ଅଚାନକ ଆଫଗାନିସ୍ତାନରେ ପହଞ୍ଚିଲେ ଡୋନାଲ୍ଡ ଟ୍ରମ୍ପ

କାବୁଲ,୨୯।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଚାନକ ଆଫଗାନିସ୍ତାନରେ ପହଞ୍ଚିଛନ୍ତି। ଟ୍ରମ୍ପ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଫ୍ଲୋରିଡା ଯାଉଥିବାବେଳେ ହଠାତ୍‌ ନିଜ କାର୍ଯ୍ୟକ୍ରମ ବଦଳାଇ ଆଫଗାନିସ୍ତାନରେ ପହଞ୍ଚିଥିଲେ। ସେଠାରେ ସେ ଆମେରିକା ସୈନ୍ୟଙ୍କୁ ଭେଟିଥିଲେ। ଏହାସହ ସେଠାରେ ତାଲିବାନଙ୍କ ସହ ଚାଲିଥିବା ୧୮ବର୍ଷର ସଂଘର୍ଷ ଶେଷ କରିବା ପାଇଁ ମଧ୍ୟ ସୈନ୍ୟ ସହ ଆଲୋଚନା କରିଥିଲେ। ଆମେ ତାଲିବାନ ସହ ଶାନ୍ତିବାର୍ତ୍ତା ପୁଣି ଆରମ୍ଭ କରିଦେଇଛୁ ବୋଲି ଟ୍ରମ୍ପ କହିଛନ୍ତି। ତିନି ମାସ ହେବ ଶାନ୍ତିବାର୍ତ୍ତାରେ ରୋକ ଲଗାଯାଇଥିଲା।

Share