ଅଡ଼ୁଆ କରିପାରନ୍ତି ଅସନ୍ତୁଷ୍ଟ

ଗୁଣପୁର,୧୫।୭ (ପ୍ରଦୀପ କୁମାର ପାଢ଼ୀ): ୨୦୨୪ ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ରାୟଗଡ଼ା ଜିଲାର ରାଜନୈତିକ ବାତାବରଣ ସେତେ ଉଷ୍ମ ହେବାରେ ଲାଗିଛି। କେଉଁ ଦଳ ଏଥର ବାଜିମାତ୍‌ କରିବ ସେ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଆଗାମୀ ସାଧାରଣ ନିର୍ବାଚନରେ ଗୁଣପୁର ନିର୍ବାଚନ ମଣ୍ଡଳୀରେ ଅସନ୍ତୁଷ୍ଟ ଗୋଷ୍ଠୀ ନିର୍ଣ୍ଣାୟକ ଭୂମିକା ନେଇପାରନ୍ତି ବୋଲି ଆଲୋଚନା ହେଉଛି। ଗତ ନିର୍ବାଚନରେ ବିଜେଡିରୁ ବିଦା ହୋଇଥିବା ଶିବ ପ୍ରସାଦ ଗୌଡ଼ଙ୍କ ଗୋଷ୍ଠୀ ଏବେ ଗୁଣପୁର ରାଜନୀତିରେ ବେଶ ସକ୍ରିୟ ଅଛନ୍ତିି । କାରଣ ଗତ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ବିଜେଡିର ତୁଙ୍ଗନେତାଙ୍କ ରଣକୌଶଳ ଏଠାରେ କାମ ଦେଇ ନ ଥିଲା। ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବରିଷ୍ଠ ନେତା ସମସ୍ତେ ଦଳ ପାଇଁ ପ୍ରଚାର କରିଥିଲେ। ହେଲେ ବ୍ଲକର ଦୁଇଟି ଜିଲା ପରିଷଦ ଆସନ କଂଗ୍ରେସ ସପକ୍ଷରେ ଯାଇଥିଲା ା ସେହିଭଳି ପୌର ନିର୍ବାଚନରେ ନିଜେ ଉପାଧ୍ୟକ୍ଷ ହେବା ସହ ସ୍ତ୍ରୀଙ୍କୁ ଅଧ୍ୟକ୍ଷା କରାଇବାରେ ଶିବ ସଫଳ ହୋଇଛନ୍ତି । ତେଣୁ ସେ ଆଗାମୀ ନିର୍ବାଚନରେ ବିଜେଡି ପାଇଁ କଣ୍ଟା ସାଜିବା ଏକ ପ୍ରକାର ସ୍ପଷ୍ଟ ବାରି ହୋଇପଡିଛି। ତେବେ ସେ କେଉଁ ଦଳକୁ ଯିବେ ନା ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ସ୍ପଷ୍ଟ କହୁ ନ ଥିଲେ ମଧ୍ୟ ବିଜୟର ନିର୍ଣ୍ଣାୟକ ଭୂମିକାରେ ରହିବେ ବୋଲି ଆଲୋଚନା ହେଉଛି।
ଗତ ୨ଥରର ନିର୍ବାଚନରେ ବିଜେଡି ତା’ର ପ୍ରାର୍ଥୀ ପରିବର୍ତ୍ତନ କରିଛି। ୨୦୦୯ ନିର୍ବାଚନରେ ବିଜେଡିର ରାମମୂର୍ତ୍ତି ମୁଟ୍ଟିକା ପ୍ରାର୍ଥୀ ହୋଇ ବିଜୟ ଲାଭ କରିଥିଲେ। ଦଳ କନ୍ଦଳ ଯୋଗୁ ୨୦୧୪ ନିର୍ବାଚରେ ସେ ବାଦ୍‌ ପଡ଼ିଥିଲେ, ଆଉ ତାଙ୍କ ସ୍ଥାନରେ ତ୍ରିନାଥ ଗମାଙ୍ଗଙ୍କୁ ଦଳ ପ୍ରାର୍ଥୀ କରିଥିଲା। ସେ ମଧ୍ୟ ବିଜୟ ଲାଭ କରିଥିଲେ। ହେଲେ ୨୦୧୯ ବେଳକୁ ତାଙ୍କୁ ବାଦ୍‌ ଦିଆଯାଇ ରଘୁନାଥ ଗମାଙ୍ଗଙ୍କୁ ବିଧାୟକ ପ୍ରାର୍ଥୀ କରାଯାଇଥିଲା। ଏହାର ପ୍ରତିବାଦରେ ତ୍ରିନାଥ ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ହୋଇଥିଲେ। ସେ ୨୬, ୩୨୧ ଖଣ୍ଡ ଭୋଟ ପାଇଥିଲେ। ସେଥିପାଇଁ ତାଙ୍କୁ ଏବଂ ତାଙ୍କ ସମର୍ଥକ ଥିବା ଶିବଙ୍କୁ ଦଳରୁ ବାହାର କରାଯାଇଥିଲା। ଏପରି ରାଜନୈତିକ ଘଟଣାକ୍ରମରେ ସେହି ପରମ୍ପରା ଜାରି ରହୁଛି ନା ରଘୁନାଥଙ୍କୁ ପୁଣି ଥରେ ବିଜେଡି ବିଧାୟକ ପ୍ରାର୍ଥୀ କରୁଛି ତା ଉପରେ ଏବେ ସମସ୍ତଙ୍କ ନଜର। ବିଧାୟକ ରଘୁନାଥଙ୍କର ଜିଲା ସଭାପତିଙ୍କ ସହ ଭଲ ସମ୍ପର୍କ ରହିବା ସହ ବିଭିନ୍ନ ଅଞ୍ଚଳ ଗସ୍ତକରି ସଂଗଠନ କାର୍ଯ୍ୟ କରୁଛନ୍ତି । ଅପରପକ୍ଷେ ତାଙ୍କ ସମ୍ମୁଖରେ ଗୁଣପୁର ଥେରୁବାଲି ରେଳପଥ, ବଂଶଧାରା ନଦୀର ଉପରମୁଣ୍ଡରେ ପ୍ରକଳ୍ପ ଭଳି ଅନେକ ଆହ୍ବାନ ରହିଛି।
କଂଗ୍ରେସ ଗତ ଦୁଇଟି ନିର୍ବାଚନରେ ୬ ରୁ ୭ହଜାର ଭୋଟ ବ୍ୟବଧାନରେ ବିଜେଡିଠାରୁ ପରାଜିତ ହୋଇଛି। ସ୍ବର୍ଗତ ପୁରୁଷୋତ୍ତମ ଗମାଙ୍ଗ ବିଜେଡିକୁ କଡା ଟକ୍କର ଦେଇଥିଲେ, ହେଲେ ତାଙ୍କ ମୃତ୍ୟୁ ପରେ ଦଳରେ କିଏ ପ୍ରାର୍ଥୀ ହେବେ ତାକୁ ନେଇ ଆରମ୍ଭ ହୋଇଛି ଛକାପଞ୍ଝା। ଜିଲା ସଭାପତି ଥିବା ତଥା ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ବିଜୟ କୁମାର ଗମାଙ୍ଗ ବିଧାୟକ ପାଇଁ ଆଶାୟୀ ଅଛନ୍ତି ା ଅନ୍ୟପଟେ ଯୁବ ଚେହେରା ଭାବେ ରାମନାଗୁଡା ବ୍ଲକ ଅଧ୍ୟକ୍ଷ ରବି ଗମାଙ୍ଗ ଦାବିଦାର ଥିବାବେଳେ ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀର ଯୁବ ସଭାପତି ସତ୍ୟଜିତ ଗମାଙ୍ଗ ମଧ୍ୟ ଏହି ଦୌଡ଼ରେ ଥିବା ଶୁଣିବାକୁ ମିଳୁଛି।
