Categories: ଫୁରସତ

ଅଜବ ସଉକ: ବିମାନରେ ଏକାକୀ ୧୯୯ ସିଟ୍‌ ବୁକ୍‌ କରି ଉଡ଼ାଣର ମଜାନେଲେ ମହିଳା

ଦୁନିଆରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନଙ୍କ ସଉକ ଭିନ୍ନ ଭିନ୍ନ ଥାଏ। ନିଜର ଇଚ୍ଛାକୁ ପୂରଣ କରିବା ପାଇଁ କିଛି ବି କରିବାକୁ ପଛାନ୍ତି ନାହିଁ। ଠିକ୍‌ ସେମିତି ଫିଲିପାଇନ୍ସର ଜଣେ ମହିଳା ନିଜର ଇଚ୍ଛାକୁ ପୂରଣ କରିବା ପାଇଁ ବିମାନରେ ଏକାକୀ ୧୯୯ ସିଟ୍‌ ବୁକ୍‌ କରି ଉଡ଼ାଣର ମଜା ନେଇଥିଲେ। ତାହା ପୁଣି ପ୍ରାଇଭେଟ୍‌ ନୁହେଁ, ଯାତ୍ରୀବାହୀ ବିମାନରେ। ୨୪ ଡିସେମ୍ବର ୨୦୧୮ରେ ଲୁଇସା ଏରିସ୍ପେ ଡିବୋରୁ ମନିଲାକୁ ଏୟାରଲାଇନ୍‌ ପିଆର ନଂ. ୨୮୨୦ରେ ଟିକେଟ୍‌ ବୁକ୍‌ କରିଥିଲେ। ତାଙ୍କର ଇଚ୍ଛାଥିଲା ଏକାକୀ ବିମାନରେ ଉଡ଼ିବେ ବୋଲି। ତେଣୁ ଏହି ଇଚ୍ଛାକୁ ପୂରଣ କରିବାକୁ ଏପରି କରିଥିଲେ। ପ୍ରଥମେ ତାଙ୍କୁ ଡର ଲାଗିଥିଲା। ମାତ୍ର ପରେ ସେ ଉଡ଼ିବାର ମଜା ବେଶ୍‌ ଉପଭୋଗ କରିଥିଲେ ବୋଲି କୁହନ୍ତି।

Share