Categories: ଜାତୀୟ

ଅଟୋ-ଟ୍ୟାକ୍ସିରେ ଲାଗିଲା କ୍ୟୁଆର୍‌ କୋଡ୍‌: ସ୍କାନ୍‌ କଲେ ମିଳିବ ଡ୍ରାଇଭରଙ୍କ ସମ୍ପୂର୍ଣ୍ଣ ସୂଚନା

ନୂଆଦିଲ୍ଲୀ,୨୪।୮: ଏବେ ଅଟୋ-ଟ୍ୟାକ୍ସିରେ ଯାତ୍ରା କରିବା ଅଧିକ ସୁରକ୍ଷିତ ହୋଇପାରିବ। ଦିଲ୍ଲୀର ୬ ହଜାରରୁ ଅଧିକ ଅଟୋ-ଟ୍ୟାକ୍ସିରେ କ୍ୟୁଆର୍‌ କୋଡ୍‌ ଲଗାଯାଇଛି। ଏହାକୁ ସ୍କାନ୍‌ କଲେ ସମ୍ପୃକ୍ତ ଡ୍ରାଇଭର୍‌ଙ୍କ ସମ୍ପୂର୍ଣ୍ଣ ସୂଚନା ମିଳିପାରିବ। ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଦିଲ୍ଲୀର ଉପରାଜ୍ୟପାଳ ଅନୀଲ ବୈଜଲ୍‌ କ୍ୟୁଆର୍‌ କୋଡ୍‌ ଅଟୋ-ଟ୍ୟାକ୍ସି ଡ୍ରାଇଭର୍‌ଙ୍କୁ ପ୍ରଦାନ କରିଛନ୍ତି। ଏହି କ୍ୟୁଆର୍‌ କୋଡ୍‌କୁ ସ୍ମାର୍ଟଫୋନ୍‌ରେ ସ୍କାନ୍‌ କଲେ ଅଟୋ-ଟ୍ୟାକ୍ସି ଡ୍ରାଇଭରଙ୍କ ନାମ, ଗାଡ଼ି ନମ୍ବର, ମୋବାଇଲ୍‌ ନମ୍ବର, ଫଟୋ, ଲାଇସେନ୍ସ ସମ୍ପୂର୍ଣ୍ଣ ଠିକଣା ମୋବାଇଲ୍‌ ସ୍କ୍ରିନ୍‌ରେ ଆସିଯିବ। କ୍ୟୁଆର୍‌ କୋଡକୁ ସ୍କାନ୍‌ କରି ଦିଲ୍ଲୀ ପୋଲିସର ହିମ୍ମତ୍‌ ଆପ୍‌ ସହ ସଂଯୋଗ କଲେ ଯାତ୍ରୀଙ୍କ ଯାତ୍ରାର ସମସ୍ତ ବିବରଣୀ ପୋଲିସ କଣ୍ଟ୍ରୋଲ ରୁମ୍‌ରେ ପହଞ୍ଚିଯିବ।

Share