ଅଧିକ ଆଞ୍ଚରେ ପ୍ରସ୍ତୁତ ଖାଦ୍ୟ ଖାଇଲେ ବଢେ ହୃଦ୍‌ରୋଗ ଆଶଙ୍କା

ଅଧିକ ଆଞ୍ଚରେ ରନ୍ଧା ଖାଦ୍ୟ ଖାଇବା ଦ୍ୱାରା କ୍ୟାନସର୍‌ ଏବଂ ହୃଦ୍‌ରୋଗ ଆଶଙ୍କା ବଢ଼ିଥାଏ। ନିକଟରେ ହୋଇଥିବା ଏକ ଗବେଷଣାରୁ ଏହା ଜାଣିବାକୁମିଳିଛି।  ଏଡିନବର୍ଗ ୟୁନିଭର୍ସିଟି ଦ୍ୱାରା କରାଯାଇଥିବା ଏହି ଗବେଷଣାର ତଥ୍ୟ ଅନୁଯାୟୀ, ଅଧିକ ଆଞ୍ଚରେ ଖାଦ୍ୟ ରାନ୍ଧିବା ଦ୍ୱାରା ସେଥିରୁ  ଏଭଳି କେତେକ ତତ୍ତ୍ବ ସୃଷ୍ଟି ହୋଇଥାନ୍ତି, ଯାହା ଆମ ଶରୀରରେ ପ୍ରବେଶ କଲେ ସୁସ୍ଥ କୋଷିକାକୁ ପ୍ରଭାବିତ କରିଥନ୍ତି। ଏହାସହ ଡିଏନ୍‌ଏ ମଧ୍ୟ ପ୍ରଭାବିତ ହୋଇଥାଏ। ଫଳରେ କ୍ୟାନସର୍‌ ଏବଂ ହୃଦ୍‌ରୋଗ ଆଶଙ୍କା ବଢିଟାଥାଏ। ଖାଦ୍ୟକୁ ୧୫୦ଡିଗ୍ରୀ ସେଲ୍‌ସିୟସ୍‌ରୁ ଉଚ୍ଚ ତାପମାତ୍ରାରେ ରାନ୍ଧିଲେ ସେଥିରେ ମହଜୁଦ୍‌ ଅନେକ ପଦାର୍ଥର ରାସାୟନିକ ସଂରଚନା ପରିବର୍ତ୍ତିତ ହୋଇଯାଏ ଏବଂ ତାହା ବିଷାକ୍ତ ରୂପ ଧାରଣ କରେ। ଏଣୁ ଯଥାସମ୍ଭବ ଖାଦ୍ୟକୁ ମଧ୍ୟମ ଆଞ୍ଚରେ ପ୍ରସ୍ତୁତ କରିବା ଶରୀର ପାଇଁ ଲାଭଦାୟକ ବୋଲି ଗବେଷଣା ରି.େପାର୍ଟରେ ଦର୍ଶାଯାଇଛି  ।

Share