ଅଟୋ ଶିଳ୍ପରେ ଶୀଘ୍ର ସୁଧାର ସମ୍ଭାବନା କମ୍‌

ନୂଆଦିଲ୍ଲୀ,୧୯-୯: ଦେଶର ଅଟୋମୋବାଇଲ ଶିଳ୍ପ ବର୍ତ୍ତମାନ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ଏହି ଶିଳ୍ପରେ ଏତେ ଶିଘ୍ର ସ୍ଥିତାବସ୍ଥା ଆସିବାର ସମ୍ଭାବନା ନାହିଁ ବୋଲି ବଜାର ବିଶେଷଜ୍ଞ ମାନେ କହିଛନ୍ତି। ଚାହିଦା କମିବାରୁ ଅଟୋ ଶିଳ୍ପରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ସାରା ଦେଶରେ ଅନେକ ଲୋକଙ୍କ ନିଯୁକ୍ତି ଚାଲିଯାଇଛି। ଅଟୋମୋବାଇଲ ଶିଳ୍ପ ୨୮% ଜିଏସ୍‌ଟିକୁ ହ୍ରାସ କରି ୧୮%କୁ ଆଣିବା ନେଇ ଦାବି ହେଉଛି। ଜିଏସ୍‌ଟି ହ୍ରାସ ନେଇ ଶିଳ୍ପ ଆଶାବାଦୀ ଥିବା ବେଳେ ଏହା କମିବ ନାହିଁ ବୋଲି ଜଣାପଡିଛି। ଶୁକ୍ରବାର ଜିଏସ୍‌ଟି ପରିଷଦ ବୈଠକ ବସିବାକୁ ଥିବା ବେଳେ ଅଟୋମୋବାଇଲ ଶିଳ୍ପ ବିସ୍କୁଟ ସହ ଅନ୍ୟ ସାମଗ୍ରୀ ଉପରେ ଜିଏସଟି ହ୍ରାସ ପ୍ରସ୍ତାବକୁ ଫିଟମେଣ୍ଟ କମିଟି ଅଗ୍ରାହ୍ୟ କରି ଦେଇଛି। ମାତ୍ର ହୋଟେଲ ଶିଳ୍ପ ଉପରେ ଜିଏସ୍‌ଟି କମାଇବା ଉପରେ କମିଟି ସହମତି ପ୍ରକାଶ କରିଛି। ଜିଏସ୍‌ଟି ହ୍ରାସ ନିଷ୍ପତ୍ତି ଦ୍ୱାରା କେନ୍ଦ୍ର ଏବଂ ରାଜ୍ୟଗୁଡିକର ଟିକସ ସଂଗ୍ରହରେ ପ୍ରଭାବ ପଡିବ। ଏହାକୁ ବିଚାର କରି ଟିକସ ହ୍ରାସ କରିବା ସପକ୍ଷରେ କମିଟି ନ ଥିବା ଜଣା ପଡିଛି। ଏଣୁ ଆଗାମି ଦିନରେ ଅଟୋ ଶିଳ୍ପରେ ଶୀଘ୍ର ସୁଧାର ଆସିବାର ସମ୍ଭାବନା ନ ଥିବା ବିଶେଷଜ୍ଞ କହିଛନ୍ତି।
ଫିଟମେଣ୍ଟ କମିଟିରେ କେନ୍ଦ୍ର ଏବଂ ରାଜ୍ୟ ସ୍ତରର ରାଜସ୍ବ ଅଧିକାରୀମାନେ କାର୍ଯ୍ୟ କରୁଛନ୍ତି। ଗତ ୩ ତ୍ରୈମାସ ଧରି ଅଟୋମୋବାଇଲ ଶିଳ୍ପରୁ ଜିଏସ୍‌ଟି ହ୍ରାସ ନେଇ ଫିଟମେଣ୍ଟ କମିଟି ବିଚାର କରୁଛି। ଦେଶରେ ସଂଗ୍ରହ ହେଉଥିବା ମୋଟ ଜିଏସ୍‌ଟିରେ ଅଟୋ ଶିଳ୍ପର ଅଂଶ ୫୦ରୁ ୬୦ ହଜାର କୋଟି ଟଙ୍କା ରହିଛି। ଏହି ଶିଳ୍ପ ଉପରୁ ଜିଏସ୍‌ଟି କମାଇଲେ ଏହା ରାଜସ୍ବକୁ ପ୍ରଭାବିତ କରିବ ବୋଲି ଫିଟମେଣ୍ଟ କମିଟି ଯୁକ୍ତି ବାଢିଛି। ସେହିଭଳି ହୋଟେଲ ଶିଳ୍ପ ଲାଗି ଜିଏସ୍‌ଟି ପରିଷଦ ଖୁସି ଖବର ଆଣିପାରେ। ୧୨,୦୦୦ ଟଙ୍କାର ରୁମ ଟାରିଫ୍‌କୁ ୧୮% ଜିଏସ୍‌ଟି ସ୍ଲାବ ମଧ୍ୟରେ ରଖିବାକୁ କମିଟି ପ୍ରସ୍ତାବ ଦେଇଛି। ବର୍ତ୍ତମାନ ୭,୫୦୦ ଟଙ୍କାର ରୁମ୍‌ ଟାରିଫକୁ ୧୮% ଜିଏସ୍‌ଟି ସ୍ଲାବ ମଧ୍ୟରେ ରଖାଯାଇଛି। ଏହା ବାଦ ଟେଲିକମ୍‌ ସେବା ଉପରେ ୧୮% ଜିଏସ୍‌ଟିରୁ ୧୨%କୁ ଖସାଇବା ନେଇ ପ୍ରସ୍ତାବକୁ କମିଟି ଅଗ୍ରାହ୍ୟ କରି ଦେଇଛି। ସେହିଭଳି ବିସ୍କୁଟ, ବେକରୀ ପ୍ରଡକ୍ଟ, ରେଡୁ ଟୁ ଇଟ୍‌ ପ୍ୟାକେଜଡ ଆଇଟମ, ମିନେରାଲ ଓ୍ବାଟର, କେତେକ ବ୍ରେକଫାଷ୍ଟ ସାମଗ୍ରୀ ଉପରେ ଜିଏସ୍‌ଟି ହ୍ରାସ ନ କରିବାକୁ କମିଟି ଏହାର ପ୍ରସ୍ତାବରେ କହିଛି। ଏହାବାଦ ଜାହାଜ ଉପରେ ଲାଗୁ ହେଉଥିବା ଜିଏସ୍‌ଟି କମିବନି ବୋଲି ଜଣା ପଡିଛି। ସୂଚନାଯୋଗ୍ୟ ଜିଏସ୍‌ଟି କମିଟି ଟିକସ ହ୍ରାସ ବେଳେ ଏହି ଫିଟ୍‌ମେଣ୍ଟ କମିଟି ପ୍ରସ୍ତାବକୁ ହିଁ ବିଚାରକୁ ନେଇଥାଏ।

ଲଟେରୀରେ ଲାଗିପାରେ ୨୮% ଜିଏସ୍‌ଟି
ସମସ୍ତ ପ୍ରକାର ଲଟେରୀ ଉପରେ ୨୮% ଜିଏସ୍‌ଟି ଲାଗିପାରେ। ଏନେଇ ଜିଏସ୍‌ଟି ପରିଷଦ ବିଚାର କରୁଥିବା ଏକ ଗଣମାଧ୍ୟମ ରିପୋର୍ଟରେ ବୁଧବାର ପ୍ରକାଶ ପାଇଛି। ବର୍ତ୍ତମାନ ରାଜ୍ୟ ଲଟେରୀ ଉପରେ ୧୨% ଜିଏସ୍‌ଟି ଲାଗୁ ହେଉଥିବା ବେଳେ ରାଜ୍ୟଗୁଡିକ ଦ୍ୱାରା ବୈଦ୍ଧତା ପାଇଥିବା ଏବଂ ଘରୋଇ ଏଜେନ୍ସିଙ୍କ ଦ୍ୱାରା ପରିଚାଳିତ ହେଉଥିଲେ ୨୮% ଟିକସ ଲାଗୁଛି। ସେହିଭଳି ଅନ୍‌ଲାଇନ ଲଟେରୀ ଉପରେ ବ୍ୟାନ ଲଗାଇବାକୁ ବିଚାର କରାଯାଉଥିବା ଜଣାପଡିଛି। ସୌରାଷ୍ଟ୍ର ମନ୍ତ୍ରଣାଳୟ ଏ ଦିଗରେ ଚୁଡାନ୍ତ ନିଷ୍ପତ୍ତି ନେବ। ସେପ୍ଟେମ୍ବର ୨୦ରେ ଗୋଆରେ ଅନୁଷ୍ଠିତ ହେବାକୁ ଥିବା ଜିଏସ୍‌ଟି ପରିଷଦ ବୈଠକରେ ଲଟେରୀ ପ୍ରସଙ୍ଗ ଜୋରଦାର ଆଲୋଚନା ହେବାର ସମ୍ଭାବନା ରହିଛି। ରାଜ୍ୟଗୁଡିକ ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ ମତଭେଦ ରହିଛି। ଗୋଆ,କେରଳ, ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ ଭଳି ୧୦ ରାଜ୍ୟ ଲଟେରୀ ସପକ୍ଷରେ ରହିଛନ୍ତି। ଲଟେରୀ ଉପରେ ଜିଏସ୍‌ଟି ବଢିଲେ ପଶ୍ଚିମବଙ୍ଗ ଭଳି ରାଜ୍ୟ ପ୍ରଭାବିତ ହେବ। ମାତ୍ର ଅନ୍ୟ ରାଜ୍ୟଗୁଡିକ ଟିକସ ବୃଦ୍ଧି ସପକ୍ଷରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଗ୍ରାହକଙ୍କୁ ଝଟ୍‌କା ଦେଲା SBI, ଏପ୍ରିଲ ପହିଲାରୁ…

