ଅଣ୍ଡର ବ୍ରିଜ ନିର୍ମାଣ ଲାଗି ଚତୁର୍ଥ ଦିନରେ ଆନ୍ଦୋଳନ : ଜିଲା ପ୍ରଶାସନ ପକ୍ଷରୁ ବୈଠକ

କେସିଙ୍ଗା, ୨୫।୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହର ନିକଟରେ ଥିବା ରେଳ ଫାଟକ ନିକଟରେ ଅଣ୍ଡର ବ୍ରିଜ ନିର୍ମାଣ ଦାବି ଶନିବାର ଚତୁର୍ଥ ଦିନରେ ପହଞ୍ଚିଛି। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ କେସିଙ୍ଗା ଥାନାରେ ଏକ ଜରୁରିକାଳୀନ ବୈଠକ ଅନୁଷ୍ଠିତ ହୋଇଛି।
ଏହି ବୈଠକରେ କଳାହାଣ୍ଡି ଉପଜିଲାପାଳ ସୁଶାନ୍ତ କୁମାର ସିଂ, କେସିଙ୍ଗା ତହସିଲଦାର ଗଣ୍ଡାରାମ ଖମାରି, ଡିଏସ୍‌ପି ଗୁପ୍ତେଶର ଭୋଇ, କେସିଙ୍ଗା ଥାନାଧିକାରୀ ଏ.କେ.ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। କେସିଙ୍ଗା ସହରର ମହାକାଳପଡ଼ା ଗଣେଶ ପୂଜା କମିଟି ପକ୍ଷରୁ ଏକ ରାଲି ଜଗନ୍ନାଥ ମନ୍ଦିରଠାରୁ ବାହାରି ଗଣଧାରଣା ନିକଟରେ ପହଞ୍ଚିଥିଲା। ଏଥିରେ ସୁରେଶ ରାଓ, ପୂର୍ବତନ ଏନ୍‌ଏସି ଚେୟାରମ୍ୟାନ ରାମଜି ମାଡଖଣ୍ଡିଆ, ସୁରେଶ ମହାନ ପ୍ରମୁଖ ସାମିଲ ହୋଇଛନ୍ତି।