Categories: ଜାତୀୟ

ଅଜବ ସ୍ବାସ୍ଥ୍ୟ ସେବା: ଭାଙ୍ଗିଥିଲା ବାମ ହାତ; ଡାହାଣ ହାତରେ ପ୍ଲାଷ୍ଟର ଲଗାଇଲେ ଡାକ୍ତର

ପାଟନା, ୨୬।୬: ବିହାରରରେ ସ୍ବାସ୍ଥ୍ୟ ଭୁଶୁଡ଼ି ପଡିଛି ବୋଲି ଚର୍ଚ୍ଚା ଜାରି ରହିଛି। ଏଠାରେ ମସ୍ତିଷ୍କ ଜ୍ୱରରେ ଶିଶୁ ମୃତ୍ୟୁ ଥମୁ ନ ଥିବାବେଳେ ଏଠାକାର ବିଭିନ୍ନ ହସ୍ପିଟାଲରେ ଡାକ୍ତରଙ୍କ ଅତି ନିମ୍ନମାନର ଚିକିତ୍ସା ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ସ୍ଥାନୀୟ ଦରଭଙ୍ଗାଠାରେ ଥିବା ସରକାରୀ ହସ୍ପିଟାଲକୁ ଫୈଜନ ନାମକ ଜଣେ ନାବାଳକ ତାଙ୍କ ଭଙ୍ଗା ହାତ ପ୍ଲାଷ୍ଟର କରିବାକୁ ଆସିଥିଲେ। ଫୈଜନଙ୍କ ବାମ ହାତ ଭାଙ୍ଗିଥିଲା। ତେବେ ଡାକ୍ତର ଫୈଜନଙ୍କ ଡାହାଣ ହାତରେ ମଙ୍ଗଳବାର ପ୍ଲାଷ୍ଟର କରିଥିଲେ। ପରେ ଏନେଇ ବୁଧବାର ଫୈଜନଙ୍କ ପରିବାର ସଦସ୍ୟ ଆସି ଡାକ୍ତରଙ୍କୁ କହିଥିଲେ। ଏହି ଘଟଣା ଜଣାପଡ଼ିବା ପରେ ଦରଭଙ୍ଗା ମେଡ଼ିକାଲ କଲେଜ୍‌ ଆଣ୍ଡ୍‌ ହସ୍ପିଟାଲ କର୍ତ୍ତୃପକ୍ଷ ଏହାର ଯାଞ୍ଚ୍‌ ନିର୍ଦ୍ଦେଶ ଦେଇଛନ୍ତି।

Share