ନୂଆଦିଲ୍ଲୀ,୨୮।୩: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଗ୍ରାହକଙ୍କୁ ଦେଇଛି ବଡ଼ ଝଟ୍‌କା। ବ୍ୟାଙ୍କ ଡେବିଟ୍‌ କାର୍ଡ ଉପରେ ମେନ୍ଟେନାନ୍ସ...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ଗତ ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ପୂର୍ବତଟ ରେଳପଥ ପଣ୍ୟ ପରିବହନରେନୂତନ ରେକର୍ଡ ହାସଲ କରିଛି। ୨୦୨୩ ଏପ୍ରିଲ...

ଏପ୍ରିଲ ୩ ରୁ ପ୍ରଥମ ଏମ୍‌ପିସି ବୈଠକ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି କମିଟି (ମନିଟାରି ପଲିସି କମିଟି ବା ଏମ୍‌ପିସି) ବୈଠକ ଏପ୍ରିଲ ୩ରୁ ଆରମ୍ଭ ହେବ ବୋଲି...

ବାଲ୍‌କୋକୁ ଏଏସ୍‌ଆଇ ପ୍ରଦର୍ଶନ ମାନକ ଭି୩ ପ୍ରମାଣପତ୍ର

ଭୁବନେଶ୍ୱର, ୨୮।୩ (ଅଭୟ ଦାଶ): ଦେଶର ଆଇକନିକ୍‌ ଆଲୁମିନିୟମ ଉତ୍ପାଦକ ତଥା ବେଦାନ୍ତ ଆଲୁମିନିୟମର ପ୍ରମୁଖ ୟୁନିଟ୍‌ ଭାରତ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ ବା ବାଲ୍‌କୋକୁ...

ଓ୍ବିକେଣ୍ଡ ଥିବା ସତ୍ତ୍ୱେ ମାର୍ଚ୍ଚ ୩୦-୩୧ରେ ଖୋଲା ରହିବ ଏସବୁ ବ୍ୟାଙ୍କ, ଜାଣନ୍ତୁ କରିପାରିବେ କେଉଁ କାମ…

ନୂଆଦିଲ୍ଲୀ,୨୬।୩: ସରକାରୀ ବ୍ୟାଙ୍କ ରସିଦ ଏବଂ ଦେୟ ପରିଚାଳନା କରୁଥିବା ସମସ୍ତ ଏଜେନ୍ସି ବ୍ୟାଙ୍କ ମାର୍ଚ୍ଚ ୩୦(ଶନିବାର ଏବଂ ୩୧(ରବିବାର) ବ୍ୟବସାୟ ପାଇଁ ଖୋଲା ରହିବ।...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୫।୩(ଅଭୟ ଦାଶ): ପୂର୍ବତଟ ରେଳପଥ ୨୦୨୩-୨୪ ଆର୍ଥିକ ବର୍ଷରେ ପଣ୍ୟ ପରିବହନରେ ସମସ୍ତ ରେକର୍ଡ ଅତିକ୍ରମ କରିଛି। ୨୦୨୩ ଏପ୍ରିଲ ୧ରୁ ୨୦୨୪ ମାର୍ଚ୍ଚ ୨୫...

ସୁବ୍ରତଙ୍କୁ ଓଡ଼ିଶା ଉଦ୍ୟୋଗୀ ପୁରସ୍କାର

ଭୁବନେଶ୍ୱର,୨୫।୩: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଷ୍ଟଲଓ୍ବାର୍ଟ ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡର ଏମ୍‌ଡି ସୁବ୍ରତ ଦାସଙ୍କୁ ନିକଟରେ ଆଉ ଏକ ସମ୍ମାନ ପ୍ରଦାନ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri