ଅଚାନକ ବିଦ୍ୟାଳୟ ପରିଦର୍ଶନ କରି ଖାଦ୍ୟର ମାନ ଯାଞ୍ଚ କଲେ ଜିଲାପାଳ

ବାସୁଦେବପୁର,୨୦।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ନରସିଂହପୁର ମଧ୍ୟ ଇଂରାଜୀ ବିଦ୍ୟାଳୟରେ ସୋମବାର ଜିଲାପାଳ ଜ୍ଞାନରଞ୍ଜନ ଦାସ ପହଞ୍ଚି ପରିଦର୍ଶନ କରିଛନ୍ତି। ଜିଲାପାଳ ଉକ୍ତ ବ୍ଲକକୁ ଜନ ଅଭିଯୋଗ ଶୁଣାଣି ପାଇଁ ଆସିଥିବା ବେଳେ ଅଚାନକ ବିଦ୍ୟାଳୟରେ ପହଞ୍ଚି ଥିଲେ। ସେଠାରେ ଛାତ୍ରୀଛାତ୍ରଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ ଖାଇ ତାହାର ମାନ ଯାଞ୍ଚ କରିଥିଲେ। ପରେ ବିଦ୍ୟାଳୟର ପରିଷ୍କାର, ପରିଚ୍ଛନ୍ନତା ପ୍ରତି ଦୃଷ୍ଟି ଦେବାକୁ ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କୁ ଜିଲାପାଳ ପରାମର୍ଶ ଦେଇଥିଲେ।