ଅନ୍ୟପଟେ ଭାଜପାର ପ୍ରାର୍ଥୀ ସଙ୍କଟ ଲାଗି ରହିଛି। ଦଳର ସ୍ଥିତି ଏଠାରେ ନୈରାଶ୍ୟଜନକ ସ୍ଥିତିରେ ଥିବା ଆଲୋଚନା ହେଉଛି। ୨୦୦୦ରେ ମେଣ୍ଟ ପ୍ରାର୍ଥୀ ହୋଇ ଭାଜପାର ରାମମୂର୍ତ୍ତି ଗମାଙ୍ଗ ଥରେ ବିଜୟୀ ହୋଇଥିଲେ। ସେବେଠାରୁ ଦଳ ଏଠାରେ ବଢ଼ିବା ବଦଳରେ ଭୋଟ ପ୍ରତିଶତ କମିବାରେ ଲାଗିବା ସହ ସଂଗଠନ ଦୁର୍ବଳ ହୋଇପଡିଛି। ବିଗତ ନିର୍ବାଚନରେ ଦଳ ନିଜ ନେତା ତଥା କର୍ମୀଙ୍କ ଅପେକ୍ଷା ବାହାରୁ ଆସୁଥିବା ନେତାମାନଙ୍କ ଉପରେ ଆସ୍ଥା ପ୍ରକଟ କରୁଥିବାବେଳେ ଶେଷ ମୁହୂର୍ତ୍ତରେ ପ୍ରାର୍ଥୀ କରୁଥିବା ନଜିର ରହିଛି। ୨୦୦୯ରେ ଦଳରେ ବହୁ ଦାବିଦାର ଥିଲେ ା କିନ୍ତୁ ଶେଷ ମୁହୂର୍ତ୍ତରେ ବିଜେଡି ଛାଡି ଭାଜପାରେ ଯୋଗଦେଇ ଥିବା ଅଶ୍ୱିନୀ ଗମାଙ୍ଗଙ୍କୁ ଦଳ ପ୍ରାର୍ଥୀ କରିଥିଲା। ସେହିଭଳି ଭାଜପା ଛାଡ଼ି ବିଜେଡିରେ ଯୋଗଦେଇଥିବା ରାମମୂର୍ତ୍ତି ଗମାଙ୍ଗ ପୁଣି ଥରେ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ପରେ ୨୦୧୪ରେ ଭାଜପା ତାଙ୍କୁ ପ୍ରାର୍ଥୀ କରିଥିଲାା ୨୦୧୯ ନିର୍ବାଚନରେ ଶିଶିର ଗମାଙ୍ଗ ଏବଂ ବିଜେଡିରୁ ଆସି ଭାଜପାରେ ଯୋଗଦେଇ ସଂଗଠନ ଚଳାଇଥିବା ପୂର୍ବତନ ବିଧାୟକ ରାମମୂର୍ତ୍ତି ମୁଟ୍ଟିକା ୨ ଜଣ ବିଧାୟକ ପ୍ରାର୍ଥୀ ପାଇଁ ପ୍ରମୁଖ ଦାବିଦାର ଥିଲେ। ହେଲେ ଦଳ ଶିଶିରଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲା। ଏହାର ପ୍ରତିବାଦରେ ରାମମୂର୍ତ୍ତି ବିଦ୍ରୋହୀ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହୋଇ ନିର୍ବାଚନ ଲଢି ପରାଜିତ ହୋଇଥିଲେ। ଡ. ଗିରିଧର ଗମାଙ୍ଗ ଏବଂ ଶିଶିର ବର୍ତ୍ତମାନ ବିିଆର୍‌ଏସ୍‌ରେ ଯୋଗଦେଇଥିବାବେଳେ ରାମମୂର୍ତ୍ତିଙ୍କ ଦେହାନ୍ତ ହୋଇଛି। ଦଳ ଭିତରେ ଏପରିସ୍ଥିତି ଯୋଗୁ ଆଦିବାସୀ ନେତା ସକ୍ରିୟ ଭୂମିକାରେ ନାହାନ୍ତି । ଦଳ ପାଇଁ ବର୍ଷତମାମ କାର୍ଯ୍ୟ କରୁଥିଲେ ବି ନିର୍ଚାଚନ ସମୟରେ ଅନ୍ୟ ଦଳରୁ ଆସୁଥିବା ନେତାଙ୍କୁ ଭାଜପା ପ୍ରାର୍ଥୀ କରୁଥିବାରୁ ରାଜ୍ୟ ନେତୃତ୍ବ ଉପରେ ସ୍ଥାନୀୟ ନେତାଙ୍କ ବିଶ୍ୱାସ ରହୁନାହିଁ।
