Categories: ବାଣିଜ୍ୟ

ଅଣ ସବ୍‌ସିଡି ଏଲ୍‌ପିଜି ୬୧.୫ ଟଙ୍କା କମିଲା

ନୂଆଦିଲ୍ଲୀ, ୨।୪: ବୁଧବାର ଦେଶ ମଧ୍ୟରେ ଅଣ ସବସିଡି ଏଲ୍‌ପିଜି ଦର ସିଲିଣ୍ଡର ପିଛା ୬୧.୫ ଟଙ୍କା ହ୍ରାସ ଘଟିଛି। ଅନ୍ତର୍ଜାତୀୟ ବଜାରରେ ଦର କମିବା ଯୋଗୁ ଏଭଳି ହ୍ରାସ ଘଟିଥିବା ଜଣାପଡିଛି। ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏହା ଦ୍ୱିତୀୟ ଥରର ଦର ହ୍ରାସ ବୋଲି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତୈଳ ବିପଣନ କମ୍ପାନୀଗୁଡିକ ପକ୍ଷରୁ ସୂଚନା ଦିଆଯାଇଛି। ମାର୍ଚ୍ଚ ପହିଲାରେ ଅଣ ସବସିଡି ଏଲ୍‌ପିଜି ଦର ୫୩ ଟଙ୍କା ହ୍ରାସ ଘଟିଥିଲା। ସେହିଭଳି ଫେବୃୟାରୀରେ ସିଲିଣ୍ଡର ପିଛା ଦର ୧୪୪.୫ ଟଙ୍କା ବଢିଥିଲା। ବର୍ତ୍ତମାନ କମର୍ସିଆଲ ବ୍ୟବହାର ଲାଗି ଉଦ୍ଦିଷ୍ଟ ୧୯ କିଲୋ ବିଶିଷ୍ଟ ଏଲ୍‌ପିଜି ସିଲିଣ୍ଡର ଦର ୧୨୮୫ ଟଙ୍କାକୁ ଖସିଛି। ଏହା ପୂର୍ବରୁ ୧୩୮୧.୫୦ ଟଙ୍କା ରହିଥିଲା।

Share