Categories: ଖେଳ

ଅଜଣା ମହିଳାଙ୍କୁ ମେସେଜ କରି ଫଶିଲେ ସାମି: ସ୍କ୍ରିନ୍‌ସଟ୍‌ ଭାଇରାଲ

ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ସାମି ପୁଣି ଏକ ବିବାଦରେ ଫଶିଯାଇଛନ୍ତି। ଜଣେ ଅଜଣା ମହିଳାଙ୍କୁ ‘ଗୁଡ୍‌ ମର୍ଣ୍ଣିଙ୍ଗ୍‌’ ଲେଖି ମେସେଜ୍‌ କରିଛନ୍ତି ସାମି। ଉକ୍ତ ମେସଜେର ସ୍କ୍ରିନ୍‌ସଟ୍‌ ମହିଳା ଜଣଙ୍କ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି ଭାରତୀୟ ଦଳର ଲୋକପ୍ରିୟ ଖେଳାଳି ମୋତେ ବାରମ୍ବାର କ’ଣ ପାଇଁ ମେସେଜ କରୁଛନ୍ତି ତାହା ମୁଁ ବୁଝିପାରୁ ନାହିଁ। ପୂର୍ବରୁ ସାମିଙ୍କ ସ୍ତ୍ରୀ ହସିନ୍‌ ଜହାଁ ତାଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଥିଲେ। ଜଣେ ପାକିସ୍ତାନୀ ମହିଳାଙ୍କ ସହ ସାମିଙ୍କ ସମ୍ପର୍କ ଅଛି ବୋଲି ଅଭିଯୋଗ କରିଥିଲେ। ସୂଚନାଯୋଗ୍ୟ, ସାମି ଏବେ ବିଶ୍ୱକପ୍‌ ଖେଳୁଥିବାରୁ ତାଙ୍କ ପ୍ରତିକ୍ରିୟା ଜଣାପଡିନାହିଁ।

Share