Categories: ବାଣିଜ୍ୟ

ଅଣ ସବ୍‌ସିଡିଯୁକ୍ତ ଏଲ୍‌ପିଜି ଦର ବଢ଼ିଲା;ବିମାନ ଇନ୍ଧନ ଦର କମିଲା

ନୂଆଦିଲ୍ଲୀ,୨-୯: ତୈଳ କମ୍ପାନୀଙ୍କ ପକ୍ଷରୁ ରବିବାର ବିମାନ ଇନ୍ଧନ(ଏଟିଏଫ୍‌୍‌) ଦର ହ୍ରାସ ଘୋଷଣା କରାଯାଇଥିବା ବେଳେ ଅଣ ସବ୍‌ସିଡିଯୁକ୍ତ ଏଲ୍‌ପିଜି ସିଲିଣ୍ଡର ଦର ବୃଦ୍ଧି କରାଯାଇଛି। ପେଟ୍ରୋଲିୟମ କମ୍ପାନୀଙ୍କ ପକ୍ଷରୁ ଜାରି ବିଜ୍ଞପ୍ତରେ କୁହାଯାଇଛି ଯେ, ଅଣ ସବ୍‌ସିଡିଯୁକ୍ତ ଏଲ୍‌ପିଜି ସିଲିଣ୍ଡର ଦର ୧୫.୫୦ ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ଏଟିଏଫ୍‌ ଦର ପ୍ରତି କେଜି ୫୯୬.୬୨ ଟଙ୍କା ହ୍ରାସ କରାଯାଇଛି। ଫଳରେ ଏହାର ଦର ଏବେ ପ୍ରତି କେଜି ୬୨,୬୯୮.୮୬ ଟଙ୍କା ରହିଛି। ବିମାନ ଇନ୍ଧନ ଦର ପ୍ରାୟ ୧% କମିବା ଫଳରେ ଏହା ୪ ମାସର ସର୍ବନିମ୍ନ ସ୍ତରରେ ରହିଛି। କ୍ରମାଗତ ତୃତୀୟ ମାସ ହେବ ଏଟିଏଫ୍‌ ଦର ହ୍ରାସ ପାଇଚାଲିଛି। ସେହିପରି ଅଣ ସବ୍‌ସିଡି ଏଲ୍‌ପିଜି ଦର ଏଣିକି ୫୯୦ ଟଙ୍କା ହେବ। ସେହିପରି କିରୋସିନ ଦର କ୍ରମାଗତ ୨୬ ମାସ ହେବ ଲିଟର ପିଛା ୨୫ ପଇସା ବଢ଼ିଛି। ଅନ୍ୟପକ୍ଷରେ ଦିଲ୍ଲୀ ଏନ୍‌ସିଆର୍‌ରେ ରବିବାର ଇନ୍ଦ୍ରପ୍ରସ୍ଥ ଗ୍ୟାସ୍‌ ଲିମିଟେଡ ସିଏନ୍‌ଜି ଦର ୦.୫୦ ଟଙ୍କା ପ୍ରତି କେଜି ବୃଦ୍ଧି କରିଛି। ଏଣିକି ପ୍ରତି କେଜି ସିଏନ୍‌ଜି ଦର ଦିଲ୍ଲୀରେ ୪୭.୧୦ ଟଙ୍କା ହେବ। ସେହିପରି ନୋଇଡା ଓ ଗ୍ରେଟର ନୋଇଡାରେ ଏହା ୫୩.୫୦ ଟଙ୍କା ହେବ।

Share