ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନରେ ଅବ୍ୟବସ୍ଥା

ଢେଙ୍କାନାଳ ଅଫିସ, ୧।୫ – କରୋନା ସଙ୍କଟ ସମୟରେ ଢେଙ୍କାନାଳ ଜିଲାରେ ରାଶନ ସାମଗ୍ରୀ ବଣ୍ଟନରେ ବ୍ୟାପକ ଅବ୍ୟବସ୍ଥା ହେଉଥିବା ଭାଜପା ପକ୍ଷରୁ ଅଭିଯୋଗ କରାଯାଇଛି। ଗରିବ, ଅସହାୟ ଏବଂ ଅଙ୍ଗନଓ୍ବାଡି ଶିଶୁଙ୍କ ପାଇଁ ଆସିଥିବା ଅତ୍ୟାବଶ୍ୟକ ସାମଗ୍ରୀର ବାଟମାରଣା କରାଯାଉଥିବା ଦଳୀୟ କର୍ମକର୍ତ୍ତା କହିଛନ୍ତି। ଏ ନେଇ ଭାଜପାର ଏକ ୪ଜଣିଆ ପ୍ରତିନିଧିମଣ୍ଡଳୀ ଗୁରୁବାର ପୂର୍ବାହ୍ନରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ସହ ଆଲୋଚନା କରିଛନ୍ତି।
ଆସନ୍ତା ମେ’ ୩ରେ ଲକ୍‌ଡାଉନ୍‌ ଅବଧି ଶେଷ ହେଉଛି। ଏହାପରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ନିୟମ ବଦଳିବା ସମ୍ଭାବନା ରହିଛି। ଏହାକୁ ନେଇ ଅନେକ ସମସ୍ୟା ଉପୁଜିବା ଆଶଙ୍କା ଦେଖାଦେଇଛି। ଏଥିଲାଗି ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ପ୍ରସ୍ତୁତି ସମ୍ପର୍କରେ ପ୍ରତିନିଧିମଣ୍ଡଳୀ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଜିଲାର କେତେକ ସ୍ଥାନରେ ଗରିବ ଜନସାଧାରଣ ଓ ଅଙ୍ଗନଓ୍ବାଡି ଶିଶୁଙ୍କୁ ଡାଲି, ଚାଉଳ, ରାଶନ ସାମଗ୍ରୀ ଧାର୍ଯ୍ୟ ପରିମାଣରୁ କମ୍‌ ଦିଆଯାଉଛି। ବଣ୍ଟନ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ଏବଂ ଖିଲାପକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଜିଲାପାଳଙ୍କୁ ନିବେଦନ କରିଛନ୍ତି। ସେହିପରି ଲକ୍‌ଡାଉନ୍‌ ଯୋଗୁ ଫସି ରହିଥିବା ପ୍ରବାସୀ ଜିଲାକୁ ଆସିବେ। ସେମାନେ କ୍ୱାରାଣ୍ଟାଇନ୍‌ରେ ରହିବା ବାଧ୍ୟତାମୂଳକ କରାଯାଇଛି। ତେଣୁ ଉଚିତ ସଙ୍ଗରୋଧ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବା, ମହିଳା ଏବଂ ପୁରୁଷଙ୍କ ପାଇଁ ପୃଥକ୍‌ କ୍ୱାରାଣ୍ଟାଇନ ଗୃହ, ଶୌଚାଳୟ, ଜଳ, ବିଦ୍ୟୁତ୍‌ ଯୋଗାଣ ସହ କଡ଼ା ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ଜିଲାପାଳଙ୍କୁ ଅନୁରୋଧ କରାଯାଇଛି। କରୋନା ଲଢ଼େଇରେ ଜିଲା ପ୍ରଶାସନ, ପୋଲିସ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ପ୍ରଶଂସନୀୟ। ଏଥିରେ ଦଳୀୟ କର୍ମକର୍ତ୍ତା ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି। ଜିଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ଜିଲା ଉପସଭାପତି ନବକିଶୋର ଗୁରୁ, ସମ୍ପାଦକ ମାତୃପ୍ରସାଦ ନନ୍ଦ ଆଲୋଚନାରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିରରୁ ଚୋରି କରୁଥିଲେ ଚୋର, ହଠାତ୍‌ ଶୁଭିଲା ଠାକୁରାଣୀଙ୍କ ପାଉଁଜି ଶବ୍ଦ, ଭୟରେ ଥରିଥରି ଏମିତି କହିଲେ…

