ଅଟୋ ଶିଳ୍ପରେ ଶୀଘ୍ର ସୁଧାର ସମ୍ଭାବନା କମ୍‌

ନୂଆଦିଲ୍ଲୀ,୧୯-୯: ଦେଶର ଅଟୋମୋବାଇଲ ଶିଳ୍ପ ବର୍ତ୍ତମାନ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ଏହି ଶିଳ୍ପରେ ଏତେ ଶିଘ୍ର ସ୍ଥିତାବସ୍ଥା ଆସିବାର ସମ୍ଭାବନା ନାହିଁ ବୋଲି ବଜାର ବିଶେଷଜ୍ଞ ମାନେ କହିଛନ୍ତି। ଚାହିଦା କମିବାରୁ ଅଟୋ ଶିଳ୍ପରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ସାରା ଦେଶରେ ଅନେକ ଲୋକଙ୍କ ନିଯୁକ୍ତି ଚାଲିଯାଇଛି। ଅଟୋମୋବାଇଲ ଶିଳ୍ପ ୨୮% ଜିଏସ୍‌ଟିକୁ ହ୍ରାସ କରି ୧୮%କୁ ଆଣିବା ନେଇ ଦାବି ହେଉଛି। ଜିଏସ୍‌ଟି ହ୍ରାସ ନେଇ ଶିଳ୍ପ ଆଶାବାଦୀ ଥିବା ବେଳେ ଏହା କମିବ ନାହିଁ ବୋଲି ଜଣାପଡିଛି। ଶୁକ୍ରବାର ଜିଏସ୍‌ଟି ପରିଷଦ ବୈଠକ ବସିବାକୁ ଥିବା ବେଳେ ଅଟୋମୋବାଇଲ ଶିଳ୍ପ ବିସ୍କୁଟ ସହ ଅନ୍ୟ ସାମଗ୍ରୀ ଉପରେ ଜିଏସଟି ହ୍ରାସ ପ୍ରସ୍ତାବକୁ ଫିଟମେଣ୍ଟ କମିଟି ଅଗ୍ରାହ୍ୟ କରି ଦେଇଛି। ମାତ୍ର ହୋଟେଲ ଶିଳ୍ପ ଉପରେ ଜିଏସ୍‌ଟି କମାଇବା ଉପରେ କମିଟି ସହମତି ପ୍ରକାଶ କରିଛି। ଜିଏସ୍‌ଟି ହ୍ରାସ ନିଷ୍ପତ୍ତି ଦ୍ୱାରା କେନ୍ଦ୍ର ଏବଂ ରାଜ୍ୟଗୁଡିକର ଟିକସ ସଂଗ୍ରହରେ ପ୍ରଭାବ ପଡିବ। ଏହାକୁ ବିଚାର କରି ଟିକସ ହ୍ରାସ କରିବା ସପକ୍ଷରେ କମିଟି ନ ଥିବା ଜଣା ପଡିଛି। ଏଣୁ ଆଗାମି ଦିନରେ ଅଟୋ ଶିଳ୍ପରେ ଶୀଘ୍ର ସୁଧାର ଆସିବାର ସମ୍ଭାବନା ନ ଥିବା ବିଶେଷଜ୍ଞ କହିଛନ୍ତି।
ଫିଟମେଣ୍ଟ କମିଟିରେ କେନ୍ଦ୍ର ଏବଂ ରାଜ୍ୟ ସ୍ତରର ରାଜସ୍ବ ଅଧିକାରୀମାନେ କାର୍ଯ୍ୟ କରୁଛନ୍ତି। ଗତ ୩ ତ୍ରୈମାସ ଧରି ଅଟୋମୋବାଇଲ ଶିଳ୍ପରୁ ଜିଏସ୍‌ଟି ହ୍ରାସ ନେଇ ଫିଟମେଣ୍ଟ କମିଟି ବିଚାର କରୁଛି। ଦେଶରେ ସଂଗ୍ରହ ହେଉଥିବା ମୋଟ ଜିଏସ୍‌ଟିରେ ଅଟୋ ଶିଳ୍ପର ଅଂଶ ୫୦ରୁ ୬୦ ହଜାର କୋଟି ଟଙ୍କା ରହିଛି। ଏହି ଶିଳ୍ପ ଉପରୁ ଜିଏସ୍‌ଟି କମାଇଲେ ଏହା ରାଜସ୍ବକୁ ପ୍ରଭାବିତ କରିବ ବୋଲି ଫିଟମେଣ୍ଟ କମିଟି ଯୁକ୍ତି ବାଢିଛି। ସେହିଭଳି ହୋଟେଲ ଶିଳ୍ପ ଲାଗି ଜିଏସ୍‌ଟି ପରିଷଦ ଖୁସି ଖବର ଆଣିପାରେ। ୧୨,୦୦୦ ଟଙ୍କାର ରୁମ ଟାରିଫ୍‌କୁ ୧୮% ଜିଏସ୍‌ଟି ସ୍ଲାବ ମଧ୍ୟରେ ରଖିବାକୁ କମିଟି ପ୍ରସ୍ତାବ ଦେଇଛି। ବର୍ତ୍ତମାନ ୭,୫୦୦ ଟଙ୍କାର ରୁମ୍‌ ଟାରିଫକୁ ୧୮% ଜିଏସ୍‌ଟି ସ୍ଲାବ ମଧ୍ୟରେ ରଖାଯାଇଛି। ଏହା ବାଦ ଟେଲିକମ୍‌ ସେବା ଉପରେ ୧୮% ଜିଏସ୍‌ଟିରୁ ୧୨%କୁ ଖସାଇବା ନେଇ ପ୍ରସ୍ତାବକୁ କମିଟି ଅଗ୍ରାହ୍ୟ କରି ଦେଇଛି। ସେହିଭଳି ବିସ୍କୁଟ, ବେକରୀ ପ୍ରଡକ୍ଟ, ରେଡୁ ଟୁ ଇଟ୍‌ ପ୍ୟାକେଜଡ ଆଇଟମ, ମିନେରାଲ ଓ୍ବାଟର, କେତେକ ବ୍ରେକଫାଷ୍ଟ ସାମଗ୍ରୀ ଉପରେ ଜିଏସ୍‌ଟି ହ୍ରାସ ନ କରିବାକୁ କମିଟି ଏହାର ପ୍ରସ୍ତାବରେ କହିଛି। ଏହାବାଦ ଜାହାଜ ଉପରେ ଲାଗୁ ହେଉଥିବା ଜିଏସ୍‌ଟି କମିବନି ବୋଲି ଜଣା ପଡିଛି। ସୂଚନାଯୋଗ୍ୟ ଜିଏସ୍‌ଟି କମିଟି ଟିକସ ହ୍ରାସ ବେଳେ ଏହି ଫିଟ୍‌ମେଣ୍ଟ କମିଟି ପ୍ରସ୍ତାବକୁ ହିଁ ବିଚାରକୁ ନେଇଥାଏ।

