Categories: ଜାତୀୟ

ଅଜିତ ପାଓ୍ବାରଙ୍କ ସହ ଯୋଗାଯୋଗରେ ଭାଜପାର ୭ ବିଧାୟକ: ଇସ୍ତଫା ଦେବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ, ୧୧।୧୧: ମହାରାଷ୍ଟ୍ର ରାଜନୀତିକୁ ନେଇ ହାଇ ଭୋଲଟେଜ୍‌ ଡ୍ରାମା ଲାଗିରହିଛି। ଏହାରି ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଭାଜପାର ୭ ବିଧାୟକ ଏନ୍‌ସିପି ଯୋଗାଯୋଗରେ ରହିଥିବା କୁହାଯାଉଛି। ଆଉ ଏହି ସମସ୍ତ ବିଧାୟକ ଦଳରୁ ଇସ୍ତାଫା ଦେବେ ବୋଲି ଚର୍ଚ୍ଚା ହେଉଛି। କୁହାଯାଉଛି, ଭାଜପାର ଏହି ୭ ବିଧାୟକ ପୁନେ ଓ ସତାରାର। ବର୍ତ୍ତମାନ ସେମାନେ ଏନ୍‌ସିପି ନେତା ଅଜିତ ପାଓ୍ବାରଙ୍କ ଯୋଗାଯୋଗରେ ରହିଛନ୍ତି ବୋଲି ଶୁଣିବାକୁ ମିଳିଛି। ଏହା ପୂର୍ବରୁ ହରାଇବା ଡରରେ ଶିବସେନା ସମସ୍ତ ବିଧାୟକଙ୍କୁ ହୋଟେଲକୁ ସ୍ଥାନାନ୍ତର କରିଥିଲା। ସେହିପରି କଂଗ୍ରେସ ମଧ୍ୟ ଜୟପୁରର ଏକ ହୋଟେଲରେ ସମସ୍ତ ବିଧାୟକଙ୍କୁ ରଖିଥିବା ଜଣାପଡ଼ିଥିଲା।

Share