ଅଚାନକ ବ୍ଲକର ସମସ୍ତ ଆଇସୋଲେଶନ କେନ୍ଦ୍ର ପରିଦର୍ଶନ କଲେ ଜିଲାପାଳ: ପରିବେଶ ସଫାସୁତରା ରଖିବାକୁ ଦେଲେ ପରାମର୍ଶ

ଶେରଗଡ଼,୨୭ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ସୋମବାର ଭୋର୍‌ରୁ ଶେରଗଡ଼ ବ୍ଲକ ଗସ୍ତ କରି ପ୍ରଥମେ ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟ, ଧନନ୍ତ୍ରରସ୍ଥିତ ନାଥେଶ୍ୱର ଉଚ୍ଚ ବିଦ୍ୟାଳୟରେ ହୋଇଥିବା ଆଇସୋଲେଶନ କେନ୍ଦ୍ର ତଦାରଖ କରିଥିଲେ। ସେଠାରେ ପାଇଖାନା ଠିକ ନ ଥିବା ବେଳେ ପରିବେଶ ସଫା ରଖିବା ପ୍ରତି ଗୁରୁତ୍ୱ ଦେବାକୁ ବିଡିଓ ସୁରଞ୍ଜନ କୁମାର ସାହୁଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଇସୋଲେଶନ କେନ୍ଦ୍ରଗୁଡ଼ିକରେ ରହିବା ସମୟରେ ଲୋକମାନଙ୍କର ଯେପରି କୌଣସି ଅସୁବିଧା ନ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ବ୍ଲକର ସମସ୍ତ ସରପଞ୍ଚଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟରେ ଧବଲପୁର, ତକରଡା, ଶେରଗଡ଼, କୁମାରପାଣି, କରଡ଼ାକନା, ବରମୁଣ୍ଡଳୀ, ବନ୍ଧାଗୁଡା, କୁଲାଗଡ଼, ସମେତ ୨୨ଟି ଆଇସୋଲେଶନ କେନ୍ଦ୍ର ପରିଦର୍ଶନ କରିଥିଲେ ଜିଲାପାଳ। ସମସ୍ତ ପଞ୍ଚାୟତର ସରପଞ୍ଚ ଓ କିଛି ନେତାଙ୍କ ସହ କେତେ ଲୋକ ଆସିବେ ତା’ର ରହିବା ଓ ଖାଇବା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି ଆଇସୋଲେଶନ କେନ୍ଦ୍ରରେ ଜଣେ ଲେଖାଏ ନୋଡାଲ ଅଧିକାରୀ ଓ ସୁପରଭାଇଜର, ସ୍ବାସ୍ଥ୍ୟକର୍ମୀ ରହିବା ବ୍ୟବସ୍ଥା କରାଯାଇଛି ବୋଲି ବିଡିଓ କହିଥିଲେ। ଉକ୍ତ ଗସ୍ତ ସମୟରେ ତହସିଲଦାର ଡ. ଦୟାସିନ୍ଧୁ ପରିଡ଼ା,ସହକାରୀ ନିର୍ବାହୀ ଯନ୍ତ୍ରୀ ମହେନ୍ଦ୍ର କୁମାର ଷଡ଼ଙ୍ଗୀ, ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ମଲ୍ଲିକ, ଶରତ ଚନ୍ଦ୍ର ପାତ୍ର,ବାବୁଲା କୁମାର ଚୌଧୁରୀ, ସନ୍ତୋସ କୁମାର ପଟ୍ଟନାୟକ, ଜିଲାପରିଷଦ ସଭ୍ୟ ପ୍ରମୋଦ କୁମାର ପାତ୍ର ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ। ପ୍ରତି କେନ୍ଦ୍ରରେ ସେହି ପଞ୍ଚାୟତର ସରପଞ୍ଚମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଓଡ଼ିଶା ପୋଲିସ ପ୍ରଗତି ଡ୍ୟାସବୋର୍ଡ ରାଙ୍କିଙ୍ଗ୍‌: ପୁରୁଷୋତ୍ତମପୁର ଏସ୍‌ଡିପିଓ, ଗଞ୍ଜାମ ଥାନା ପ୍ରଥମ

ଗଞ୍ଜାମ/ଛତ୍ରପୁର, ୧ା୧ (ଅନାଥ ତରାଇ/ଦିଲୀପ ସାମଲ)- ଓଡ଼ିଶା ପୋଲିସର କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ୍‌ ନେଟ୍‌ୱର୍କ ଆଣ୍ଡ ସିଷ୍ଟମ (ସିସିଟିଏନ୍‌ଏସ୍‌) ଅଧୀନରେ ପ୍ରଗତି ଡ୍ୟାସବୋର୍ଡର ର଼୍ୟାକିଙ୍ଗ୍‌...

ଅବ୍ୟବସ୍ଥା ଘେରରେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଡାକ୍ତରଙ୍କ ମରୁଡି, କାମରେ ଆସୁନି …

ମୋହନା,୧। ୧(ମନ୍ମଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ପାଣି ଭଳିଆ ଖର୍ଚ୍ଚ କରି ଚାଲିଛନ୍ତି। କିନ୍ତୁ...

ଗଞ୍ଜାମ ଜିଲା ଭାଜପା  ସମ୍ପାଦକ ଭାବେ ମନୋନୀତ ହେଲେ ଦୁର୍ଯ୍ୟୋଧନ ରେଡ୍ଡି, ଗୁରୁ ଦାୟିତ୍ୱ ମିଳିବା ପରେ…

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ /ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି(ଭାଜପା) ଗଞ୍ଜାମ ଜିଲା ସମ୍ପାଦକ ଭାବେ ଏନ୍‌ ଦୁର୍ଯ୍ୟୋଧନ ରେଡ୍ଡି (ପିତୁ ଭାଇ)ଙ୍କୁ ମନୋନୀତ କରିଛି ।...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

ନୂଆ ରେକର୍ଡ କଲା ନନ୍ଦନକାନନ: ବୁଲିଲେ ୪୦ ଲକ୍ଷ ପର୍ଯ୍ୟଟକ

ଭୁବନେଶ୍ୱର,୧।୧: ୨୦୨୫ରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆଗମନ କରିଥିବା ଗୁରୁବାର ସୂଚନା ମିଳିଛି। ୨୦୨୫ରେ ନନ୍ଦନକାନନକୁ ୪୦ ଲକ୍ଷ ୨୦ହଜାର ୫୩୯ ପର୍ଯ୍ୟଟକ ଆସିଛନ୍ତି।...

ନୂଆବର୍ଷର ପ୍ରଥମ ଦିନରେ ଦୁର୍ଘଟଣା, ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ମୃତ

ପଟ୍ଟାଙ୍ଗି୧/୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ଦେଓଫଟ୍ଟାଙ୍ଗି ପଞ୍ଚାୟତ ସଦର ମହକୁମା ସ୍ଥିତ ଚିଲିଗୁଡା ସଲପଗୁଡା ଛକ ନିକଟରେ ଦୁଇ ମୋଟର...

୧୩ ସରକାରୀ ଯୋଜନା ବିଷୟରେ ଜାଣିବେ ଯୋଗ୍ୟ ହିତାଧିକାରୀ, ଓ୍ବାର୍ଡକୁ ଓ୍ବାର୍ଡ ବୁଲି…

କୋରାପୁଟ,୧ା୧(ଅମିତାଭ ବେହେରା): ଗୁରୁବାର କୋରାପୁଟ ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ସହଯୋଗ ଭ୍ରାମ୍ୟମାଣ ସହାୟତା କେନ୍ଦ୍ର ବା ସଚେତନତା ରଥ ଉଦ୍‌ଘାଟିତ ହୋଇଯାଇଛି। କୋରାପୁଟ ବିଧାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri