Categories: ଜାତୀୟ

ଅଟଳ ବିହାରୀ ବାଜପେୟୀଙ୍କ ୨୫ ଫୁଟ ଉଚ୍ଚା ମୂର୍ତ୍ତି ନିର୍ମାଣ କରୁଛନ୍ତି ନନ୍ଦଲାଲ ପଣ୍ଡିତ

ଜୟପୁର,୧୦।୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୨୫ ଫୁଟ ଉଚ୍ଚା ମୂର୍ତ୍ତି ନିର୍ମାଣ ଜାରି ରହିଛି। ଏହାକୁ ଖ୍ୟାତି ସମ୍ପନ୍ନ କାରିଗର ନନ୍ଦଲାଲ୍‌ ପଣ୍ଡିତ ନିର୍ମାଣ କରୁଛନ୍ତି। ଏହାକୁ ଆସନ୍ତା ମାସରେ ଉତ୍ତରପ୍ରଦେଶ ପଠାଯିବ। ନନ୍ଦଲାଲ୍‌ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମବତୀ ନନ୍ଦନ ବହୁଗୁଣାଙ୍କ ସାଢ଼େ ୧୨ ଫୁଟ ଉଚ୍ଚା ମୂର୍ତ୍ତି ମଧ୍ୟ ନିର୍ମାଣ କରୁଛନ୍ତି। ଏସବୁ ମୂର୍ତ୍ତିର ନିର୍ମାଣ ଦାୟିତ୍ୱ ତାଙ୍କୁ ଉତ୍ତରପ୍ରଦେଶ ସରକାର ଦେଇଛନ୍ତି। ବାଜପେୟୀଙ୍କ ମୂର୍ତ୍ତି ଲକ୍ଷ୍ନୌରେ ସ୍ଥାପନ କରାଯିବ। ସେହିପରି ବହୁଗୁଣାଙ୍କ ମୂର୍ତ୍ତି ଲକ୍ଷ୍ନୌ କିମ୍ବା ଆହ୍ଲାବାଦ୍‌ରେ ସ୍ଥାପିତ ହେବ।

Share