ଅତ୍ୟାବଶ୍ୟକ ସେବା ପାଇଁ ୮ ଅଟୋ

କଟକ ଅଫିସ୍‌,୨୭ା୩: ଲକ୍‌ଡାଉନ୍‌ ଯୋଗୁ କଟକ ସହରରେ ଅଟୋରିକ୍ସା ଚଳାଚଳ ପ୍ରଭାବିତ ହୋଇଛି। ଜରୁରୀ ପରିସ୍ଥିତିରେ ମଧ୍ୟ ଲୋକେ ଅଟୋରିକ୍ସା ପାଇପାରୁନାହାନ୍ତି। ଏଭଳି ସମୟରେ ସହାୟତା ପାଇଁ ଆଗେଇ ଆସିଛି କଟକ ଅଟୋରିକ୍ସା ମହାସଂଘ। ଏନେଇ ମହାସଂଘ ପକ୍ଷରୁ କଟକ ଡିସିପିଙ୍କୁ ଏକ ପତ୍ର ଲେଖାଯାଇଛି। ଯେଉଁମାନେ ମେଡିିକାଲ୍‌ କିମ୍ବା ଆଇନ୍‌ଶୃଙ୍ଖଳା ଦାୟିତ୍ୱରେ ନିୟୋଜିତ ରହିଛନ୍ତି, ସେମାନଙ୍କୁ ନେବା ଆଣିବା ପାଇଁ ଅଟୋ ବ୍ୟବହାର କରାଯିବ। ୮ ଅଟୋ ଏଥିପାଇଁ ଏସ୍‌ସିବି ମେଡିିକାଲ୍‌ ଗେଟ୍‌ ପାଖରେ ରହିବ। ଯେଉଁମାନେ ଆବଶ୍ୟକ କରିବେ, ସେମାନେ ଫୋନ୍‌ କଲେ ସେମାନଙ୍କ ପାଖରେ ଅଟୋ ପହଞ୍ଚିବ।