Categories: ଫୁରସତ

ଅଜବ ପରମ୍ପରା: ଯେଉଁଠି ବର୍ଷର ୫ଦିନ ଦମ୍ପତି ହୁଅନ୍ତି ଅଚିହ୍ନା

ବିଭିନ୍ନ ଦେଶରେ ବିଭିନ୍ନ ପରମ୍ପରା ଏବଂ ପ୍ରଥା ରହିଛି। ଆଜି ବି ଅନେକ ଲୋକ ଅଛନ୍ତି ଯେଉଁମାନେ ଏହି ପୁରୁଣା ପ୍ରଥାର ଅନୁକରଣ କରିଆସୁଛନ୍ତି। ଏହା ଅନେକ ସମୟରେ ଈଶ୍ୱରଙ୍କ ଉପରେ ପ୍ରଚଳିତ ଥିବାବେଳେ ଆଉ କେତେବେଳେ ପୂର୍ବଜଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ପାଳନ କରାଯାଏ। ଏଭଳି ଏକ ପ୍ରଥା ରହିଛି ହିମାଚଳ
ପ୍ରଦେଶ ସ୍ଥିତ କୁଲ୍ଲୁର ପିଣି ଗଁାରେ। ଏଠାରେ କାହଁି କେଉଁ କାଳରୁ ବର୍ଷର ୫ଦିନ ଦମ୍ପତି ପରସ୍ପର ପାଇଁ ଅଚିହ୍ନା ହୋଇ ରହିବା ପରମ୍ପରା ପାଳିତ ହୋଇଆସୁଛି। କେହି କାହାରି ସହ କଥାବାର୍ତ୍ତା କରନ୍ତି ନାହଁି କି ହସଖୁସି ହୁଅନ୍ତି ନାହଁି। ଏପରିକି ମହିଳାମାନେ ଗୋଟିଏ ବସ୍ତ୍ରକୁ ୫ଦିନ ଯାଏ ପରିବର୍ତ୍ତନ କରୁ ନ ଥିବାବେଳେ ପୁରୁଷମାନେ ନିଶାଦ୍ରବ୍ୟ ସେବନଠୁ ଦୂରେଇ ରହିଥାନ୍ତି। ୧୭ରୁ ୨୧ ଅଗଷ୍ଟ ପର୍ଯ୍ୟନ୍ତ ଏହି ପରମ୍ପରା ପାଳନ କରାଯାଏ। ବିଶ୍ୱାସ ରହିଛି, ଏହି ପାଞ୍ଚ ଦିନରେ ଗଁାରେ ଆତଙ୍କ ସୃଷ୍ଟିକାରୀ ରାକ୍ଷସଙ୍କ ଦୌରାତ୍ମ୍ୟର ଅନ୍ତ କରିବାକୁ ପ୍ରତ୍ୟକ୍ଷ ଦେବତା ଲାହୁଆ ଏଠାରେ ଆବିର୍ଭାବ ହୋଇଥିଲେ। ଏହି ସମୟକୁ କାଳମାସ ବୋଲି କୁହାଯାଏ। ତେଣୁ ଲାହୁଆ ଦେବତାଙ୍କୁ ସମ୍ମାନ ଜଣାଇ ଗଁାର ପରିବେଶ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ରଖାଯାଏ।

Share