ଅଟକିଲା କଟକ

କଟକ ଅଫିସ,୨୨।୩: କଟକ ସହରରେ ଜନତା କର୍ଫ୍ୟୁର ପ୍ରଭାବ ଦେଖିବାକୁ ମିଳିଛି। ସକାଳ ୭ଟାରୁ ସହରର ରାସ୍ତାଘାଟ ଶୂନଶାନ ହୋଇପଡିଛି। ବାଦାମବାଡ଼ି ବସ୍‌ଷ୍ଟାଣ୍ଡରୁ ବସ୍‌ ଚଳାଚଳ ବନ୍ଦ ରହିଛି। ପୂର୍ବରୁ ଏ ନେଇ ବସ୍‌ ମାଲିକ ସଂଘ ପକ୍ଷରୁ ଘୋଷଣା କରାଯାଇଥିଲା। ସେହିଭଳି ସହରର ଅନ୍ୟାନ୍ୟ ଜନଗହଳିପୂର୍ଣ ଅଞ୍ଚଳ ଯଥା ଲିଙ୍କରୋଡ଼, ବକ୍ସି ବଜାର, କଲେଜ ଛକ, ଓଏମ୍‌ପି ଛକ, ମଙ୍ଗଳାବାଗ, ଚଣ୍ଡୀ ଛକ ସହ ଅନ୍ୟାନ୍ୟ ଅଞ୍ଚଳ ଜନଶୂନ୍ୟ ରହିଛି। ଅନ୍ୟପଟେ ମାଲଗୋଦାମ କିନ୍ତୁ ଖୋଲା ରହିଛି। ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରି ହେଉଥିବା ଯୋଗୁ ବ୍ୟବସାୟୀମାନେ ଏହି ନିଷ୍ପତ୍ତି ନେଇଛନ୍ତି।
ସେହିଭଳି ପୋଲିସ ପକ୍ଷରୁ ପ୍ରମୁଖ ଛକଗୁଡିକରେ ଯାଞ୍ଚ କଡାକଡି କରାଯାଇଛି। ଆବଶ୍ୟକ ନ ଥିଲେ ଯେଉଁମାନେ ଅଯଥାରେ ଗାଡି ଧରି ବୁଲୁଛନ୍ତି, ସେମାନଙ୍କୁ ତାଗିଦ କରାଯାଉଛି।