ଅଙ୍ଗୁଳିର ଲମ୍ବାରୁ ଜାଣନ୍ତୁ ବ୍ୟକ୍ତିତ୍ୱ

ମନୁଷ୍ୟର ଶାରୀରିକ ଗଠନ ବ୍ୟକ୍ତିତ୍ୱ କଥା କହିଥାଏ ବୋଲି ସମୁଦ୍ର ଶାସ୍ତ୍ରରେ ବର୍ଣ୍ଣନା ରହିଛି। ତେବେ ଅଙ୍ଗୁଳିରୁ କିଭଳି ବ୍ୟକ୍ତିତ୍ୱ କଥା ଜାଣିହୁଏ ଆସନ୍ତୁ ଜାଣିବା।

* ଯେଉଁ ବ୍ୟକ୍ତିଙ୍କ ତର୍ଜନି ଅଙ୍ଗୁଳି ମଧ୍ୟମା ଏବଂ ଅନାମିକା ଅଙ୍ଗୁଳି ସହ ସମାନ ଥାଏ ସେମାନେ ସାଧାରଣତଃ ପ୍ରଭାବଶାଳୀ ବ୍ୟକ୍ତି ସମ୍ପନ୍ନ ହୋଇଥାନ୍ତି । ଗର୍ବ ଏବଂ ଅହଙ୍କାର ଏମାନଙ୍କ ସ୍ବଭାବର ଏକ ଅଂଶ ବିଶେଷ।
* ଯେଉଁ ବ୍ୟକ୍ତିଙ୍କ ତର୍ଜନି ଅଙ୍ଗୁଳି ମଧ୍ୟମା ଆଙ୍ଗୁଳି ଠାରୁ ବଡ ଥାଏ ସେମାନେ ଅନ୍ୟ ଉପରେ ନିଜର ପତିଆରା ଜାହିର କରିବାକୁ ପସନ୍ଦ କରିଥାନ୍ତି। ଏହି ବ୍ୟକ୍ତି ବିଶେଷଙ୍କଠାରେ ମୁନିବ ବା ବସ୍‌ ହେବାର କ୍ଷମତା ରହିଥାଏ।
* ଯେଉଁ ବ୍ୟକ୍ତିଙ୍କ ଅନାମିକା ଅଙ୍ଗୁଳି ମଧ୍ୟମା ଅଙ୍ଗୁଳି ଠାରୁ ସାନ ଏବଂ ତର୍ଜନି ଅଙ୍ଗୁଳିଠାରୁ ବଡ ହୋଇଥାଏ ସେହି ବ୍ୟକ୍ତିମାନେ ପରିଶ୍ରମୀ ହୋଇଥାନ୍ତି । ଏହି ବ୍ୟକ୍ତିମାନେ ଭାଗ୍ୟ ଅପେକ୍ଷା କର୍ମ ଉପରେ ବିଶ୍ୱାସ କରିଥାନ୍ତି ।
* ଯେଉଁ ବ୍ୟକ୍ତିଙ୍କ ତର୍ଜନି ଅଙ୍ଗୁଳି ଅନାମିକା ଅଙ୍ଗୁଳିଠାରୁ ବଡ ହୋଇଥାଏ ସେମାନେ ଉଚ୍ଚ ଆକାଂକ୍ଷା ସମ୍ପନ୍ନ ହୋଇଥାନ୍ତି ।
* ଯେଉଁ ବ୍ୟକ୍ତିଙ୍କ ତର୍ଜନି ଏବଂ ଅନାମିକା ଅଙ୍ଗୁଳି ସମାନ ଥାଏ ସେମାନେ ଜୀବନରେ ଅଧିକ ଧନ ଅର୍ଜନ କରିବା ସହ ସମାଜରେ ମାନ ସମ୍ମାନ ଲାଭ କରନ୍ତି ।
* ଯେଉଁ ବ୍ୟକ୍ତିଙ୍କ ତର୍ଜନି ଏବଂ କାଣି ଅଙ୍ଗୁଳି ସମାନ ଥାଏ ସେହି ବ୍ୟକ୍ତିମାନେ ବୁଦ୍ଧିମାନ ହୋଇଥାନ୍ତି ।