ଆଗାମୀ ସାଧାରଣ ନିର୍ବାଚନ ବିଷୟରେ କଂଗ୍ରେସ ଜିଲା ସଭାପତି ବିଜୟ କୁମାର ଗମାଙ୍ଗଙ୍କୁ ପଚାରିବାରୁ, ଜିଲାର ୩ଟି ବିଧାନସଭା ନିର୍ବାଚନମଣ୍ଡଳୀରେ କଂଗ୍ରେସ ଏଥର ନିଶ୍ଚିତ ବିଜୟ ଲାଭ କରିବା ସହ ଏମ୍‌ପି ଆସନ ମଧ୍ୟ ଦଳ ହାତେଇବ ବୋଲି କହିଛନ୍ତି। ଜିଲାରେ କଂଗ୍ରେସର ସ୍ଥିତି ଭଲ ଥିବାରୁ ଆଶାୟୀ ଅଧିକା ରହିବେ ା ହେଲେ ଦଳ ପକ୍ଷରୁ ଠିକ୍‌ ପ୍ରାର୍ଥୀ ଚୟନ କରାଯିବ ବୋଲି ଜିଲା ସଭାପତି ଗମାଙ୍ଗ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ସେହିପରି ଗୁଣପୁର ନିର୍ବାଚନମଣ୍ଡଳୀରେ ଭାଜପାର ଶକ୍ତି ବୃଦ୍ଧି ଘଟିଛି। ଏଥର ଦଳ ଏଠାରେ ନିଶ୍ଚିତ ବିଜୟ ଲାଭ କରିବ ା ଯେଉଁମାନେ ଦଳ ପାଇଁ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ହିଁ ଦଳ ପ୍ରାର୍ଥୀ କରାଯିବ ବୋଲି ଜିଲା ଭାଜପା ସଭାପତି ଶିବ ପଟ୍ଟନାୟକ କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ଏବଂ ସ୍ବଚ୍ଛ ଶାସନର ବାର୍ତ୍ତା ନେଇ ଆମେ ଲୋକଙ୍କ ନିକଟକୁ ଯାଉଛୁ, ସମସ୍ୟା ବୁଝି ତାର ସମାଧାନ କରୁଛୁ। ଦଳ କାହାକୁ ପ୍ରାର୍ଥୀ କରବ ତାହା ହାଇକମାଣ୍ଡଙ୍କ ନିଷ୍ପତ୍ତି। ଦଳର ସଭାପତି ଯାହା ନିଷ୍ପତ୍ତି ନେବେ ସେହି ଅନୁସାରେ ଶୃଙ୍ଖଳିତ କର୍ମୀ ହିସାବରେ କାର୍ଯ୍ୟ କରିବେ ବୋଲି ବିଧାୟକ ରଘୁନାଥ ଗମାଙ୍ଗ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

୨୩ରୁ ଭଞ୍ଜନଗରରେ ଖୋଲିବ ଧାନ ମଣ୍ଡି: ୨୪ ଘଣ୍ଟିଆ ନଜର ରଖିବ…

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ ହେବ। ତେଣୁ ଏହା ପୂର୍ବରୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ହଜାର ଟପିବ ନାହିଁ ଘରୋଇ ବିମାନ ଭଡ଼ା, କିଲୋମିଟର ଅନୁଯାୟୀ ପଡିବ…

ନୂଆଦିଲ୍ଲୀ,୬।୧୨: ଗତ ୫ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ଆଶାତିତ ବୃଦ୍ଧି ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri