Categories: ଜାତୀୟ

ଅଟଳ ଟନେଲ୍‌: ହିମାଚଳପ୍ରଦେଶ ସହିତ ଲଦାଖ୍‌ ଏବଂ ଜମ୍ମୁ-କଶ୍ମୀର ମଧ୍ୟରେ ଯୋଗାଯୋଗ ହେବ ସହଜ

ନୂଆଦିଲ୍ଲୀ,୨୫।୧୨: ମନାଲୀଠାରୁ ଲେହ ପର୍ଯ୍ୟନ୍ତ ନିର୍ମିତ ହେଉଥିବା ରୋହତାଙ୍ଗ ଟନେଲ୍‌କୁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଟଳ ଟନେଲ୍‌ ଭାବେ ନାମିତ କରିଛନ୍ତି। ୮.୮ କିଲୋମିଟର ଦୀର୍ଘ ବିଶ୍ୱର ଏହି ଉଚ୍ଚତମ ଟନେଲ୍‌ ନିର୍ମାଣ ପାଇଁ ୨୦୦୫ରେ ୪ ହଜାର କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। ଇତିମଧ୍ୟରେ ଏହାର ୮୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ଏହି ଟନେଲ୍‌ ଦ୍ୱାରା ହିମାଚଳପ୍ରଦେଶ ସହିତ ଲଦାଖ୍‌ ଏବଂ ଜମ୍ମୁ-କଶ୍ମୀର ମଧ୍ୟରେ ସହଜରେ ଯୋଗାଯୋଗ କରାଯାଇ ପାରିବ।

Share