Categories: ଖେଳ

ଅଧିନାୟକ ଭାବେ କୋହଲି ହାସଲ କଲେ ଏହି ‘ବିରାଟ’ ରେକର୍ଡ

ବର୍ମିଂହାମ, ୧।୭: ଚଳିତ ଆଇସିସି ବିଶ୍ୱକପରେ ଭାରତୀୟ ଅଧିନାୟକ ବିରାଟ କୋହଲି ଆଉ ଏକ ‘ବିରାଟ’ ରେକର୍ଡର ଅଧିକାରୀ ହୋଇଛନ୍ତି। କ୍ରିକେଟ ବିଶ୍ୱକପରେ ଲଗାତାର ପାଞ୍ଚଟି ଅର୍ଦ୍ଧଶତକ ମାରିବାରେ ସେ ବିଶ୍ୱର ପ୍ରଥମ ଅଧିନାୟକ ହୋଇଛନ୍ତି। ଇଂଲଣ୍ଡ ବିପକ୍ଷ ୫୯ ବଲରେ ନିଜର ୫୪ତମ ଅନ୍ତର୍ଜାତୀୟ ଦିନିକିଆ ଅର୍ଦ୍ଧଶତକ ପୂରଣ କରି ୬୬ ରନ କରି ଆଉଟ ହୋଇଥିଲେ। ଏହା ପୂର୍ବରୁ ୨୦୧୫ ବିଶ୍ୱକପରେ ଷ୍ଟିଭ ସ୍ମିଥ ଲଗାତାର ୫ଟି ଅର୍ଦ୍ଧଶତକ ମାରିଥିଲେ। ସୂଚନାଯୋଗ୍ୟ, ଚଳିତ ବିଶ୍ୱକପର ପ୍ରଥମ ମ୍ୟାଚ୍‌କୁ ଛାଡି ବାକି ସବୁ ଦଳ ବିପକ୍ଷରେ ସେ ଅର୍ଦ୍ଧଶତକ ହାସଲ କରିଛନ୍ତି।

Share