ଅଦିନିଆ ବର୍ଷାରେ ଫସଲ ପ୍ରଭାବିତ

ରସୁଲପୁର,୯ା୨(ଡି.ଏନ୍‌.ଏ.): ପାଣିପାଗରେ ଅସ୍ବାଭାବିକ ପରିବର୍ତ୍ତନ ମାନବ ସମାଜ ପାଇଁ କାଳ ସାଜୁଛି। ଏଥିଯୋଗୁଁ ଲୋକମାନେ ବହୁ ଦୁଃସାଦ୍ଧ ରୋଗର ଶିକାର ମଧ୍ୟ ହେଉଛନ୍ତି। ଅନେକ ଗରୀବ ଦିନମଜୁରିଆ, ଖଟିଖିଆଙ୍କ ଭାତହାଣ୍ଡି ପ୍ରଭାବିତ ହେଉଛି। ବିଶେଷକରି ଚାଷୀକୂଳ ଋଣଯନ୍ତା ଭିତରକୁ ଠେଲି ହୋଇଯାଉଛି। ଗତ ୩ଦିନ ହେଲା ଚାଲିଥିବା ଅଦିନିଆ ବର୍ଷା ଓ କୋହଲା ପାଗରେ କୋବି ଫସଲ ବିଶେଷ ପ୍ରଭାବିତ ହେବାର ଆଶଙ୍କ କ୍ରମଶଃ ଦୃଢିଭୂତ ହୋଇଛି। ଏହାକୁ ନେଇ ଚାଷୀ ଆଖିରୁ ନିଦ ହଜି ଯାଇଛି। ବର୍ଷାର ସମ୍ଭାବନାକୁ ଦେଖି ଚାଷୀ ଅତି ତରବରିଆ ଭାବରେ ଅପରିପକ୍ୱ କୋବିକୁ କାଟି ଶାଗମାଛ ଦରରେ ବିକ୍ରିକରି କ୍ଷତି ସହିବାକୁ ବାଧ୍ୟ ହେଉଛି। ଏଭଳି ସ୍ଥିତି ଯାଜପୁର ଜିଲା ରସୁଲପୁର ବ୍ଲକ ଅଞ୍ଚଳରେ ଦେଖାଦେଇଛି। ଝିପ୍‌ ଝିପ୍‌ ବର୍ଷା ଯୋଗୁ ଶିତଦିନିଆ ପନିପରିବା ଫସଲ ପ୍ରଭାବିତ ହୋଇଛି। ଏହାଛଡ଼ା ରବି ଫସଲରେ କ୍ଷତି ପହଞ୍ଚତ୍ବା ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ।
ଏହି ବ୍ଲକର ସିଂହାପୁର, ଓଡ଼ିଶୋ, ଜାବରା, ନଠୁଆବର, କଲଣ, ଭୋଟକା,ବଡ଼କଇଁଚି, ରାହାମ୍ବା, ଶ୍ରୀବନ୍ତପୁର, ଟିକରପଡ଼ା, ଗନ୍ଧଣ, ରାହାମ୍ବା, ରସୁଲପୁର ଆଦି ପଞ୍ଚାୟତରେ ଅଧିକାଂଶ ଚାଷୀ କୋବି ଚାଷ କରୁଛନ୍ତି। କୋବି ଏକ ଲାଭକାରୀ ଫସଲ ହୋଇଥିବାରୁ ଏସବୁ ଅଞ୍ଚଳର ଚାଷୀ ଶତାଧିକ ଏକର ଜମିରେ କୋବି ଫସଲ ଚାଷ କରୁଛନ୍ତି। ବର୍ତ୍ତମାନ ଅଧିକାଂଶ କୋବିଗଛରେ କଢ଼ ଧରିଆସୁଛି। ବନ୍ଧାକୋବି ବାନ୍ଧିବାକୁ ଲାଗିଛି। ତେବେ ବର୍ଷା ଯୋଗୁ କୋବିରେ ପୋକ ଲାଗିବ। ଫୁଲ କୋବି ପଚି ଯିବ। ଝାଉଁଳା ଓ ମୂଳସଢ଼ା ରୋଗ ସୃଷ୍ଟି ହେବାର ସମ୍ଭାବନା ବଢିଯାଇଛି। ତେବେ କୋବି କ୍ଷେତକୁ ବେଉଷଣ କରିବାରେ ଚାଷୀମାନେ ହଜାର ହଜାର ଟଙ୍କା ବ୍ୟୟ କରିଛନ୍ତି। ଏଥିପାଇଁ ଅଧିକାଂଶ ଚାଷୀ ଗାଁ ଗଣ୍ଡାର ବିଭିନ୍ନ ସଂଘରୁ ଓ ଧନୀକ ଶ୍ରେଣୀଙ୍କଠାରୁ ହାତଉଧାରେ ଟଙ୍କା ଆଣି ଖର୍ଚ୍ଚ କରିଛନ୍ତି। କୋବି ବିକ୍ରି କରି ଋଣ ମୁକ୍ତ ହେବା ସହ ପରିବାର ପ୍ରତିପୋଷଣ କରିବା ଲକ୍ଷ୍ୟକୁ ଅଦିନିଆ ବର୍ଷା ଭଣ୍ଡୁର କରିଦେଇଛି। ଶୀତଦିନିଆ ପରିବା ଫସଲ ଅଧିକ ଶୀତରେ ଭଲ ଅମଳ ହୋଇଥାଏ। ପରିବା ଗଛରେ ଅଧିକ ଫୁଲ ଫଳ ହୋଇଥାଏ। ମାତ୍ର ଏଥିରେ ବର୍ଷା ବାଧକ ସାଜିଛି। ବର୍ଷା ଯୋଗୁ ପରିବା ଅମଳ କମିବାର ସମ୍ଭାବନା ବି ବଢିଯାଇଛି। ଫୁଲକଷି ଧରିଥିବା ବାଇଗଣ, ବିନ୍‌ସ, ଝୁଡଙ୍ଗ ଆଦି ପରିବା ଫସଲରେ କ୍ଷତି ହେବ ବୋଲି ଚାଷୀମାନେ ଆକଳନ କରୁଛନ୍ତି। ବର୍ଷା ସାଙ୍ଗକୁ ୩/୪ଦିନ ହେବ କୋହଲା ପାଗ ଲାଗି ରହିଛି। ଫଳରେ ପରିବା ଫସଲକୁ ପୋକ ଖାଇଯିବେ ବୋଲି କୁହାଯାଉଛି। ଏଥିରୁ ମୁକୁଳିବା ପାଇଁ ଚାଷୀଙ୍କୁ ଆହୁରି ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ଡାଲିଜାତୀୟ ଫସଲ ବାଦାମ ଫସଲରେ ଗଛ ବହୁତ ବଢିବ। ମୂଳରେ ଖରା ନ ପଡ଼ିଲେ ବାଦାମ ଚେରେଇ ଯିବ। ଅମଳ ପ୍ରଭାବିତ ହେବ। କୋଡ଼ାଖୁସା ହୋଇଥିବା ବାଦାମ ଫସଲକୁ ପୁଣି କୋଡ଼ିବା ଆବଶ୍ୟକ ହେବ। ବର୍ଷାରେ ବାଦାମ ଗଛମୂଳ ଟାଣ ହୋଇଗଲେ ଉପାଡ଼ିବା ସମୟରେ ବାଦାମକୁ ତାଡ଼ିବାକୁ ପଡିବ। ଏଥିରେ ବି ଚାଷୀକୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ଏସବୁ ସ୍ଥିତିରେ ଅଦିନିଆ ବର୍ଷାରେ ଚାଷୀକୂଳ ଉପରେ କୁପ୍ରଭାବ ପକାଇବା ଥୟ ବୋଲି ଚାଷୀ ପଦ୍ମନାଭ ସାହୁ, ସଞ୍ଜୟ ରାଉତ, ଅମୂଲ୍ୟ ରାଉତ, ପରମାନନ୍ଦ ଆଏଚ, ବାବାଜୀ ନାୟକଙ୍କ ସମେତ ବହୁ ଚାଷୀ ମତ ରଖିଛନ୍ତି। ଏହି ବର୍ଷାରେ କ୍ଷତି ହୋଇଥିବା ପରିବା ଓ ରବି ଫସଲ ସ୍ଥିତି ଆକଳନ କରାଯାଇ କ୍ଷତିପୂରଣ ତୁରନ୍ତ ପ୍ରଦାନ କରିବାକୁ ଚାଷୀ ମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri