Categories: ଖେଳ

ଅଧିନାୟକ କୋହଲିଙ୍କ ମାଇଲଷ୍ଟୋନ

ଇନ୍ଦୋର,୮।୧- ବିରାଟ କୋହଲି ଅଧିନାୟକ ଭାବେ ଟି୨୦ ଅନ୍ତର୍ଜାତୀୟ କ୍ରିକେଟରେ ଏକ ହଜାର ରନ୍‌ ପୂରଣ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ୩୦ ରନର ଅପରାଜିତ ଇନିଂସ ଖେଳିବା ଅବସରରେ କୋହଲି ଏହି ମାଇଲଷ୍ଟୋନ ସ୍ପର୍ଶ କରିଛନ୍ତି। ଅଧିନାୟକ ଭାବେ ଏକ ହଜାର ରନ୍‌ ପୂରଣ କରିବାରେ ସେ ବିଶ୍ୱର ୬ଷ୍ଠ ଓ ଦେଶର ଦ୍ୱିତୀୟ ଖେଳାଳି। ଏହି ଧାରାରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ତାଙ୍କଠାରୁ ଆଗରେ ଅଛନ୍ତି। ଧୋନୀ ୭୨ ମ୍ୟାଚ୍‌ରେ ୩୭.୦୬ ହାରରେ ୧୧୧୨ ରନ୍‌ କରିଥିଲେ। କୋହଲି ମାତ୍ର ୩୨ ମ୍ୟାଚ୍‌ରେ ୧୦୦୬ ରନ୍‌ କରିଛନ୍ତି। ଏହି ତାଲିକାରେ ଦକ୍ଷିଣ ଆଫ୍ରିକା ଅଧିନାୟକ ଫାପ ଡୁପ୍ଲେସି ଶୀର୍ଷରେ ରହିଛନ୍ତି। ସେ ୪୦ ମ୍ୟାଚ୍‌ରୁ ୩୭.୪୪ ଆଭରେଜରେ ୧୨୭୩ ରନ୍‌ କରିଛନ୍ତି। ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଧୋନୀ। ତାଙ୍କ ପଛକୁ ନ୍ୟୁଜିଲାଣ୍ଡର କେନ ଓ୍ବିଲିୟମସନ (୩୯ ମ୍ୟାଚ୍‌ରେ ୧୦୮୩ ରନ୍‌), ଇଂଲଣ୍ଡର ଇଆନ ମୋର୍ଗାନ (୪୩ ମ୍ୟାଚ୍‌ରେ ୧୦୧୩ ରନ୍‌), କୋହଲି (୩୨ ମ୍ୟାଚ୍‌ରେ ୧୦୦୬ ରନ୍‌) ଓ ଆୟର୍ଲାଣ୍ଡର ଓ୍ବିଲିୟମ୍ସ ପୋଟରଫିଲ୍ଡ (୫୬ ମ୍ୟାଚ୍‌ରେ ୧୦୦୨ ରନ୍‌) ରହିଛନ୍ତି।

Share