‘ଅତ୍ୟାଚାର, ଆକ୍ରୋଶ ବିରୋଧରେ ମୁହଁ ଖୋଲନ୍ତୁ ମହିଳା’

ନାତୁଣୀ ହାକିମ ହେଉ, ଏହା ଥିଲା ଜେଜେଙ୍କ ଇଚ୍ଛା। ସେହି ସ୍ବପ୍ନ ଏବେ ପୂରଣ ହୋଇଛି। ହେଲେ ନାତୁଣୀର ଏହି ଖୁସି ଦେଖିବାକୁ ଜେଜେ ନାହାନ୍ତି। କେବେଠୁ ତାଙ୍କର ସ୍ବର୍ଗାବାସ ହୋଇସାରିଛି। ସେ ଥିଲେ ନିଶ୍ଚିତ ଏହି ଖୁସି ଦ୍ୱିଗୁଣିତ ହୋଇଥାନ୍ତା ବୋଲି କହିଛନ୍ତି ଓଡ଼ିଶା ଜୁଡିସିଆଲ ସର୍ଭିସ (ଓଜେଏସ୍‌) ପରୀକ୍ଷାରେ ରାଜ୍ୟ ଟପ୍ପର ହୋଇଥିବା ଅନୁଗୋଳ ଶୁଶୁଡ଼ାର ଈପ୍‌ସିତା ଅଭିନନ୍ଦିତା ମିଶ୍ର(୨୪)। ରୋଟାରୀ ପବ୍ଲିକ ସ୍କୁଲରେ ସ୍କୁଲ ଶିକ୍ଷା ଶେଷ କରିଥିବା ଈପ୍‌ସିତା ଡିଏଭି ପବ୍ଲିକ ସ୍କୁଲରେ ଯୁକ୍ତ ୨ ପଢ଼ିଥିଲେ। ପରେ ଭୁବନେଶ୍ୱରସ୍ଥିତ ୟୁନିଭର୍ସିଟି ଲ’ କଲେଜରେ ସ୍ନାତକ ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ଥିବା ଏଲ୍‌ଏଲ୍‌ଏମ୍‌ରେ ସ୍ନାତକୋତ୍ତର କରିଥିଲେ। ସେହି ପରୀକ୍ଷା ଫଳ ବାହାରି ନ ଥିବାବେଳେ ପ୍ରଥମ ଥର ଓଜେଏସ୍‌ ପରୀକ୍ଷାରେ ତାଙ୍କୁ ଶ୍ରେଷ୍ଠ ହେବାର ସଫଳତା ମିଳିଛି। ଜେଜେବାପା ସ୍ବର୍ଗତ ପଣ୍ଡିତ ନିତ୍ୟାନନ୍ଦ ମିଶ୍ରଙ୍କ ଆଶୀର୍ବାଦ, ଆଇନଜୀବୀ ସୁରେଶ କୁମାର ମିଶ୍ରଙ୍କ ଠାରୁ ପ୍ରୋତ୍ସାହନ ଓ ଆଶୁତୋଷ ମିଶ୍ର, ୟୁ.ସି. ମିଶ୍ରଙ୍କ ମାର୍ଗଦର୍ଶନ ଯୋଗୁ ସେ ଏହି ସଫଳତା ହାସଲ କରିପାରିଛନ୍ତି। ବାପା ଆଇନଜୀବୀ ଧ୍ରୁବ ଚରଣ ମିଶ୍ର ଓ ମା’ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ହିଲୋଲିନୀ ମିଶ୍ରଙ୍କ ପ୍ରେରଣା ତାଙ୍କୁ ବିନା କୋଚିଂରେ ବିଚାରପତି ହେବାର ସୌଭାଗ୍ୟ ଦେଇପାରିଛି ବୋଲି ଈପ୍‌ସିତା ପ୍ରକାଶ କରିଛନ୍ତି। ଓଡ଼ିଶୀ ନୃତ୍ୟରେ ରୁଚି ରଖୁଥିବା ଈପ୍‌ସିତା ରାଜ୍ୟପାଳ ଟ୍ରଫି ପାଇଥିଲେ ବି ଏବେ ନ୍ୟାୟିକ ବ୍ୟବସ୍ଥାରେ ରହି ସମସ୍ତଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବେ ବୋଲି ‘ଧରିତ୍ରୀ’ ସହ ଆଳାପ ବେଳେ କହିଛନ୍ତି।

ପ୍ରଶ୍ନ: କେମିତି ଥିଲା ପ୍ରସ୍ତୁତି?
ଭୁବନେଶ୍ୱରସ୍ଥିତ ୟୁନିଭର୍ସିଟି ଲ’ କଲେଜରେ ପ୍ରଥମ ବର୍ଷ ନାମ ଲେଖାଇବା ସମୟରେ ଓଜେଏସ୍‌ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲି। ପାଠ ପଢ଼ା ସହ ସମୟ ପାଇଲେ ଉକ୍ତ ପ୍ରସ୍ତୁତି ଦିଗରେ ଅଗ୍ରସର ହେଉଥିଲି।
ପ୍ରଶ୍ନ: ଏବେ ଟପ୍ପର, କିପରି ଲାଗୁଛି?
ଲିଖିତ ସହ ମୌଖିକ ପରୀକ୍ଷା ଭଲ ହୋଇଥିଲା। ଓଜେଏସ୍‌ ପାଇବି ବୋଲି ନିଶ୍ଚିତ ଥିଲି। କିନ୍ତୁ ପ୍ରଥମ ସ୍ଥାନ କଥା ଭାବି ନ ଥିଲି। ଯେତିକି ଖୁସି ଲାଗୁଛି, ଜେଜେ ଥିଲେ ତାହା ବହୁ ଅଧିକ ହୋଇଥାନ୍ତା।
ପ୍ରଶ୍ନ: ନ୍ୟାୟିକ ଆସ୍ଥାକୁ କିପରି ବଜାୟ ରଖିବେ?
ବ୍ୟବସ୍ଥାରେ ଏବେ ସମ୍ପୂର୍ଣ୍ଣ ଅନଭିଜ୍ଞ। ଓଡ଼ିଶା ଜୁଡିସିଆଲ ଏକାଡେମୀରେ ଗୋଟିଏ ବର୍ଷ ପ୍ରୋବେଶନରେ ରହିବି। ସେଠାରୁ ବହୁତ କିଛି ଶିଖିବାର ଅଛି। ଏଥିସହ ନ୍ୟାୟିକ ବ୍ୟବସ୍ଥାରେ ପ୍ରତ୍ୟେକ ଦିନ କିଛି ନା କିଛି ଶିଖିବାକୁ ପଡ଼ିଥାଏ। ତେଣୁ ନ୍ୟାୟାଳୟକୁ ଆସୁଥିବା ପ୍ରତ୍ୟେକ ଲୋକଙ୍କୁ ନ୍ୟାୟ ଦେବା ପାଇଁ ଚେଷ୍ଟା କରିବି।
ପ୍ରଶ୍ନ: ଅସଂଖ୍ୟ ମାମଲା ସହ ବିଚାରରେ ବିଳମ୍ବ, ଏହାକୁ ନେଇ କ’ଣ କହିବେ?
କାରଣ ହେଉଛି କୋର୍ଟରେ ଆବଶ୍ୟକ ସଂଖ୍ୟକ ବିଚାରପତି ଓ କର୍ମଚାରୀ ନାହନ୍ତି। ଫଳରେ ନ୍ୟାୟିକ ବ୍ୟବସ୍ଥାରେ ମାମଲା ଗୁଡ଼ିକର ତ୍ୱରିତ ଫଇସଲା ହୋଇପାରୁନାହିଁ।
ପ୍ରଶ୍ନ: ବଢ଼ୁଥିବା ନାରୀ ନିର୍ଯାତନା ଏବେ ବଡ଼ ସମସ୍ୟା, ରୋକିବାର ଉପାୟ କ’ଣ?
ବିଭିନ୍ନ ନିର୍ଯାତନା, ଆକ୍ରୋଶ ବିରୋଧରେ ମହିଳାମାନେ ଆଇନର ଆଶ୍ରୟ ନେଉଥିବା ଦେଖାଯାଉଛି। ହେଲେ ଏବେ ବି ଅନେକେ ଲୋକଲଜ୍ଜା କାରଣରୁ ଚୁପ୍‌ ରହିଯାଉଛନ୍ତି। ସେମାନେ ମୁହଁ ଖୋଲିବା ଦରକାର। ଏହାଦ୍ୱାରା ହିଁ ସମାଜରେ ଥିବା ଖଳ ପ୍ରକୃତିର ଲୋକମାନେ ଦଣ୍ଡିତ ହେବେ ଓ ମହିଳାମାନେ ସୁରକ୍ଷିତ ରହିପାରିବେ।
ପ୍ରଶ୍ନ:କୋର୍ଟ ପ୍ରତି ଥିବା ଲୋକଙ୍କ ଭୟ କେମିତି ଦୂର ହେବ?
ଉତ୍ତର: ଅଦାଲତକୁ ଲୋକମାନେ ଭୟ କରିବା କଥା ନୁହେଁ। ଏହାଛଡ଼ା କୋର୍ଟ ନ ଆସି ବି ସେମାନେ ନ୍ୟାୟ ପାଇପାରିବେ। ଏଥିପାଇଁ ଲୋକ ଅଦାଲତ ହେଲାଣି ଓ ତା’ ସାଙ୍ଗକୁ ଟ୍ରିବ୍ୟୁନାଲ ମଧ୍ୟ ରହିଛି। ଜନସାଧାରଣ ସଚେତନ ହେଲେ ଏସବୁ ଫୋରମରେ ସେମାନଙ୍କ ମାମଲାର ବିଚାର ହୋଇପାରିବ।
ପ୍ରଶ୍ନ: ନ୍ୟାୟ ବ୍ୟବସ୍ଥା ଓ ଓଡ଼ିଶୀ ନୃତ୍ୟ ନିଶା, ଏକାଠି କ’ଣ ସମ୍ଭବ?
ଓଡ଼ିଶୀ ନୃତ୍ୟ ମୋର ନିଶା। ସ୍କୁଲ କ୍ୟାରିୟରରୁ ଏହାକୁ ନେଇ ଆଗକୁ ବଢ଼ିଆସିଛି। ଭୁବନେଶ୍ୱର, ହାଇଦ୍ରାବାଦ, ଦିଲ୍ଲୀ, ଭୋପାଳରେ ଭଲ ପ୍ରଦର୍ଶନ କରିଛି। ରାଜ୍ୟପାଳ ଟ୍ରଫି ବି ପାଇଛି। ନ୍ୟାୟିକ ବ୍ୟବସ୍ଥାରେ ବାନ୍ଧି ହେବା ପରେ ଘରେ ନୃତ୍ୟ ଅଭ୍ୟାସ ଜାରି ରଖିଛି। ସୁଯୋଗ ପାଇଲେ ନିଶ୍ଚିତ ଭାବେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବି।

 


Enter your email to get our daily news in your inbox.

All Right Reserved By Dharitri.Com

ବିଚ୍‌ ରାସ୍ତାରେ ପଡ଼ିଛି ନବଜାତ ଶିଶୁର ମୃତଦେହ, ଜନ୍ମ ପରେ…

ରାୟଗଡ଼ା,୨୦ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ାରେ ପୁଣି ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ। ସହରର ଗୋଦାବରୀଶ ନଗର ତଥା ରାୟଗଡ଼ା କଲେଜ ପଛ ପାର୍ଶ୍ୱ ବିଚ୍‌…

ଦେଶର ଖଣିଜ ଉତ୍ପାଦନକୁ ଓଡ଼ିଶାର ଯୋଗଦାନ ୪୩.୭

ଭୁବନେଶ୍ୱର,୨୦ା୨: ଦେଶର ଅର୍ଥନୀତିର ଚକକୁ ଗତିଶୀଳ କରିବାରେ ଓଡ଼ିଶାର ଖଣି ସମ୍ପଦ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଛି। ଦେଶର ମୋଟ ଖଣିଜ ଉତ୍ପାଦନରେ ଓଡ଼ିଶାର ଅବଦାନ…

ଯୁବକଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ

ଛତ୍ରପୁର,୨୦ା୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁରରେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଛି। ଛତ୍ରପୁର ଥାନା ଅଧୀନ ରିକାପଲ୍ଲୀ ଗେଟ୍‌ ପାଖରେ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି।…

୫ମିନିଟ୍‌ ବ୍ୟବଧାନରେ ଗୋଟିଏ ଗାଡ଼ିରେ ୨ମିଲକୁ ଧାନ ଯିବା ଘଟଣା: ତଦନ୍ତ ଆରମ୍ଭ କଲା ଯୋଗାଣ ବିଭାଗ

ବରଗଡ଼,୨୦।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନକିଣାରେ ଫଲ୍ସ ଏଣ୍ଟ୍ରି ଜଣାପଡ଼ିଛି। ୫ମିନିଟ୍‌ ବ୍ୟବଧାନରେ ଗୋଟିଏ ଗାଡ଼ିରେ ୨ମିଲକୁ ଧାନ ଯାଇଥିବା ଘଟଣା ଜଣାପଡ଼ିବା ପରେ ବରଗଡ଼ ଜିଲା…

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଅପରେସନ୍ ବ୍ଲାକ୍‌ ଫରେଷ୍ଟ-୨: ଅଣ୍ଟା ଭିଡ଼ିଛନ୍ତି ୨ହଜାରରୁ ଊର୍ଦ୍ଧ୍ୱ ଯବାନ

ମାଲକାନଗିରି,୨୦।୨: ମାଓବାଦୀଙ୍କ ବିରୋଧରେ ସୁରକ୍ଷାବଳକୁ ମିଳିଛି ଏକ ବଡ଼ ସଫଳତା। ‘ଅପରେସନ୍ ବ୍ଲାକ୍ ଫରେଷ୍ଟ-୨’ରେ ଟଳିଛନ୍ତି ୫ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ। ଛତିଶଗଡ଼ ଓ ତେଲଙ୍ଗାନା ସୀମାନ୍ତ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri