ଅତୀତର ସ୍ମୃତିକୁ ସାଉଁଟିଲେ ଅନୁପମ

ମୁମ୍ବାଇ: ବଲିଉଡ୍‌ର ଲିଜେଣ୍ଡ ଅଭିନେତା ଅନୁପମ ଖେର ସୋମବାର ନିଜର ୩୪ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ଅନୁପମ ଖେର ଅତୀତର ସ୍କୃତିକୁ ମନେପକାଇବା ସହ ଟୁଇଟରରେ ଏକ ଫଟୋ ସହିତ ଭାବବିହ୍ବଳ ପୋଷ୍ଟ ଶେୟାର କରିଛନ୍ତି। ସେ କ୍ୟାପଶନ୍‌ରେ ଲେଖିଛନ୍ତି, ପ୍ରିୟ କିରଣ, ତୁମକୁ ୩୪ତମ ବିବାହ ବାର୍ଷିକୀର ଅନେକ ଅନେକ ଶୁଭେଚ୍ଛା। ଦୁହେଁ ଏକାସାଙ୍ଗରେ ଜୀବନର ଲମ୍ବା ସମୟକୁ ବଞ୍ଚିଛେ। ଏହାରି ଭିତରେ ୩୪ ବର୍ଷ ବିତିଯାଇଛି, ହେଲେ ଯେମିତି ଲାଗୁଛି କାଲିର କଥା। ଏକାଠି ବିତାଇଥିବା ସେହି ସ୍ମୃତିକୁ ମୁଁ ବହୁତ ଭଲ ପାଏ। ବିବାହ ବେଳର ଏକ ଫଟୋ ଶେୟାର କରିଛନ୍ତି। ଆଉ ଏହି ଫଟୋରେ ଅନୁପମ ଓ କିରଣ ଖେର ଫୁଲମାଳ ପିନ୍ଧି ଏକାଠି ବସିଥିବା ଦେଖିବାକୁ ମିଳିଛି। ଏହି ବ୍ଲାକ ଆଣ୍ଡ ହ୍ବାଇଟ୍‌ ଫଟୋରେ ଦୁହେଁ ବେଶ୍‌ ସୁନ୍ଦର ଲାଗୁଛନ୍ତି। ଅନ୍ୟପଟେ ଅନୁପମ ଶେୟାର କରିଥିବା ଫଟୋରେ ବଲିଉଡ୍‌ରୁ ଶୁଭେଚ୍ଛାର ସୂଅ ଛୁଟିଛି। ସୂଚନାଯୋଗ୍ୟ, ୧୯୮୫ରେ ଅନୁପମ ଖେର କିରଣ ଖେରଙ୍କୁ ନିଜର ଜୀବନ ସାଥୀ କରିଥିଲେ।

Share