ଅଧିକ ସମୟ ଟିଭି ଦେଖୁଛନ୍ତି କି? ହୋଇପାରେ ଏହି ପ୍ରାଣଘାତୀ ରୋଗ

ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ହେଉଥିବେ, ମାତ୍ର ଏହା ସତ। ଯଦି ଆପଣ ଟିଭି ପ୍ରେମୀ ହୋଇଥାନ୍ତି, ତେବେ ଏବେଠୁ ସାବଧାନ ହୋଇଯାନ୍ତୁ। ଏକ ସଦ୍ୟ ଗବେଷଣାରୁ ଜଣାପଡ଼ିଛି, ଯଦି ଆପଣ ଦୀର୍ଘ ସମୟ ଧରି ଟିଭି ଦେଖୁଥାନ୍ତି କିମ୍ବା କମ୍ପ୍ୟୁଟର୍‌ ଏବଂ ମୋବାଇଲ୍‌ ସ୍କ୍ରିନ୍‌ରେ ସମୟ ବ୍ୟତୀତ କରୁଥାନ୍ତି, ତେବେ ଆପଣଙ୍କୁ ପାକସ୍ଥଳୀ କ୍ୟାନସର୍‌ ହେବାର ସମ୍ଭାବନା ରହିଛି। ହାଭାର୍ଡ ମେଡିକାଲ୍‌ ସ୍କୁଲ୍‌ ଏବଂ ମାସାଚୁସେଟ୍ସ ଜର୍ଣ୍ଣାଲ୍‌ ହସ୍ପିଟାଲ୍‌ରେ କରାଯାଇଥିବା ଗବେଷଣାରେ କୁହଯାଇଛି, ଯଦି କୌଣସି ବ୍ୟକ୍ତି ଦିନକରେ ଦୁଇଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ବସିରହି ଟିଭି ଦେଖୁଥାନ୍ତି, ତେବେ ତାଙ୍କୁ ପାକସ୍ଥଳୀ କ୍ୟାନସର୍‌ ହେବାର ସମ୍ଭାବନା ୭୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଯାଏ। ଏହି ଗବେଷଣା ଜେଏନ୍‌ସିଆଇ କ୍ୟାନସର୍‌ ସ୍ପେକ୍ଟ୍ରମ୍‌ ପତ୍ରିକାରେ ପ୍ରକାଶିତ ହୋଇଛି। ଗବେଷଣା ମୁତାବକ, ଯେଉଁମାନଙ୍କ ବୟସ ୫୦ରୁ କମ୍‌ ସେମାନଙ୍କର ଅନିୟମିତ ଜୀବନଶୈଳୀ କ୍ୟାନସର୍‌ କାରଣ ହୋଇପାରେ। ଏହି କ୍ୟାନସର୍‌ ପାଇଁ ସାମାନ୍ୟ ଭାବେ ‘ପାକସ୍ଥଳୀ କ୍ୟାନସର୍‌’ କିମ୍ବା ‘ବୋୱେଲ୍‌ କ୍ୟାନସର୍‌’ ଶବ୍ଦ ପ୍ରୟୋଗ କରାଯାଏ। ଯଦି ପ୍ରାରମ୍ଭିକୁ ସୋପାନରେ ଏହାର ଚିହ୍ନଟ କରାଯାଇ ଚିକିତ୍ସା କରାଯାଏ, ତେବେ ରୋଗ ଆରୋଗ୍ୟସାଧ୍ୟ ହୋଇଥାଏ।

Share