ଭଦ୍ରକ,୧୦ା୪(ସନାତନ ରାଉତ):  ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀ ମନ୍ଦିରର ହୁଣ୍ଡିରେ ଥିବା ଟଙ୍କା ରବିବାର ରାତିରେ ଚୋରି ହୋଇଥିଲା। ଏହି ଚୋରିରେ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଭଦ୍ରକ…

ପ୍ରେମରେ ପ୍ରତାରଣା ପାଇବା ପରେ ଟାଓ୍ବାର ଉପରକୁ ଚଢିଗଲେ ଯୁବକ, ତା’ପରେ ଘଟିଲା…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): ପ୍ରେମରେ ପ୍ରତାରଣା ପାଇବା ପରେ ଯୁବକ ୩୩ କେଭି ଟାୱାରରେ ଚଢି ଜୀବନ ହାରିବା ପାଇଁ ଚେଷ୍ଟା କରୁଥିବାବେଳେ ପୋଲିସ ପହଞ୍ଚି…

କଟାଗଲା ଗଛ, ଭଙ୍ଗାଯିବ ଘର, ଜବରଦଖଲକାରୀଙ୍କ ଚିନ୍ତା ବଢ଼ିଲା

ଧର୍ମଶାଳା,୧୦ା୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଶାନ୍ତିବଜାରଠାରୁ କାଏମା ପର୍ଯ୍ୟନ୍ତ ଅଟକି ରହିଥିବା ପ୍ରଶସ୍ତିକରଣ କାର୍ଯ୍ୟ ଦୀର୍ଘ ୨୭ମାସ ପରେ ଆରମ୍ଭ ହୋଇଛି। ଏହାକୁ ଚାରି…

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ; ଜୟନ୍ତୀ ପଢିଆରି-ମହେଶ ମହାନ୍ତିଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଭଞ୍ଜନଗରରେ ଖୁସିର ଲହରୀ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ): ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଵତନ୍ତ୍ର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଏବଂ ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ତାଲିକା ଶୁକ୍ରବାର ଘୋଷଣା ହୋଇଛି । ଏଥିରେ…

ଘୋଡାହାଡ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ ବୃଦ୍ଧ: ଆଜି ମିଳିଲା ମୃତଦେହ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ…

କ୍ଷତିଗ୍ରସ୍ତ ଚାଷୀଙ୍କୁ ଠିକ୍‌ଭାବେ ପ୍ରଦାନ କରାଯାଉନାହିଁ ବୀମାରାଶି, ଜିଲାରେ ପୁଣି…

ବରଗଡ଼,୧୦।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ବାଟବଣା ହୋଇପଡ଼ିଛି। ବିଭିନ୍ନ ସମୟରେ ଚାଷୀମାନେ ଫସଲକ୍ଷତିର ସମ୍ମୁଖୀନ ହେଉଛନ୍ତି, ଅଥଚ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଠିକ୍‌ଭାବେ ବୀମାରାଶି…

ଅଧ୍ୟାପିକାଙ୍କୁ ନିର୍ଯାତନା ଦେଇ ଜେଲ୍‌ ଗଲେ କଲେଜ ଅଧ୍ୟକ୍ଷ

ଝାରବନ୍ଧ,୧୦ା୪(ଦେବେନ୍ଦ୍ର ସାହୁ): ଜଣେ ଅଧ୍ୟାପିକାଙ୍କୁ ମାନସିକ ନିର୍ଯାତନା ଦେବା ବରଗଡ଼ ଜିଲା ଝାରବନ୍ଧ ଜୁନିଅର ଅଧ୍ୟକ୍ଷ ପ୍ରମୋଦ କୁମାର ସାହୁଙ୍କୁ ମହଙ୍ଗା ପଡ଼ିଛି। ଶେଷରେ ତାଙ୍କୁ ଜେଲ୍‌…

ଫୁଲବାଣୀରୁ ବେଙ୍ଗାଲୁରୁକୁ ଗଞ୍ଜେଇ ଚାଲାଣ କରୁଥିଲେ ଭାଇ-ଭଉଣୀ, ଅଚାନକ ପହଞ୍ଚିଗଲା ପୋଲିସ, ତା’ପରେ…

ଛତ୍ରପୁର, ୧୦।୪(ଦିଲ୍ଲୀପ ସାମଲ): ବେଆଇନ ଭାବେ ଫୁଲବାଣୀରୁ ବେଙ୍ଗାଲୁରୁ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡି ବସିଲା ଛତ୍ରପୁର ଅବକାରୀ ଭ୍ରାମ୍ୟମାଣ ଥାନା । ଗୁରୁବାର ଅପରାହ୍ନରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri