ଅଜୟ ଦେବଗନଙ୍କ ସହ କାମ କରିବାକୁ ମନା କରିଥିଲେ ପରିଣୀତି, ସାମ୍ନାକୁ ଆସିଲା କାରଣ

ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭୁଜ: ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’ରେ କାମ କରିବାକୁ ମନା କରିଦେଲେ। ତେବେ ଏହାର କାରଣ ଏବେ ସାମ୍ନାକୁ ଆସିଛି।


ଏକ ସୂତ୍ରରୁ ଜଣାପଡ଼ିଛି, ପରିଣୀତି ଅକ୍ଷୟଙ୍କ ଫିଲ୍ମରେ ଏକ ଅଂଶ ହେବାକୁ ଚାହୁଁଥିଲେ। ଦୀର୍ଘଦିନ ବିତି ଯାଇଥିଲେ ମଧ୍ୟ ଏହାର ସମାଧାନ ହୋଇ ନ ଥିଲା। ପୂର୍ବରୁ ଆଉ ଗୋଟିଏ ଫିଲ୍ମ ପାଇଁ ତାରିଖ ଠିକ୍‌ କରିସାରିଥିଲେ। ତେଣୁ ଏହି ଫିଲ୍ମ ପାଇଁ ସେ ସମୟ ଦେଇ ପାରୁ ନ ଥିଲେ। ବାଧ୍ୟ ହୋଇ ଫିଲ୍ମ ଛାଡ଼ିବାକୁ ନିଷ୍ପତ୍ତି ନେଲେ। ବର୍ତ୍ତମାନ ପରିଣୀତି ବ୍ୟାଡ୍‌ମିଟନ ଖେଳାଳି ସାଇନା ନେହଓ୍ବାଲଙ୍କ ବାୟୋପିକ୍‌ ଫିଲ୍ମକୁ ନେଇ ପୂରା ବ୍ୟସ୍ତ ଅଛନ୍ତି। ଆଉ ଗୋଟିଏ ଫିଲ୍ମ ‘ ଦ ଗାର୍ଲ ଅନ୍‌ ଦ ଟ୍ରେନ୍‌’ ଉପରେ ସେ ସମ୍ପୂର୍ଣ୍ଣ ଧ୍ୟାନ ଦେଉଛନ୍ତି।

ଫିଲ୍ମ ‘ଭୁଜ: ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’ରେ ଅଜୟ ଦେବଗନଙ୍କ ବ୍ୟତୀତ ସଞ୍ଜୟ ଦତ୍ତ, ସୋନାକ୍ଷୀ ସିହ୍ନା ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଫିଲ୍ମ ୧୯୭୧ ମସିହାରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧ ଉପରେ ଆଧାରିତ। ଫିଲ୍ମରେ ଅଜୟ ସ୍କ୍ବାର୍ଡନ ଲିଡର ବିଜୟ କର୍ଣ୍ଣିକାଙ୍କ ଭୂମିକାରେ ଅଭିନୟ କରିବେ। ବିଜୟ ଏହି ସମୟରେ ଭୁଜ ଏୟାରଫୋର୍ସ ବେସ୍‌ର ଇନ୍‌ଚାର୍ଜ ଥିଲେ। ଏହି ଫିଲ୍ମରେ ବାୟୁସେନାର ଦୃଷ୍ଟିକୋଣ ବି ଦେଖିବାକୁ ମିଳିବ। ଆସନ୍ତା ବର୍ଷ ଫିଲ୍ମର ଶୁଟିଂ ଆରମ୍ଭ ହେବ।

Share