ଅତିଥିଙ୍କ ତାଲିକା ଶେୟାର କଲେ ଆଲିଆଙ୍କ ଭାଇ

ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ମେନୁ ଠାରୁ ଆରମ୍ଭ କରି ଅତିଥିମାନଙ୍କ ତାଲିକା ପର୍ଯ୍ୟନ୍ତ ପ୍ରଶଂସକ ଏହା ଜାଣିବାକୁ ସବୁବେଳେ ଆଗ୍ରହୀ । ବର୍ତ୍ତମାନ, ଆଲିଆଙ୍କ ଭାଇ ରାହୁଲ ଭଟ୍ଟ ବିବାହର ଅତିଥିମାନଙ୍କ ତାଲିକା ଶେୟାର କରିଛନ୍ତି । ସେହି ତାଲିକାରେ କେବଳ ୨୮ ଜଣ ଅତିଥି ଯୋଗଦେବେ ବୋଲି ରାହୁଲ କହିଛନ୍ତି। ତେବେ କୁହାଯାଉଛି କି, ପରିବାର ସଦସ୍ୟ, ଘନିଷ୍ଠ ବନ୍ଧୁମାନେ ହିଁ ଯୋଗ ଦେଇପାରନ୍ତି। ବହୁ ଦିନର ପ୍ରେମ ସମ୍ପର୍କ ପରେ ଆଲିଆ-ରଣବୀର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଆସନ୍ତା ୧୩ ରେ ମେହେନ୍ଦି ଏବଂ ୧୪ ରେ ବିବାହ କରିବାକୁ ଯାଉଛନ୍ତି।

Share