ଅଜଣା ଲୋକଙ୍କ ସହିତ ପ୍ରତିଦିନ କରନ୍ତି ବନ୍ଧୁତା: ୪ ବର୍ଷରେ ୨୮ଶହ ବନ୍ଧୁ

ଫିଲାଡ଼େଲଫିଆ,୨୪।୯: ଆମେରିକା ଫିଲାଡ଼େଲଫିଆରେ ଜଣେ ଯୁବକ ପ୍ରତିଦିନ ଅଜଣା ଲୋକଙ୍କୁ ଭେଟି ତାଙ୍କ ସହିତ ବନ୍ଧୁତା କରିଥାନ୍ତି। ସେ ହେଉଛନ୍ତି ୨୮ ବର୍ଷ ବୟସ୍କ ରୋବ୍‌ ଲୋଲେସ୍‌। ସେ ୨୦୧୫ଠାୁ ଏଭଳି କାର୍ଯ୍ୟ ଆରମ୍ଭ କରିଛନ୍ତି। ଗତ ୪ ବର୍ଷ ମଧ୍ୟରେ ସେ ୨୮ଶହ ଅଜଣା ଲୋକଙ୍କୁ ବନ୍ଧୁ କରିସାରିଲେଣି। ସେ ପ୍ରତିଦିନ ୪ ଜଣ ଅଜଣା ଲୋକଙ୍କୁ ଭେଟି ତାଙ୍କ ସହିତ କଥାବାର୍ତ୍ତା କରନ୍ତି ବୋଲି ସୂଚନା ଦେଇଛନ୍ତି। ଅର୍ଥଶାସ୍ତ୍ରରେ ଡିଗ୍ରୀ ହାସଲ କରିବା ପରେ ସେ ଏକ କମ୍ପାନୀରେ ଚାକିରି କରିଥିଲେ। ତେବେ ସମୟ ଅଭାବରୁ ସେ ଅନୁଭବ କଲେ ଯେ, ତାଙ୍କର ଅନ୍ୟ ଲୋକଙ୍କ ସହିତ ସମ୍ପର୍କ ଧୀରେଧୀରେ କମିବାରେ ଲାଗିଛି। ତେଣୁ ସେ ୨୦୧୬ରେ ଚାକିରି ଛାଡ଼ି ଏଭଳି ନିଆରା କାମ ଆରମ୍ଭ କରିଥିଲେ।

Share