Categories: ଜାତୀୟ

ଅଧା ବିଜୁଳି ବିଲ୍‌ ଦେବେ ଗ୍ରାହକ!

ଭୋପାଳ,୨୨।୬: ଦେଶରେ କରୋନା ଭାଇରସକୁ ନେଇ ଲକ୍‌ଡାଉନ ଚାଲିଥିବା ବେଳେ ଲୋକେ ଘରେ ବସି ରହିଥିଲେ। କେହି କେହି ଏହି ସମୟରେ ରୋଜଗାର ମଧ୍ୟ ହରାଇଛନ୍ତି। ଏପରି ସ୍ଥଳେ ମଧ୍ୟପ୍ରଦେଶ ସରକାର ବିଦ୍ୟୁତ୍‌ ଗ୍ରାହକମାନଙ୍କୁ ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ମିଳିଥିବା ସୂଚନାରୁ ଜଣାପଡିଛି ଯେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ମେ, ଜୁନ୍‌, ଜୁଲାଇ ମାସରେ ବିଦ୍ୟୁତ୍‌ ଗ୍ରାହକମାନେ ସେମାନଙ୍କ ବିଲ୍‌ର ଅଧା ପରିମାଣ ପୈଠ କରିବେ। ଅବଶିଷ୍ଟ ଅର୍ଥ ସରକାରଙ୍କ ତରଫରୁ ଭରଣା କରାଯିବ। ଏହାଦ୍ୱାରା ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିବ ବୋଲି ଆଲୋଚନା ହେଉଛି। କରୋନା ସଂକ୍ରମଣ ଏକ ପ୍ରକାର ବିଶ୍ୱ ଅର୍ଥନୀତିକୁ ଦୋହଲାଇ ଦେଇଥିବା ବେଳେ ଭାରତ ମଧ୍ୟ ଏଥିରୁ ବାଦ୍‌ ପଡିନାହିଁ।

Share