ଅଜଣା ଗାଡ଼ି ଧକ୍କାରେ ମାଛ ବ୍ୟବସାୟୀ ମୃତ

ବାରଙ୍ଗ, ୧୮।୯(ଡି.ଏନ୍‌.ଏ.): କଟକ ନନ୍ଦନକାନନ ଥାନା ଅଧୀନ ରଘୁନାଥପୁର ଗ୍ରାମ ଦୁଲାଦେଇ ଛକ ରାସ୍ତାରେ ବୁଧବାର ସକାଳେ ଅଜଣା ଗାଡ଼ି ଧକ୍କାରେ ଜଣେ ମାଛ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ରଘୁନାଥପୁର ଗ୍ରାମରେ ଭଡ଼ା ଘରନେଇ ରହୁଥିବା ବିଜୟ କୁମାର ବେହେରା। ତାଙ୍କ ପ୍ରକୃତ ଘର ଖୋର୍ଦ୍ଧା ପୋଡ଼ାଡ଼ିହ ଗ୍ରାମରେ ବୋଲି ଜଣାପଡ଼ିଛି।
ପ୍ରକାଶ ଯେ, ବିଜୟ ସକାଳୁ ଫୁଲ ତୋଳୁଥିଲେ। ଉକ୍ତ ରାସ୍ତା ଉପରେ ଥିବା ଏକ ଶଣ୍ଢକୁ ଅଜଣା ଗାଡ଼ି ଧକ୍କାଦେଇ ଭାରସାମ୍ୟ ହରାଇ ଫୁଟପାଥ ଉପରକୁ ଚଢ଼ିଯାଇ ବିଜୟଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ପୋଲିସ ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ଡାକ୍ତରଖାନା ପଠାଇଛି।