ଅତିଥି ଅଧ୍ୟାପକ ଚୟନରେ ଅନିୟମିତତା ଅଭିଯୋଗ : ତଦନ୍ତ ପାଇଁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ

ପୁରୀ ଅଫିସ,୫ା୮: ପୁରୀ ସରକାରୀ ମହିଳା ମହାବିଦ୍ୟାଳୟରେ ଅତିଥି ଅଧ୍ୟାପକ ଚୟନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ କେତେଜଣ ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ। ଏପରିକି ଚୟନ ପ୍ରକ୍ରିୟାକୁ ନେଇ ବହୁ ପ୍ରାର୍ଥୀ ସୂଚନା ଅଧିକାର ଆଇନ(ଆରଟିଆଇ)ରେ କଲେଜକୁ ରିପୋର୍ଟ ମାଗିଛନ୍ତି। ଅନ୍ୟପଟେ ଚୟନ ପ୍ରକ୍ରିୟା ସମ୍ପର୍କରେ ସବିଶେଷ ରିପୋର୍ଟ ପ୍ରଦାନ କରିବାକୁ ଉଚ୍ଚ ଶିକ୍ଷା ବିଭାଗ କଲେଜ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ତଦନ୍ତ ଲାଗି ଉଚ୍ଚ ଶିକ୍ଷା ବିଭାଗ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଏନେଇ କଲେଜ ଅଧ୍ୟକ୍ଷା ଅଞ୍ଜଳି କୁମାରୀ ଶୁକ୍ଳା କୁହନ୍ତି, ଚୟନ ପ୍ରକ୍ରିୟାରେ କୌଣସି ଅନିୟମିତତା କରାଯାଇନାହିଁ। ଏହା ସମ୍ପର୍ଣ୍ଣ ମିଥ୍ୟା। ଚୟନ ପ୍ରକ୍ରିୟା ରାଜ୍ୟ ସରକାରଙ୍କ ପକ୍ଷରୁ ଆସିଥିବା ଗାଇଡ ଲାଇନ ଅନୁସାରେ କରାଯାଇଛି। ଯେ କୌଣସି ତଦନ୍ତକୁ ସାମ୍ନା କରିବାକୁ ମୁଁ ପ୍ରସ୍ତୁତ ରହିଛି। ଅନ୍ୟପଟେ ଚୟନ ପ୍ରକ୍ରିୟାରେ ଚଞ୍ଚକତା କରାଯାଇଥିବା ନେଇ କେତେଜଣ ଛାତ୍ରୀ ଶନିବାର ଅପରାହ୍ନରେ କଲେଜ ଆଗରେ ବିକ୍ଷୋଭ କରିବା ସହ କଲେଜ ଅଧ୍ୟକ୍ଷାଙ୍କୁ ଘେରିଥିଲେ। କଲେଜରେ ହୋ ହଲ୍ଲା କରିଥିଲେ। ତେବେ ଚୟନ ପ୍ରକ୍ରିୟାରେ କୌଣସି ଚଞ୍ଚକତା କରାଯାଇ ନ ଥିବା ଅଧ୍ୟକ୍ଷା ଶୁକ୍ଳା ପିଲାମାନଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଏନେଇ ଉଚ୍ଚଶିକ୍ଷା ବିଭାଗର ଦୃଷ୍ଟି ଆକର୍ଷଣ କରାଯିବ ବୋଲି କେତେଜଣ ଛାତ୍ରୀ ଗଣମାଧ୍ୟମ ଆଗରେ କହିଛନ୍ତି। ଅନ୍ୟପଟେ ଚୟନ ପ୍ରକ୍ରିୟାରୁ ବାଦ ପଡିଥିବା ପ୍ରାର୍ଥୀ ନିଯୁକ୍ତିକୁ ରଦ୍ଦ କରାଯିବା ସହ ଏହାର ଯାଞ୍ଚ ଲାଗି ଦାବି କରିଛନ୍ତି।
ପ୍ରକାଶ ଯେ, ଗତ ଜୁନ ୨୬ରୁ ଜୁଲାଇ ୨ତାରିଖ ପର୍ଯ୍ୟନ୍ତ ୧୫ଟି ବିଭାଗରେ ଅତିଥି ଅଧ୍ୟାପକ ପଦବୀ ଲାଗି ଚୟନ କରାଯାଇଥିଲା। ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଆଶାୟୀ ପ୍ରାର୍ଥୀ ଅଂଶଗ୍ରହଣ କରିଥିଲେ। ଅଧ୍ୟାପକ ଚୟନରେ ବ୍ୟାପକ ଦୁର୍ନୀତି କରାଯାଇ ଅନଭିଜ୍ଞ ଏବଂ ଅଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯାଇଛି ବୋଲି ବାଦ ପଡିଥିବା ପ୍ରାର୍ଥୀ ଦାବି କରିଛନ୍ତି। ପୂର୍ବରୁ ଏଠାରେ ୨୦୧୮-୧୯ ଶିକ୍ଷା ବର୍ଷରେ ଅତିଥି ଅଧ୍ୟାପକ ଭାବେ ନିଷ୍ଠାର ସହିତ ନିଜ ଅଧ୍ୟାପନା କରିଛନ୍ତି, ସେମାନଙ୍କୁ ଏହି ଚୟନ ପ୍ରକ୍ରିୟାରୁ ବାଦ ଦିଆଯାଇଛି ବୋଲି ଉଚ୍ଚଶିକ୍ଷା ବିଭାଗକୁ ଦେଇଥିବା ଦାବିପତ୍ରରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପ୍ରେସିଡେଣ୍ଟ ହାଉସରେ ଆୟୋଜିତ ଡିନରରେ କାହିଁକି ରାହୁଲଙ୍କୁ ମିଳିଲା ନାହିଁ ନିମନ୍ତ୍ରଣ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କେରଳ କଂଗ୍ରେସର ଏକ ପୋଷ୍ଟ ରାଜନୈତିକ ଏବଂ...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ପାକିସ୍ତାନ ସଂସଦରେ ପଶିଲା ଗଧ, ୟୁସୁଫ ରାଜା କହିଲେ, ‘ଜୀବଜନ୍ତୁମାନେ ମଧ୍ୟ ଆଇନ ଉପରେ ନିଜର ମତାମତ ଦେବାକୁ ଆସିଛନ୍ତି’

ଇସଲାମାବାଦ,୬।୧୨: ଡିସେମ୍ବର ୫ରେ, ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ କିନ୍ତୁ ପ୍ରକାଶ୍ୟ ସୁରକ୍ଷା ତ୍ରୁଟି ଦେଖାଦେଲା। ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ...

ଦୁର୍ଗେଇଦେବୀଙ୍କ ପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦାବି

ପାଇକମାଳ,୬ା୧୨(ବଡ଼ ଶଥପଥୀ):ପାଇକମାଲ ବ୍ଲକ୍‌ ମିଠାପାଲି ପଞ୍ଚାୟତ ମନଭଙ୍ଗ ଡ୍ୟାମ ଦେଇ ମା’ଙ୍କ ପୀଠସ୍ଥଳୀ ତ୍ରିତୟା ନୃସିଂହନାଥ ପର୍ବତମାଳା ଶିଖରେ ଅବସ୍ଥିତ ମାଁ ଦୁର୍ଗେଇଦେବୀଙ୍କ ବାର୍ଷିକ ପୂଜାନୋତ୍ସବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri