Categories: ଫୁରସତ

ଅଦୃଶ୍ୟ କାରିଗରି: ସୋୟା ସସ୍‌ ଢାଳିଲେ ଝଲସି ଉଠେ ଚମତ୍କାର ପେଣ୍ଟିଂ

ଆଜିକାଲି ଥ୍ରୀଡି ପେଣ୍ଟିଂର ବେଶ୍‌ ଚାହିଦା ରହିଛି। ଘର, ରାସ୍ତାଘାଟ ଏମିତିକି ଖାଦ୍ୟରେ ବି ଥ୍ରୀଡି ପେଣ୍ଟିଂ କରାଯାଉଛି। ତେବେ ଜାପାନର ଏକ ଡିଜାଇନ୍‌ ଷ୍ଟୁଡିଓ ଏବେ ତିଆରି କରିଛି ଏମିତି କିଛି ପାତ୍ର, ଯାହାକୁ ଦେଖିଲେ ସାଧାରଣ ଲାଗେ। ହେଲେ ଏହାର ତଳଭାଗରେ ହୋଇଛି କିଛି ଖୋଦେଇର କାରିଗରି, ଯାହା ଖାଲି ଆଖିରେ ସାଧାରଣ ଲାଗେ। ଏମିତି କି ତାହା ବିଶେଷ ଜଣା ବି ପଡି ନ ଥାଏ। ହେଲେ ସେତେବେଳେ ଏହା ସମସ୍ତଙ୍କୁ ଚକିତ କରିଦିଏ ଯେବେ ଖୋଦେଇ ଉପରେ ସୋୟା ସସ୍‌ ଢଳାଯାଏ। ଲାଲ ରଙ୍ଗର ଏହି ସସ୍‌ ପକାଇବା ପରେ ଯାଇ ଝଲସି ଉଠେ ଏକ ସୁନ୍ଦର କାରିଗରି। ଆଉ ପାତ୍ରଟି ଏକ ଥ୍ରୀଡି ପେଣ୍ଟିଂରେ ରୂପାନ୍ତରିତ ହୋଇଯାଏ। ବିଶେଷ କରି ପାତ୍ରରେ ହୋଇଥାଏ ମାଉଣ୍ଟ ଫୁଜି, ସୁନ୍ଦର ବିଲେଇ, କୁକୁର ଛୁଆ ଆଦି ଚିତ୍ରର ଖୋଦେଇ। ଆଉ ଏହି ସସ୍‌ ଢଳାଯିବା ପରେ ତାହା ଚମତ୍କାର ପେଣ୍ଟିଂର ରୂପ ନିଏ।

Share