ଅଜଣା ଗାଡ଼ି ଧକ୍କାରେ ଦୁଇ ସାଙ୍ଗଙ୍କ ଜୀବନ ଗଲା

ବାରିପଦା ଅଫିସ,୯।୧୨: ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅଧୀନ ଜ୍ୟୋତିପୁର ନିକଟରେ ସୋମବାର ଭୋର୍‌ରେ ଏକ ଅଜଣା ଗାଡି ଧକ୍କାରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ସଦର ଥାନା ଅଧୀନ ଇଟାମୁଣ୍ଡିଆ ଗ୍ରାମର ଦୁଇ ସାଙ୍ଗ ଗୌତମ ମହାନ୍ତ (୨୨) ଓ ଅଜିତ୍‌ ମହାନ୍ତ (୨୨) ।
ସୂଚନାନୁଯାୟୀ, ଗୌତମ ଓ ଅଜିତ୍‌ ବେତନଟୀ ଥାନା ହାତୀକୋଟ ଗ୍ରାମର ବିନୋଦ ମହାନ୍ତଙ୍କ ଝିଅ ବାହାଘରରେ ଯୋଗଦେଇ ଭୋର୍‌ ସମୟରେ ଘରକୁ ଫେରୁଥିବା ବେଳେ ଜ୍ୟୋତିପୁର ଛକ ନିକଟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି।