ଅଟୋ ଚାଳକଙ୍କୁ ପିଟିଲେ ଯୁବତୀ

ଭୁବନେଶ୍ୱର,୨୧ା୩ (ବ୍ୟୁରୋ): ଶୁକ୍ରବାର ଅଟୋ ଭଡ଼ାକୁ କେନ୍ଦ୍ରକରି ଶହୀଦନଗର ଥାନା ବାଣୀବିହାର ଛକରେ ଅପ୍ରୀତିକର ଘଟଣା ଦେଖିବାକୁ ମିଳିଛି। ଅଟୋ ଭଡ଼ା ଅଧିକ ନେବା କାରଣରୁ ଚାଳକଙ୍କୁ ଯୁବତୀ ଜଣକ ବିଚ୍‌ ରାସ୍ତାରେ ପିଟିଥିଲେ। ସମସ୍ତେ ଦେଖୁଥିଲେ ମଧ୍ୟ କେହି ଅଟକାଇ ନ ଥିଲେ। ଶେଷରେ ମାମଲା ଥାନାରେ ପହଞ୍ଚିଥିଲା। ଉଭୟ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏନେଇ ଦୁଇଟି ପୃଥକ ମାମଲା ରୁଜୁ କରି ସିଆରପିସି ୪୧ରେ ଉଭୟଙ୍କୁ ନୋଟିସ ଦେଇଛି।
ସୂଚନାଯୋଗ୍ୟ,ଯୁବତୀ ଜଣକ ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ଆସିଥିଲେ। ଡ୍ରାଇଭର ଜଣକ ତାଙ୍କୁ ୨୦ ଟଙ୍କା ଭଡ଼ା ମାଗିଥିଲେ। ଯୁବତୀ ଜଣକ ୧୫ ଟଙ୍କା ଦେଇଥିଲେ। ଡ୍ରାଇଭର କହିଥିଲେ ୨୦ଟଙ୍କାରୁ ଟଙ୍କାଟେ କମ୍‌ ହେବନି। ଯୁବତୀ ମଧ୍ୟ ତାଙ୍କ ଜିଦ୍‌ରେ ଅଟଳ ରହି କହିଥିଲେ,୧୫ଟଙ୍କାରୁ ଟଙ୍କାଟେ ଅଧିକ ଦେବିନି। ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଶେଷରେ ଯୁବତୀ ଜଣକ ଡ୍ରାଇଭରଙ୍କୁ ଅଟୋରୁ ଘୋଷାଡ଼ି ଆଣି ରାସ୍ତା ମଝିରେ ନିସ୍ତୁକ ପିଟିଥିଲେ।