ଲଟେରୀରେ ଲାଗିପାରେ ୨୮% ଜିଏସ୍‌ଟି
ସମସ୍ତ ପ୍ରକାର ଲଟେରୀ ଉପରେ ୨୮% ଜିଏସ୍‌ଟି ଲାଗିପାରେ। ଏନେଇ ଜିଏସ୍‌ଟି ପରିଷଦ ବିଚାର କରୁଥିବା ଏକ ଗଣମାଧ୍ୟମ ରିପୋର୍ଟରେ ବୁଧବାର ପ୍ରକାଶ ପାଇଛି। ବର୍ତ୍ତମାନ ରାଜ୍ୟ ଲଟେରୀ ଉପରେ ୧୨% ଜିଏସ୍‌ଟି ଲାଗୁ ହେଉଥିବା ବେଳେ ରାଜ୍ୟଗୁଡିକ ଦ୍ୱାରା ବୈଦ୍ଧତା ପାଇଥିବା ଏବଂ ଘରୋଇ ଏଜେନ୍ସିଙ୍କ ଦ୍ୱାରା ପରିଚାଳିତ ହେଉଥିଲେ ୨୮% ଟିକସ ଲାଗୁଛି। ସେହିଭଳି ଅନ୍‌ଲାଇନ ଲଟେରୀ ଉପରେ ବ୍ୟାନ ଲଗାଇବାକୁ ବିଚାର କରାଯାଉଥିବା ଜଣାପଡିଛି। ସୌରାଷ୍ଟ୍ର ମନ୍ତ୍ରଣାଳୟ ଏ ଦିଗରେ ଚୁଡାନ୍ତ ନିଷ୍ପତ୍ତି ନେବ। ସେପ୍ଟେମ୍ବର ୨୦ରେ ଗୋଆରେ ଅନୁଷ୍ଠିତ ହେବାକୁ ଥିବା ଜିଏସ୍‌ଟି ପରିଷଦ ବୈଠକରେ ଲଟେରୀ ପ୍ରସଙ୍ଗ ଜୋରଦାର ଆଲୋଚନା ହେବାର ସମ୍ଭାବନା ରହିଛି। ରାଜ୍ୟଗୁଡିକ ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ ମତଭେଦ ରହିଛି। ଗୋଆ,କେରଳ, ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ ଭଳି ୧୦ ରାଜ୍ୟ ଲଟେରୀ ସପକ୍ଷରେ ରହିଛନ୍ତି। ଲଟେରୀ ଉପରେ ଜିଏସ୍‌ଟି ବଢିଲେ ପଶ୍ଚିମବଙ୍ଗ ଭଳି ରାଜ୍ୟ ପ୍ରଭାବିତ ହେବ। ମାତ୍ର ଅନ୍ୟ ରାଜ୍ୟଗୁଡିକ ଟିକସ ବୃଦ୍ଧି ସପକ୍ଷରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ସହ କ୍ରିକେଟ ସମ୍ପର୍କ ସୁଧାରିବାକୁ ବାଂଲାଦେଶର ଉଦ୍ୟମ; ତାରିକ୍ ରହମାନ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ ,୧୯।୨: ଭାରତ-ବାଂଲାଦେଶ କ୍ରିକେଟ ସମ୍ପର୍କରେ ସୁଧାର ପାଇଁ ଢାକାର ବଡ଼ ପଦକ୍ଷେପ। ୨୦୨୬ ଟି-୨୦ ବିଶ୍ୱକପ୍‌କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଓ ମହମ୍ମଦ ୟୁନୁସଙ୍କ…

ପାକିସ୍ତାନର 2026 T20 World Cup ବିଜୟ ନିଶ୍ଚିତ? ଏହି ସଂଯୋଗ ଦେଖିଲେ ଆପଣ ବି ବିଶ୍ୱାସ କରିବାକୁ ବାଧ୍ୟ ହେବେ

ନୂଆଦିଲ୍ଲୀ,୧୯।୨: 2026 T20 World Cup ପାଇଁ ସୁପର ୮ ଦଳ ଚୂଡ଼ାନ୍ତ ହୋଇଛି। ଯଦିଓ ଟୁର୍ଣ୍ଣାମେଣ୍ଟର ପରବର୍ତ୍ତୀ ପର୍ଯ୍ୟାୟ ଆରମ୍ଭ ହୋଇନାହିଁ, କିନ୍ତୁ ପାକିସ୍ତାନ ବିଶ୍ୱକପ…

ବସ୍‌ ଧକ୍କାରେ ଓଲଟିପଡ଼ିଲା ଟ୍ରାକ୍ଟର, କଣ୍ଡକ୍ଟରଙ୍କ ସମେତ…

ଧୂଷୁରୀ,୧୯ା୨(ଦୀପ୍ତିରଞ୍ଜନ ନାୟକ): ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡ଼ି ଫାଣ୍ଡି ଅଧୀନ କୁଳେଇପଦା ଓ ଆରଡ଼ିର ମଧ୍ୟବର୍ତ୍ତୀ ସ୍ଥାନରେ ୨୦ ନମ୍ବର ଜାତୀୟ ରାଜପଥରେ ଗୁରୁବାର…

ଏହି ଦେଶର ପୂର୍ବତନ ରାଷ୍ଟ୍ରପତିଙ୍କୁ ଆଜୀବନ କାରାଦଣ୍ଡ, ଜାଣନ୍ତୁ କ’ଣ କରିଛନ୍ତି ଅପରାଧ

ସିଓଲ,୧୯।୨: ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତି ୟୁନ ସୁକ-ୟେଓଲ ଏକ ବଡ଼ ଝଟକା ପାଇଛନ୍ତି। ଗୁରୁବାର (ଫେବୃଆରୀ ୧୯) ଦିନ, କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି…

ଭାରତର ପଡୋଶୀ ଦେଶରେ ବଡ଼ ଧରଣର ବିସ୍ଫୋରଣ, ଅତିକମରେ ୧୬ ମୃତ

ଇସଲାମାବାଦ,୧୯।୨: ପାକିସ୍ତାନର ସବୁଠାରୁ ବଡ଼ ସହର କରାଚୀରୁ ଏକ ଦୁଃଖଦ ଖବର ଆସିଛି। ଏକ ଆବାସିକ ଅଞ୍ଚଳରେ ଏକ ଶକ୍ତିଶାଳୀ ବିସ୍ଫୋରଣ ସମଗ୍ର ଅଞ୍ଚଳକୁ ଥରାଇ ଦେଇଛି।…

ଆଜିର ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିଲେ ୩୯ ପରୀକ୍ଷାର୍ଥୀ

ଲାଞ୍ଜିଗଡ଼,୧୯ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ୮ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାର ମାଟ୍ରିକ ପରୀକ୍ଷା ଦେଇଛନ୍ତି ୧୩୬୪ ଜଣ ଛାତ୍ରୀଛାତ୍ର। ଏହି ପରୀକ୍ଷା ଫେବୃଆରୀ…

‘ଗଞ୍ଜାମ ବ୍ଲକରେ ବର୍ତ୍ତମାନ ସୁଦ୍ଧା ୮୯ ପ୍ରତିଶତ ଧାନ କିଣା ସରିଛି’

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ୧୫ଟି ପଞ୍ଚାୟତରେ ସରକାରଙ୍କ ପକ୍ଷରୁ ହୋଇଥିବା ଚାଷୀ ଧାନ ବିକ୍ରି ପାଇଁ ମଣ୍ଡିର କେତେକ ସ୍ଥାନରେ ଅବ୍ୟବସ୍ଥା ଦେଖାଦେଇଛି। ଏଥିପାଇଁ ଚାଷୀଙ୍କୁ…

ପଡ଼ିଆରେ ଅଘଟଣ: କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣ, ଅମ୍ପାୟାର ମୃତ

ଲକ୍ଷ୍ନୌ,୧୯।୨: ଭାରତରେ ଏକ କ୍ରିକେଟ ମ୍ୟାଚ ଚାଲିଥିବା ସମୟରେ ଏକ ଅଘଟଣ ଘଟିଛି। ଏଠାରେ ଏକ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣରେ ଜଣେ ଅମ୍ପାୟାରଙ୍କ ମୃତ୍ୟୁ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri