଛି।

Share