ଅଜବ ବିଶ୍ୱାସ: ବାଘ ଏମାନଙ୍କ ପାଇଁ ଭାଇ

ଭୋପାଳ: କାହ୍ନା ଅଭୟାରଣ୍ୟ ବାହାରେ ରହିଥିବା ବଇଗା ସମ୍ପ୍ରଦାୟ ଆଦିବାସୀଙ୍କର ବାଘ ଓ ମଣିଷ ଏକାଠି ରହିବାର ଏକ ଅଜବ ବିଶ୍ୱାସ ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଆମେ ବାଘ ମାମୁ ବୋଲି ସମ୍ବୋଧନ କରୁ , କିନ୍ତୁ ଏହି ଆଦିବାସୀମାନେ ବାଘକୁ ପରିବାରର ସଦସ୍ୟ ଭାବେ ଦେଖନ୍ତି ଓ ବାଘକୁ ଭାଇ ବୋଲି ମାନନ୍ତି। । ବାଲାଘାଟ ଜିଲା କାହ୍ନା ଅଭୟାରଣ୍ୟର ପାଖ ମାଣ୍ଡାଲାରେ ବାଇଗା ସମ୍ପ୍ରଦାୟ ଆଦିବାସୀ ରହନ୍ତି। ଏମାନଙ୍କୁ ଜଙ୍ଗଲ ଓ ବ୍ୟାଘ୍ର ସଂରକ୍ଷଣ ନାମରେ ଜଙ୍ଗଲରୁ ଉଚ୍ଛେଦ କରାଯାଇଛି। ବାଘ ଜଙ୍ଗଲ ଓ ଚାଷ ଜମିକୁ ସୁରକ୍ଷା ଦିଅନ୍ତି ବୋଲି ସେମାନଙ୍କର ବିଶ୍ୱାସ। ଗୃହପାଳିତ ପଶୁଙ୍କୁ ଶିକାର କରିବାର ଅଧିକାର ସେମାନେ ବାଘକୁ ଦେଇଛନ୍ତି। ସେମାନେ ବାଘେଶ୍ୱର ଦେବତାଙ୍କୁ ବାଘ ରୂପରେ ପୂଜା କରନ୍ତି। ବାହାଘର,ଚାଷ କାମ କିମ୍ବା ପିଲାଜନ୍ମ ହେବା ପୂର୍ବରୁ ବାଘେଶ୍ୱରଙ୍କୁ ପୂଜା କରିଥାନ୍ତି। ଏମିତିକି ବାଘ ଆଦିବାସୀଙ୍କୁ ମାରିବାର ଉଦାହରଣ ରହିଥିଲେ ମଧ୍ୟ ବଇଗାମାନେ କେବେ ବି ବାଘକୁ ମାରନ୍ତି ନାହିଁ। ସେମାନେ ଏକ ଭିନ୍ନ ପରମ୍ପରା ବି ପାଳନ କରନ୍ତି ଯେଉଁଥିରେ ଏକ ବାଘର ପ୍ରତିିକୃତିକୁ ବଳି ଦିଅନ୍ତି। ଏହା ମଣିଷଖିଆ ବାଘକୁ ଶାନ୍ତ କରିବା ପାଇଁ କରାଯାଏ। ବାଘ ଅସ୍ବଚ୍ଛ ମଣିଷକୁ ଆକ୍ରମଣ କରେନି। ଏଣୁ ମୋନେ ଦୁଇ କି ତିନି ମାସଧରି ଗାଧାନ୍ତି ନାହିଁ। ବଇଗାଙ୍କର ବାଘ ଉପରେ ଏତେ ବିଶ୍ୱାସ ଯେ, ସେମାନେ ଘର କାନ୍ଥ, କାଠ ଆସବାବପତ୍ର ସବୁଠି ବାଘ ଚିତ୍ର ଆଙ୍କିଥାନ୍ତି।

Share