ପୁରୀ ଅଫିସ,୨୪।୮ଶ୍ରୀମନ୍ଦିର ପରିସରରେ ମହାପ୍ରସାଦ ସେବନ ପାଇଁ ଅନୁମତି ନ ଥିବାରୁ ମହାପ୍ରସାଦ ବିକ୍ରି ଧିମେଇଥିବା ସୁଆର ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପଢିହାରୀ କହିଛନ୍ତି। ସେ କହିଛନ୍ତି, ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିବାରୁ ଭକ୍ତଙ୍କ ଆଗମନ ବଢିବ। ଏଭଳି ସ୍ଥଳେ ଆନନ୍ଦବଜାରରେ ଭକ୍ତଙ୍କୁ ମହାପ୍ରସାଦ ସେବନ ପାଇଁ ଅନୁମତି ଦିଆଯିବା ଉଚିତ। ନଚେତ୍ ଶ୍ରୀମନ୍ଦିର ବାହାରେ ମହାପ୍ରସାଦ ସେବନ ପାଇଁ ବ୍ୟବସ୍ଥା କରାଯାଉ। ମହାପ୍ରସାଦ ସେବନ ପାଇଁ ବ୍ୟବସ୍ଥା ନ ଥିବାରୁ ଭକ୍ତମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୋମବାର ୧୦ହଜାର ଲୋକଙ୍କ ପାଇଁ ମହାପ୍ରସାଦର ବ୍ୟବସ୍ଥା ହୋଇଥିବାବେଳେ ପାଖାପାଖି ୫ ହଜାର ଲୋକ ସେବନ କରିବା ଭଳି ମହାପ୍ରସାଦ ବଳିପଡ଼ିଛି। ଯେଉଁ ବ୍ୟକ୍ତି ୫ଶହ ଟଙ୍କାର ଅବଢ଼ା ନେବା କଥା, ସେବନ ପାଇଁ ସ୍ଥାନ ନ ଥିବାରୁ ନାମକୁ ମାତ୍ର ୫୦ ଟଙ୍କାର ଅବଢ଼ା ନେଇ ଚାଲିଯାଉଛି। ଅନ୍ୟପକ୍ଷରେ ଶ୍ରଦ୍ଧାଳୁମାନେ ଅବଢ଼ା କିଣିନେଇ ଶ୍ରୀମନ୍ଦିର ବାହାରେ ଏଣେତେଣେ ଚପଲ ପିନ୍ଧି ଖାଉଛନ୍ତି, ଯାହା ମହାପ୍ରସାଦକୁ ଅସମ୍ମାନ। ଏଣୁ ପ୍ରଶାସନ ମହାପ୍ରସାଦ ସେବନ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ପଢିହାରୀ ମତ ପ୍ରକାଶ କରିଛନ୍ତି।
ପ୍ରମାଣପତ୍ର ଫଟୋକପି ନ ନେଇ ଶ୍ରଦ୍ଧାଳୁ ହଇରାଣ
କୋଭିଡ୍ ଡବଲ୍ ଡୋଜ୍ କିମ୍ବା ଆର୍ଟି-ପିସିିଆର୍ ଟେଷ୍ଟ ନେଗେଟିଭ୍ ରିପୋର୍ଟର ନକଲ ସାଙ୍ଗରେ ନେଇ ଦର୍ଶନ କରିବାକୁ ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଥିଲା। ହେଲେ ଅନେକ ଶ୍ରଦ୍ଧାଳୁ ରିପୋର୍ଟ କପି ନ ଦେଖାଇ ପାରି ହଇରାଣ ହୋଇଛନ୍ତି। ଶ୍ରଦ୍ଧାଳୁମାନେ ଡିଜିଟାଲ୍ ଫର୍ମରେ ପ୍ରମାଣପତ୍ର ଧରି ଧାଡ଼ି ଲାଗାଇଥିଲେ। ଯାଞ୍ଚ ବେଳେ କାଗଜ ନକଲ ଦେଖାଇବାକୁ କୁହାଯାଇଥିଲେ ମଧ୍ୟ ସେମାନଙ୍କ ପାଖରେ କେବଳ ଡିଜିଟାଲ୍ ପ୍ରମାଣପତ୍ର ଥିବା କହିଥିଲେ। ପ୍ରଶାସନ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଦର୍ଶନ ଅନୁମତି ନ ଦେବାରୁ ସେମାନେ ଧାଡ଼ିରୁ ବାହାରି ଡିଜିଟାଲ୍ ପ୍ରମାଣପତ୍ରଗୁଡ଼ିକର ଫଟୋ କପି କରାଇବା ପାଇଁ ଯାଇଥିଲେ। ଫଟୋ କପି ଧରି ପୁଣି ଥରେ ଦର୍ଶନ ଲାଗି ଧାଡ଼ିରେ ରହିଥିଲେ।
