Categories: ଫୁରସତ

ଅଜବ ପର୍ସ

ମୁହଁ ପରି ଏକ ପର୍ସ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହି ପର୍ସକୁ ଦେଖି ଆଶ୍ଚର୍ଯ୍ୟ ଲାଗୁଛି। ଏଥିରେ ମଣିଷ ମୁହଁ ଭଳି ଦାନ୍ତ ଓ ମାଢ଼ି ମଧ୍ୟ ଲଗାଯାଇଛି। ଅସଲି ପରି ଲାଗୁଛି। ଏହି ମଣିଷାକୃତି ମୁହଁ ଭଳି ପର୍ସକୁ ଖୋଲିବା ପାଇଁ ସେଥିରେ ତିଆରି ହୋଇଥିବା ଦୁଇ ଓଠକୁ ଉପରକୁ କରିବାକୁ ପଡ଼େ ଯାହାଦ୍ୱାରା ଉପର ଓ ତଳର ଦାନ୍ତ ଖୋଲିଯାଏ ଓ ସେଥିରେ କଏନ୍‌ ପକାଯାଇପାରିବ। ପୁଣି ପର୍ସକୁ ବନ୍ଦ କରିବାକୁ ହେଲେ ଦୁଇ ହାତରେ ଦାବିବାକୁ ପଡ଼େ। ଏହାକୁ ତିଆରି କରିଥିବା ବ୍ୟକ୍ତି କହୁଛନ୍ତି ଯେ ଏହା ବିକ୍ରି କରିବା ଉଦ୍ଦେଶ୍ୟରେ ହୋଇନାହିଁ। ଏହି ପର୍ସକୁ କେଉଁଥିରେ ତିଆରି କରାଯାଇଛି ତାକୁ ମଧ୍ୟ ସେ ଗୁପ୍ତ ରଖିଛନ୍ତି।

Share