Posted inଖେଳ

ଅତୁଟ ୩ ଭାରତୀୟ ରେକର୍ଡ

କ୍ରିକେଟର ମହାକୁମ୍ଭ ଆଇସିସି ବିଶ୍ୱକପ୍‌ ଆରମ୍ଭ ହୋଇଯାଇଛି। ଆଗାମୀ ଦେଢ଼ମାସ ଧରି ଗ୍ରେଟ୍‌ ବ୍ରିଟେନର ୧୧ଟି ଷ୍ଟାଡିୟମରେ ବିଶ୍ୱକପ୍‌ ଟ୍ରଫି ଲାଗି ୧୦ ଦଳ ମଧ୍ୟରେ ମୁକାବିଲା ହେବ। ଟୁର୍ନାମେଣ୍ଟ ଉପରେ ନଜର ପକାଇଲେ ଭାରତ ଅନ୍ୟତମ ସଫଳ ଦଳର ମାନ୍ୟତା ପାଇଛି। ୧୯୮୩ରେ କପିଳ ଦେବଙ୍କ ନେତୃତ୍ୱରେ ଭାରତ ପ୍ରଥମଥର ବିଶ୍ୱବିଜେତା ମୁକୁଟ ପିନ୍ଧିଥିଲା। ଏହାପରେ ୨୦୧୧ରେ ଦ୍ୱିତୀୟଥର ପାଇଁ ଚାମ୍ପିୟନ ହୋଇଥିଲା। ତେବେ ଭାରତ ୨୦୦୩ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଅଷ୍ଟ୍ରେଲିଆଠାରୁ ହାରି ରନର୍ସଅପ୍‌ରେ ସନ୍ତୁଷ୍ଟ ରହିଥିଲା। ତିନିଥର ଫାଇନାଲ ଖେଳିଥିବା ଭାରତୀୟ ଖେଳାଳିଙ୍କ ନାମରେ ଏମିତି କିଛି ବିଶ୍ୱକପ୍‌ ରେକର୍ଡ ରହିଛି ଯାହା ଆଜି ପର୍ଯ୍ୟନ୍ତ ବି ଅତୁଟ ରହିଛି। ସେହି ୩ଟି ରେକର୍ଡ ବିଷୟରେ ନିମ୍ନରେ ସଂକ୍ଷେପରେ…

ଗାଙ୍ଗୁଲିଙ୍କ ପାର୍ଟନରଶିପ :

‘ଗଡ୍‌ ଅଫ୍‌ ଦି ଅଫ୍‌ ସାଇଡ୍‌’ ବା ‘ଦାଦା’ ଭାବେ ପରିଚିତ ସୌରଭ ଗାଙ୍ଗୁଲିଙ୍ଗୁ ଭାରତୀୟ କ୍ରିକେଟ୍‌ର ଅନ୍ୟତମ ସଫଳ ଅଧିନାୟକ ଭାବେ ବିବେଚନା କରାଯାଏ। ଭାରତର ସବୁଠାରୁ ସଫଳ ବାମହାତୀ ବ୍ୟାଟ୍ସମ୍ୟାନ ଭାବେ ଗାଙ୍ଗୁଲିଙ୍କ ନାମ ସର୍ବାଗ୍ରେ ରହିବ। ୩୧୧ ଦିନିକିଆ ମ୍ୟାଚ୍‌ରୁ ସେ ୪୧ ଆଭରେଜରେ ରନ ସଂଗ୍ରହ କରିବା ସହ ୨୨ ଶତକ ହାସଲ କରିଛନ୍ତି। କ୍ରିକେଟ କ୍ୟାରିୟରରେ ସୌରଭ ମୋଟ୍‌ ଉପରେ ୩ଟି ବିଶ୍ୱକପ୍‌ (୧୯୯୯, ୨୦୦୩ ଓ ୨୦୦୭)ରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି। ବିଶ୍ୱକପ୍‌ରେ ମଧ୍ୟ ଗାଙ୍ଗୁଲିଙ୍କ ନାମରେ ଏକ ସ୍ବତନ୍ତ୍ର ରେକର୍ଡ ରହିଛି। ଏକମାତ୍ର ବ୍ୟାଟ୍ସମ୍ୟାନ ଭାବେ ବିଶ୍ୱକପ୍‌ରେ ୩ଟି ଦ୍ୱିଶତକୀୟ ପାର୍ଟନରଶିପ୍‌ କରିବାରେ ସେ ବିଶ୍ୱର ଏକମାତ୍ର କ୍ରିକେଟର। ୧୯୯୯ରେ ନିଜର ପଦାର୍ପଣ ବିଶ୍ୱକପ୍‌ରେ ରାହୁଲ ଡ୍ରାଭିଡ୍‌ଙ୍କ ସହ ମିଶି ଗାଙ୍ଗୁଲି ଡିଫେଣ୍ଡିଂ ଚାମ୍ପିୟନ ଶ୍ରୀଲଙ୍କା ବିପକ୍ଷରେ ୩୧୮ ରନର ପାର୍ଟନରଶିପ୍‌ କରିଥିଲେ। ଦିନିକିଆ କ୍ରିକେଟରେ ଏହା ମଧ୍ୟ ପ୍ରଥମ ତ୍ରିଶତକୀୟ ପାର୍ଟନରଶିପ୍‌ ଥିଲା। ଏହାପରେ ୨୦୦୩ ବିଶ୍ୱକପ୍‌ର ନାମ୍ବିଆ ବିପକ୍ଷ ମ୍ୟାଚ୍‌ରେ ସଚିନ ତେନ୍ଦୁଲକରଙ୍କୁ ସାଥୀ କରି ଗାଙ୍ଗୁଲି ୨୪୪ ରନ ସଂଗ୍ରହ କରିଥିଲେ। ଅନ୍ତିମ ତଥା ୩ୟ ଦ୍ୱିଶତକୀୟ ପାର୍ଟନରଶିପ୍‌ ଗାଙ୍ଗୁଲି ୨୦୦୭ ବିଶ୍ୱକପ୍‌ରେ ହାସଲ କରିଥିଲେ। ବୀରେନ୍ଦ୍ର ସେହ୍ବାଗ ଓ ଗାଙ୍ଗୁଲି ଯୋଡ଼ି ୨୦୨ ରନର ଭାଗୀଦାରି କରିଥିଲେ। ଗାଙ୍ଗୁଲିଙ୍କ ଏହି ରେକର୍ଡ କୌଣସି ବ୍ୟାଟ୍ସମ୍ୟାନଙ୍କ ପକ୍ଷେ କଷ୍ଟକର ବ୍ୟାପାର ହେବ।

