ଅଜିତ୍‌ ଡୋଭାଲ୍‌ ଭୂମିକାରେ ଅକ୍ଷୟ କୁମାର

ବଲିଉଡର ସଫଳ କଳାକାରଙ୍କ ମଧ୍ୟରେ ରହିଛନ୍ତି ଅଭିନେତା ଅକ୍ଷୟ କୁମାର। ସମାଜରେ ଥିବା ବିଭିନ୍ନ ସମସ୍ୟାକୁ ନେଇ ଫିଲ୍ମ କରିବା ସହ ବର୍ଷରେ ଏକାଧିକ ଫିଲ୍ମରେ ନଜର ଆସୁଛନ୍ତି ଖିଲାଡି କୁମାର। ତାଙ୍କର ସବୁ ଫିଲ୍ମ ବକ୍ସ ଅଫିସରେ ହିଟ ସାବ୍ୟସ୍ତ ହେଉଥିବା ବେଳେ ୨୦୧୯ରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ଅଭିନେତା ଅକ୍ଷୟ କୁମାର। ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ଫିଲ୍ମ ଦେଇଚାଲିଥିବା ଅକ୍ଷୟଙ୍କ ଅଗଷ୍ଟ ୧୫ରେ ‘ମିଶନ୍‌ ମଙ୍ଗଳ’, ଅକ୍ଟୋବରରେ ‘ହାଉସଫୁଲ-୪’, ଡିସେମ୍ବର ‘ଗୁଡ୍‌ ନ୍ୟୁଜ’ ରିଲିଜ୍‌ ହେବ। ତେବେ ନିର୍ଦ୍ଦେଶକ ନୀରଜ ପାଣ୍ଡେଙ୍କ ଆଗାମୀ ସିନେମାରେ ନଜର ଆସିବେ ଅକ୍ଷୟ। ଏହି ଫିଲ୍ମରେ ସେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲଙ୍କ ଚରିତ୍ରରେ ଦେଖାଦେବେ। ଫିଲ୍ମଟି ଅଜିତଙ୍କ ଜୀବନୀଙ୍କୁ ନେଇ ନିର୍ମାଣ କରାଯିବ।

Share