Categories: ଗଞ୍ଜାମ

ଅଟୋ-କାର ଧକ୍କା: ଜଣେ ମୃତ, ୪ ଆହତ

କୁକୁଡାଖଣ୍ଡି,୨୩ା୧(ଡି.ଏନ.ଏ.)-ସଦର ଥାନା ଅନ୍ତର୍ଗତ ବ୍ରହ୍ମପୁର-ଦିଗପହଣ୍ଡି ରାସ୍ତା ଆମ୍ବଗଡ ନିକଟରେ ବୁଧବାର ମଧ୍ୟରାତିରେ ଏକ ଅଟୋ ଓ କାର ମୁହଁ।ମୁହିଁ ଧକ୍କା ହେବାରୁ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଅଟୋ ଡ୍ରାଇଭର ଗୌତମୀ ଗ୍ରାମର କାମନା ସ୍ବାଇଁ(୪୦)। ଗୌତମୀର ଗୋଟିଏ ପରିବାରର ଲଡୁ କିଶୋର ମହାରଣା (୫୮), ପଦ୍ମାବତୀ (୪୭), ଶର୍ମିଷ୍ଠା (୩୮), ଚିନ୍ମୟୀ (୯) ଆହତ ହୋଇଛନ୍ତିି। ସେମାନଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରକାଶ ଯେ, ଆହାତମାନେ ଅଟୋରେ ଲାଠିରୁ ଏକ ଭୋଜି ସାରି ଗ୍ରାମକୁ ଫେରୁଥିଲେ। ଏହି ସମୟରେ ବିଶ୍ୱଜିତ ପାଣିଗ୍ରାହୀ ନିଜ କାରରେ ମାଲକାନାଗିରିରୁ ବ୍ରହ୍ମପୁର ଫେରୁଥିବା ବେଳେ ଆମ୍ବଗଡ ନିକଟରେ ଅଟୋ ସହ ଧକ୍କା ହୋଇଥିଲା। ଫଳରେ ଅଟୋଟି ଓଲଟି ପଡିଥିଲା। ଏ ନେଇ ପୋଲିସ ନଂ. ୨୦/୨୦ରେ ଏକ ମାମଲା ରୁଜୁ କରି କାର ଚାଳକଙ୍କୁ କୋର୍ଟ ଚାଲାଣ କରିଥିବା ସଦର ଥାନାରୁ ସୂଚନା ମିଳିିିଛି।