ବିଶେନ ସିଂ ବେଦୀ :

ସାଥୀ ଖେଳାଳିଙ୍କ ଗହଣରେ ବିଶୁ ଭାବେ ପରିଚିତ ପଞ୍ଜାବର ବାମହାତୀ ସ୍ପିନର ବିଶେନ ସିଂ ବେଦୀ ୧୯୭୦ ଦଶକରେ ଭାରତର ଅନ୍ୟତମ ଶ୍ରେଷ୍ଠ ସ୍ପିନର ଥିଲେ। ସେହି ସମୟରେ ୪ (ବେଦୀ, ଏରାପଲ୍ଲୀ ପ୍ରସନ୍ନା, ଭଗବତ୍‌ ଚନ୍ଦ୍ରଶେଖର ଓ ଶ୍ରୀନିବାସ ଭେଙ୍କଟରାଘବନ)ପ୍ରସିଦ୍ଧ ଭାରତୀୟ ସ୍ପିନରଙ୍କ ମଧ୍ୟରୁ ସେ ଅନ୍ୟତମ। ବୋଲିଂରେ ବିବିଧତା ପାଇଁ ଯୋଗୁ ବେଦୀ ସର୍ବଦା ବ୍ୟାଟ୍ସମ୍ୟାନଙ୍କୁ ଅଡ଼ୁଆରେ ପକାଇବାରେ ସଫଳ ହେଉଥିଲେ। ସେହି ସମୟରେ ଟେଷ୍ଟ କ୍ରିକେଟର ପ୍ରଧାନ୍ୟ ଯୋଗୁ ଅଧିକ ଦିନିକିଆ ଖେଳିବାର ସୁଯୋଗ ପାଇ ନ ଥିଲେ ମଧ୍ୟ ବେଦୀଙ୍କ ନାମରେ ଏକ ବିଶ୍ୱକପ୍‌ ରେକର୍ଡ ଆଜି ପର୍ଯ୍ୟନ୍ତ ଲିପିବଦ୍ଧ ହୋଇ ରହିଛି। ୧୯୭୫ରେ ଅନୁଷ୍ଠିତ ହୋଇଥିବା ବିଶ୍ୱକପ୍‌ର ପ୍ରଥମ ସଂସ୍କରଣରେ ଇଷ୍ଟ ଆଫ୍ରିକା ବିପକ୍ଷରେ ଅନୁଷ୍ଠିତ ଏକ ମ୍ୟାଚ୍‌ରେ ସେ ୨ଟି ଓଭର ମେଡେନ ପକାଇଥିଲେ। ବିଶ୍ୱକପ୍‌ର ୧୧ଟି ସଂସ୍କରଣ ଏହା ମଧ୍ୟରେ ଅତିବାହିତ ହୋଇଯାଇଥିଲେ ମଧ୍ୟ ଅନ୍ୟକୌଣସି ବୋଲର ଏହି ମେଗା ଇଭେଣ୍ଟର କୌଣସି ଗୋଟିଏ ମ୍ୟାଚ୍‌ରେ ଦୁଇ ଓଭର ମେଡେନ ବୋଲିଂ କରିବାରେ ସକ୍ଷମ ହୋଇନାହାନ୍ତି।