ଆର୍ଟି-ପିସିଆର୍ ରିପୋର୍ଟ ପାଇଁ ଘରୋଇ ହସ୍ପିଟାଲ୍ରେ ପର୍ଯ୍ୟଟକ
ପୁରୀକୁ ଆସିଥିବା ଅନେକ ପର୍ଯ୍ୟଟକ ଆର୍ଟି-ପିସିଆର୍ ରିପୋର୍ଟ ପାଇଁ ଘରୋଇ ହସ୍ପିଟାଲ୍ରେ ପହଞ୍ଚତ୍ଥିଲେ। ଶ୍ରୀମନ୍ଦିର ପ୍ରବେଶ ପାଇଁ ନେଗେଟିଭ୍ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଥିବାରୁ ପର୍ଯ୍ୟଟକମାନେ ଘରୋଇ ହସ୍ପିଟାଲ୍କୁ ଧାଉଁଛନ୍ତି। ଗୋଟିଏ ଦିନରେ ଘରୋଇ ହସ୍ପିଟାଲ୍ ପକ୍ଷରୁ ରିପୋର୍ଟ ଦିଆଯାଉଛି। ସମ୍ପୃୃକ୍ତ ଘରୋଇ ହସ୍ପିଟାଲ୍ ଭୁବନେଶ୍ୱରର ବିଭିନ୍ନ ଲାବ୍କୁ ନମୁନା ପଠାଇ ଟେଷ୍ଟିଂ କରୁଥିବା ଜଣାପଡ଼ିଛି। ସେହିଭଳି ଆର୍ଟି-ପିସିିଆର୍ ରିପୋର୍ଟ ପାଇଁ ଜଣଙ୍କ ପିଛା ୮ଶହ ଟଙ୍କା ନିଆଯାଉଛି।
ବେଳାଭୂମି ଗହଳଚହଳ, ହୋଟେଲରେ ଯାତ୍ରୀ
ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବ୍ୟବସ୍ଥାର ୨୪ ଘଣ୍ଟା ପୂରି ନ ଥିଲେ ମଧ୍ୟ ପୁରୀ ସହରରେ ପର୍ଯ୍ୟଟକଙ୍କ ଗହଳି ବଢ଼ିବାରେ ଲାଗିଛି। ସମୁଦ୍ରକୂଳ ନିକଟ ହୋଟେଲ ଓ ଲଜ୍ଗୁଡ଼ିକରେ ପର୍ଯ୍ୟଟକ ରହିବା ଆରମ୍ଭ କଲେଣି। ପର୍ଯ୍ୟଟକମାନେ ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାରିବା ପରେ ବେଳାଭୂମିରେ ବସି ମଜା ନେଇଥିବା ଦେଖିବାକୁ ମିଳିଛି। ଦୀର୍ଘ ଦିନ ପରେ ପୁରୀ ବେଳାଭୂମିରେ ଆଖିଦୃଶିଆ ଗହଳି ପରିଲକ୍ଷିତ ହୋଇଛି। ସେହିଭଳି ବେଳାଭୂମିରେ ବାରମଜା, ଗୁପଚୁପ, ବାଦାମଭଜା, ସି ଫୁଡ୍ ଓ ଅନ୍ୟ ଉଠା ବ୍ୟବସାୟ ଜମିଛି। ବେଳାଭୂମି ସମ୍ମୁଖ ଭାଗରେ ଥିବା ପ୍ରାୟ ସମସ୍ତ ହୋଟେଲ୍ ବାଲକୋନିରେ ପର୍ଯ୍ୟଟକମାନେ ବସି ବେଳାଭୂମିର ମଜା ନେଇଥିଲେ। ଅଗାମୀ ଦିନରେ ଆହୁରି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ। ତେଣୁ ବ୍ୟବସାୟ ଆହୁରି ଜମିବ ବୋଲି ଉଭୟ ଛୋଟବଡ଼ ବ୍ୟବସାୟୀ ଆଶା ବାନ୍ଧିଛନ୍ତି। ସେହିପରି ଲଜ୍, ହୋଟେଲଗୁଡ଼ିକରେ ମଧ୍ୟ ଭିଡ ହେବ ବୋଲି ଆଶା କରାଯାଉଛି।
Posted inHome, Home Middle, ଆମ ଜିଲା ଖବର, ପୁରୀ, ରାଜ୍ୟ View All
ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…
ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…
ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା
ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…
ଯୁଦ୍ଧବିରତି ପରେ ଭାରତୀୟଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ନିର୍ଦ୍ଦେଶ, ହେଲ୍ପଲାଇନ ନମ୍ବର ଜାରି କରି…
ତେହରାନ,୮ା୪: ଇରାନରେ ବଢ଼ୁଥିବା ସଂଘର୍ଷ ମଧ୍ୟରେ ତେହରାନର ଭାରତୀୟ ଦୂତାବାସ ବୁଧବାର ଏକ ନୂଆ ସୁରକ୍ଷା ପରାମର୍ଶ ଜାରି କରିଛି। ଏଥିରେ ଇରାନରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ…
କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ
ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…
କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍ ପ୍ରଶାସନ
ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…
RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍ ଅପରିବର୍ତ୍ତିତ
ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍କୁ ଅପରିବର୍ତ୍ତିତ…
ମୋଦିଙ୍କୁ ଝଟ୍କା: ଆମେରିକା-ଇରାନ ଯୁଦ୍ଧବିରତି ଚୁକ୍ତିନାମା ନେଇ କଂଗ୍ରେସର ପ୍ରଥମ ପ୍ରତିକ୍ରିୟା, ପାକିସ୍ତାନର…
ନୂଆଦିଲ୍ଲୀ,୮ା୪: ଆମେରିକା-ଇରାନ ମଧ୍ୟରେ ଯୁଦ୍ଧବିରତି ଚୁକ୍ତିନାମା ନେଇ କଂଗ୍ରେସ ପକ୍ଷରୁ ପ୍ରଥମ ପ୍ରତିକ୍ରିୟା ପ୍ରକାଶ ପାଇଛି। କଂଗ୍ରେସ ଏମ୍ପି ଜୟରାମ ରମେଶ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ…
ସ୍କୁଲରେ ରୋଷେଇ ବେଳେ ଅଘଟଣ: ଗରମ ଡାଲି ପଡ଼ି ୨ ରୋଷେୟା ଆହତ
ପରଜଙ୍ଗ, ୮।୪(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁମୁସି ହାଇସ୍କୁଲରେ ବୁଧବାର ଛାତ୍ରୀଛାତ୍ରଙ୍କ ପାଇଁ ଭୋଜନ ରୋଷେଇ ହେଉଥିବାବେଳେ ଅଘଟଣ। ଗରମ ଡାଲି ପଡ଼ି…
Archives

