Categories: ଜାତୀୟ

ଅଣ୍ଡା ଖାଇଲେ ଶିଶୁ ବଡ଼ ହୋଇ ହେବେ ନରଭକ୍ଷୀ: ବିବାଦୀୟ ମନ୍ତବ୍ୟ ଦେଲେ ଭାଜପା ନେତା

ଭୋପାଳ,୩୧।୧୦: ମଧ୍ୟପ୍ରଦେଶ ଭାଜପା ନେତା ଗୋପାଳ ଭାର୍ଗବଙ୍କ ବିବାଦୀୟ ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ରାଜ୍ୟରେ ଅଧିକ ସଂଖ୍ୟକ ଶିଶୁ କୁପୋଷଣର ଶିକାର ହେଉଥିବାରୁ ମୁଖ୍ୟମନ୍ତ୍ରୀ କମଳନାଥ ସରକାର ପ୍ରତି ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ଅଣ୍ଡା ବଣ୍ଟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ଏଭଳି ପ୍ରସ୍ତାବିତ ଯୋଜନାକୁ ବିରୋଧ କରି ଭାଜପା ନେତା ଗୋପାଳ ଭାର୍ଗବ କହିଛନ୍ତି ଯେ, ଶିଶୁ ଅଣ୍ଡା ଖାଇଲେ ବଡ଼ ହୋଇ ନରଭକ୍ଷୀ ପାଲଟି ଯିବେ। ଗୋପାଳଙ୍କ ଏହି ମନ୍ତବ୍ୟ ନେଇ ବିଭିନ୍ନ ବର୍ଗରୁ ଭିନ୍ନ ଭିନ୍ନ ମତପ୍ରକାଶ ପାଇଛି। ଅପରପକ୍ଷରେ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ଅଣ୍ଡା ବଣ୍ଟନ ଦ୍ୱାରା ଶିଶୁଙ୍କୁ ଆବଶ୍ୟକ ପରିମାଣର ପ୍ରୋଟିନ୍‌ ମିଳିପାରିବ ବୋଲି ସରକାର ସୂଚନା ଦେଇଛନ୍ତି।

Share