ସଚିନଙ୍କ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ରେକର୍ଡ :

ଏହା ନିଃସନ୍ଦେହରେ କୁହାଯାଇପାରେ ଯେ, ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନାମରେ ଦିନିକିଆ କ୍ରିକେଟର ୫୦ ପ୍ରତିଶତ ରେକର୍ଡ ଲିପିବଦ୍ଧ ହୋଇ ରହିଛି। ବହୁତ କମ୍‌ ବୟସ ମାତ୍ର ୧୬ ବର୍ଷରେ ଭାରତୀୟ ଦଳ ପକ୍ଷରୁ ପଦାର୍ପଣ କରିଥିବା ସଚିନ ନିଜର ବ୍ୟାଟିଂ ଦକ୍ଷତା ଲାଗି ବୋଲରଙ୍କ ପାଇଁ ସର୍ବଦା ଦୁଃସ୍ବପ୍ନ ହୋଇ ରହିଥାନ୍ତି। ୨୨ ବର୍ଷର ଲମ୍ବା କ୍ରିକେଟ କ୍ୟାରିୟର ମଧ୍ୟରେ ତେନ୍ଦୁଲକର ୬ଥର ବିଶ୍ୱକପ୍‌ ଖେଳିଛନ୍ତି। ସର୍ବାଧିକ ବିଶ୍ୱକପ୍‌ ଖେଳିବାରେ ସେ ପାକିସ୍ତାନର ଜାଭେଦ ମିଆଁଦାଦ୍‌ (୬ଥର)ଙ୍କ ସହ ମିଳିତ ଭାବେ ଶୀର୍ଷରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଟି-୨୦ ବିଶ୍ୱକପ୍‌ରୁ ଅଷ୍ଟ୍ରେଲିଆ ଆଉଟ୍: ବର୍ଷା ସାଜିଲା ବାଧକ, ସୁପର-୮ରେ ଜିମ୍ବାୱେ

ନୂଆଦିଲ୍ଲୀ,୧୭।୨: ଟି-୨୦ ବିଶ୍ୱକପ୍‌ରେ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପାଲେକେଲେରେ ଜିମ୍ବାୱେ ଏବଂ ଆୟରଲାଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଯାଇଛି।…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଇତିହାସ ରଚିଲେ କାନାଡା ଯୁବରାଜ, T20 World Cupରେ କଲେ ଏମିତି ରନ ବର୍ଷା ବନିଗଲେ…

ନୂଆଦିଲ୍ଲୀ,୧୭।୨: କାନାଡାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଯୁବରାଜ ସାମରା ୨୦୨୬ ଟି-୨୦ ବିଶ୍ୱକପରେ ଏକ ଐତିହାସିକ ଶତକ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ…

ପ୍ରେମାନନ୍ଦ ଜୀ ମହାରାଜଙ୍କ ଶରଣ ନେଲେ ବିରୁଷ୍କା

ନୂଆଦିଲ୍ଲୀ,୧୭।୨: ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ପ୍ରେନାନନ୍ଦଜୀ ମହାରାଜଙ୍କ ଦର୍ଶନ ପାଇଁ ଆସିଛନ୍ତି। ଏହା ପ୍ରଥମ ଥର ନୁହେଁ…

ଆଜି ଏହି ୨ଟି ଦଳ T20 World Cup Super-8 ପାଇଁ ଟିକେଟ ପାଇପାରନ୍ତି, ପୂର୍ବରୁ ୫ଦଳକୁ ମିଳି ସାରିଛି ଏଣ୍ଟ୍ରି

ନୂଆଦିଲ୍ଲୀ,୧୭।୨: ୨୦୨୬ ଟି-୨୦ ବିଶ୍ୱକପ ଯାତ୍ରା ଆରମ୍ଭ ହୋଇଥିଲା ୨୦ଟି ଦଳକୁ ପାଞ୍ଚଟି ଲେଖାଏଁ ଗ୍ରୁପରେ ରଖାଯାଇ। ଏବେ ଗ୍ରୁପ ପର୍ଯ୍ୟାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri