ଅଜ୍ଞ ଡାକ୍ତରଙ୍କ ହାତରେ ଅର୍ଥବ୍ୟବସ୍ଥା:ଚିଦାମ୍ବରମ

ନୂଆଦିଲ୍ଲୀ,୧୧-୨: ଦେଶର ମାନ୍ଦାବସ୍ଥାକୁ ନେଇ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ ସରକାରଙ୍କୁ ସୋମବାର ଟାର୍ଗେଟ କରିଛନ୍ତି। ମାନ୍ଦାବସ୍ଥା ଲାଗି ମୋଦି ସରକାର ଦାୟୀ ବୋଲି ସେ ଆରୋପ ଲଗାଇଛନ୍ତି। ଏବେ ଅର୍ଥ ବ୍ୟବସ୍ଥା ସଙ୍କଟ ସ୍ଥିତିକୁ ଆସିଥିବା ବେଳେ ଏହାକୁ ସମ୍ଭାଳିବାକୁ ଥିବା ଡାକ୍ତର ଏବଂ ବିଶେଷଜ୍ଞ ମାନେ ସମ୍ପୂର୍ଣ୍ଣ ଅଜ୍ଞ ବୋଲି ସେ ମତ ଦେଇଛନ୍ତି। ୨୦୨୦-୨୧ ସାଧାରଣ ବଜେଟ ଆଲୋଚନା ଅବସରରେ ସେ ରାଜ୍ୟସଭାରେ କହିଛନ୍ତି ଯେ, ବରୋଜଗାର ଏବଂ ଚାହିଦା କମିବା ଭଳି ସ୍ଥିତି ଦେଇ ଦେଶ ବର୍ତ୍ତମାନ ଗତି କରୁଛି। ଏଥିଯୋଗୁ ଗରିବି ମଧ୍ୟ ବୃଦ୍ଧି ଘଟୁଛି। ଦେଶ ମଧ୍ୟରେ ଡର ଏବଂ ଅନିଶ୍ଚିତତା ରହିଛି। ଦେଶର ଅର୍ଥ ବ୍ୟବସ୍ଥା ଆଇସିୟୁକୁ ଚାଲି ଯାଇଥିବା ପୂର୍ବତନ ସିଇଏ ଅରବିନ୍ଦ ସୁବ୍ରମଣ୍ୟନ କହିଥିଲେ। ଏହି ଉକ୍ତିକୁ ଉଦ୍ଧାର କରି ଚିଦାମ୍ବରମ କହିଛନ୍ତି ଅର୍ଥ ବ୍ୟବସ୍ଥାକୁ ସରକାର ଆଇସିୟୁ ବାହାରେ ରଖିଛନ୍ତି। ଅର୍ଥ ବ୍ୟବସ୍ଥାକୁ ଦେଖା ରଖା କରିବାକୁ ଥିବା ଡାକ୍ତର ମାନେ ଅଜ୍ଞ ଥିବାରୁ ବିଭିନ୍ନ ସମସ୍ୟା ଉପୁଜିଛି। ବାହାରେ କିଛି ଲୋକ ରହି ସବ୍‌କା ସାଥ୍‌ ସବକା ବିକାଶ ସ୍ଲୋଗାନ ବାଜି କରୁଥିବା ସେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ଡିଜେଲ-ATF ଉପରେ ରପ୍ତାନି ଶୁଳ୍କ ବୃଦ୍ଧି କଲେ କେନ୍ଦ୍ର ସରକାର, ବଢୁଛି ତୈଳ କମ୍ପାନୀଗୁଡ଼ିକ ଉପରେ ଚାପ

ନୂଆଦିଲ୍ଲୀ,୧୨।୪: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ସମ୍ପର୍କରେ ଶନିବାର (୧୧ ଏପ୍ରିଲ, ୨୦୨୬) ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ସରକାର ଡିଜେଲ…

PF ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଚାହୁଁଛନ୍ତି କି? ଜାଣନ୍ତୁ ଅନ୍‌ଲାଇନ୍‌ ଏବଂ ଅଫଲାଇନ୍‌ ଉଠାଣର ଷ୍ଟେପ୍‌ ବାଇ ଷ୍ଟେପ୍‌ ପ୍ରକ୍ରିୟା…

ନୂଆଦିଲ୍ଲୀ,୧୨।୪: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଜର କୋଟି କୋଟି ଅଂଶଧାରକଙ୍କ ପାଇଁ ପିଏଫ (PF) ଟଙ୍କା ଉଠାଣ ପ୍ରକ୍ରିୟାକୁ ପୂର୍ବ ଅପେକ୍ଷା ଅଧିକ ସହଜ…

Dharitri Business Eminence Award 2026: ଶିକ୍ଷା ବ୍ୟବସାୟ ନୁହେଁ, ଭବିଷ୍ୟତ ଗଢ଼ିବାର ମାଧ୍ୟମ

ଶିକ୍ଷା ଶିଳ୍ପରେ ଜଣେ ଆଗଧାଡ଼ିର ଉଦ୍ୟୋଗୀ ଭାବେ ସୋମଦତ୍ତ ବେହୁରା ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଭୁବନେଶ୍ୱରସ୍ଥିତ କେ.ଟି. ଗ୍ଲୋବାଲ୍‌ ସ୍କୁଲର ପ୍ରତିଷ୍ଠାତା ସୋମଦତ୍ତ ବେହୁରା…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri